ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ରାଜ୍ୟ ବିଜେପିର ସ୍ୱାଗତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ୍‌

Share this:

ଭୁବନେଶ୍ୱର: ଆଜି କେନ୍ଦ୍ର କ୍ୟାବିନେଟରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଅଛି । ବିଶେଷ ଭାବେ କୃଷି ଓ ଏମଏସ୍‌ଏମଇ କ୍ଷେତ୍ର ପାଇଁ ନିଆଯାଇଥିବା ନିଷ୍ପତି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଶ୍ରୀ ହରିଚନ୍ଦନ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଦିନରୁ କୃଷକ ଏବଂ କୃଷି ପାଇଁ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଂଟାଲ ପ୍ରତି ୫୩ ଟଙ୍କା ବୃଦ୍ଧି କରି ୧୮୬୮ ଟଙ୍କା କରିଛନ୍ତି । ଏହି କାରଣରୁ ବିଶେଷ ଭାବେ ରାଜ୍ୟର ଚାଷୀକୁଳ ବହୁ ଉପକୃତ ହେବେ । ସେହିପରି ଧାନ ବ୍ୟତୀତ ଅନ୍ୟାନ୍ୟ ୧୪ଟି ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ୫୦ ରୁ ୮୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଆଜିର ଗୁରୁତ୍ୱପୂର୍ଣ୍ଣ  ନିଷ୍ପତିକ୍ରମେ ଓ କୃଷକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ୩ ଲକ୍ଷ ଯାଏଁ ଋଣ ଉପରେ ୨ ପ୍ରତିଶତ ସୁଧ ଛାଡ କରାଯାଇଅଛି । ପଶୁପ।ଳନ ପ୍ରୋତ୍ସାହନ ପାଇଁ ୧୫ ହଜାର କୋଟି ଟଙ୍କା ଏବଂ ମତ୍ସ୍ୟଜୀବିଙ୍କୁ ପ୍ରୋତ୍ସାହନ ପାଇଁ ୨୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନର ନିଷ୍ପତି ଗ୍ରହଣ କରାଯିବା ଓ ଚାଷୀଙ୍କ ଋଣ ଶୁଝିବା ତାରିଖ ୩୧ ଅଗଷ୍ଟକୁ ବୃଦ୍ଧି କରାଯିବା କାରଣରୁ ବର୍ତମାନର ପ୍ରତିକୁଳ ପରିସ୍ଥିତିରେ ନିଶ୍ଚିତ ଭାବେ ସମଗ୍ର ଚାଷୀ ସମାଜ ପାଇଁ ହିତକର ହେବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ସେହିପରି ବର୍ତମାନ ପରିସ୍ଥିତିରେ ସଂକଟରେ ଥିବା ଛୋଟ ଛୋଟ ଶିଳ୍ପ ସଂସ୍ଥା ଗୁଡିକକୁ ସୁବିଧାରେ ଋଣ ଯୋଗାଇ ଦେବାର ନିଷ୍ପତି ଗ୍ରହଣ କରାଯାଇଅଛି । ଦେଶର ଅର୍ଥନୀତିରେ ଏମଏସଏମଇର ଭୁମିକା ବହୁ ଗୁରୁତ୍ୱପୂର୍ଣ୍ଣ । ଦେଶରେ ଥିବା ପାଖାପାଖି ୬ କୋଟି ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଋଣ ଦେବାର ଯୋଜନା କରାଯାଇଛି । ଏହି ନିଷ୍ପତି କାରଣରୁ ସହର ଓ ଗ୍ରାମାଞ୍ଚଳର ଲୋକେ ଲାଭବାନ ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE