କରୋନାର ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମ ଏବଂ ସ୍ଥିତି ଜାଣନ୍ତୁ

୧୨୩୮ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ

Share this:

ଭୁବନେଶ୍ୱର :  କୋଭିଡ-୍‌ ୧୯ ମହାମାରୀ ପରିପ୍ରେକ୍ଷୀରେ ମଇ ୩୧ରେ ଲକ୍‌ ଡାଉନ୍‌-୪ ଶେଷ ହେବା ପରେ ଜୁନ୍‌ ୧ ତାରିଖରୁ ଦେଶରେ ପର୍ଯ୍ୟାୟ କ୍ରମେ ଅନ୍‌ଲକ୍‌ ବ୍ୟବସ୍ଥା ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଅନ୍‌ ଲକ୍‌ ବ୍ୟବସ୍ଥା ଆଧାରରେ ଓଡ଼ିଶା ସରକାର ରାଜ୍ୟରେ ଲାଗୁ କରିବାକୁ ଯାଉଥିବା ନୂଆ କଟକଣା ଏବଂ ନିୟମ ସଂପର୍କରେ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଶ୍ରୀ ଅସତି ତ୍ରିପାଠୀ ଏବଂ ପୋଲିସ୍‌ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

#  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପୂର୍ବରୁ ଜୁନ୍‌ ମାସ ଆମ ରାଜ୍ୟ ଓଡ଼ିଶା ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଜୁନ୍‌ ୧ ତାରିଖରୁ ଆନ୍ତରାଜ୍ୟ ବିମାନସେବା, ଟ୍ରେନ୍‌ ଓ ବସ୍‌ ଚଳାଚଳ ଆରମ୍ଭ ହୋଇଥିବାରୁ ବହୁଲୋକ ଓଡ଼ିଶାକୁ ଫେରିବେ । ଏହା ଦ୍ୱାରା ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ପାଇଁ ଏକ ନୂତନ ନିୟମାବଳୀ ପ୍ରସ୍ତୁତ କରିଛନ୍ତି  ।

# ରାଜ୍ୟରେ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।

# ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସିନେମା ହଲ୍‌, ଜିମ୍ନାସିୟମ୍‌, ସୁଇମିଂ ପୁଲ୍‌, ଆମୋଦ ପାର୍କ, ସପିଂ ମଲ୍‌, ବାର୍‌, ଥିଏଟର, ଅଡିଟୋରିୟମ୍‌ ବନ୍ଦ ରହିବ ।

# କୌଣସି ପ୍ରକାର ଉତ୍ସବ, ଅନୁଷ୍ଠାନ, ସମାବେଶ, କ୍ରୀଡ଼ା କାର୍ଯ୍ୟକ୍ରମ, ରାଜନୈତିକ ଏବଂ ସାଂସ୍କୃତିକ ଉତ୍ସବ, ସଭାସମିତି ଇତ୍ୟାଦି ଅନୁଷ୍ଠତି ହେବ ନାହିଁ ।

# ହୋଟେଲ୍‌ଗୁଡ଼ିକ କେବଳ ୩୦ ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ହୋଟେଲ୍‌ରେ ରହୁଥିବା ଅତିଥିମାନଙ୍କ ପାଇଁ ହିଁ ରେଷ୍ଟୁରାଣ୍ଟ ସେବା ଦିଆଯିବ । ରେଷ୍ଟୁରାଣ୍ଟ ଏବଂ ହୋଟେଲ୍‌ଗୁଡ଼ିକ ଖାଦ୍ୟର ହୋମ୍‌ ଡେଲିଭରି/ପାର୍ସଲ ଖାଦ୍ୟ ଯୋଗାଇପାରିବେ ।

# ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଶିକ୍ଷଣ ଅନୁଷ୍ଠାନ ଆଦି ବନ୍ଦ ରହିବ ।

# ହସ୍‌ପିଟାଲ୍‌, କ୍ଲିନିକ୍‌, ନର୍ସିଂ ହୋମ୍‌, ଔଷଧ ଦୋକାନ, ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ ଯାତାୟତ କରିପାରିବେ ।

# ଅଧିକ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଶନିବାର ଓ ରବିବାର ସଟ୍‌ ଡାଉନ୍‌ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କଟକ, ଯାଜପୁର, ବାଲେଶର୍ୱ , କେନ୍ଦ୍ରାପଡ଼ା, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଏହି ସଟ୍‌ ଡାଉନ୍‌ ଲାଗୁ ହେବ ।

# ସଟ୍‌ ଡାଉନ୍‌ ସମୟରେ ସମସ୍ତ ଦୋକାନ, ବଜାର, ଅଫିସ୍‌ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକୀୟ ଓ ଜରୁରୀ ସେବା ଯଥା-ଜଳଯୋଗାଣ, ବିଦ୍ୟୁତ୍ ସେବା ଜାରି ରହିବ । ପୁଲିସ କମିଶନରେଟ୍‌/ଜିଲ୍ଲା ପୋଲିସଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ବୈଦୁ୍ୟତିକ ଗଣମାଧ୍ୟମ ନିଜର ଦାୟିତ୍ଵ ନିର୍ବାହ କରିପାରିବେ ।

# ମାସ୍କ ନପିନ୍ଧିଲେ ୨୦୦ ଟଙ୍କା ବଦଳରେ ଏବେ ପ୍ରଥମ ଦୁଇଥର ପାଇଁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତୃତୀୟ ଥର ମାସ୍କ ନପିନ୍ଧି ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ।

# ଓଡ଼ିଶାରେ ରାତି୍ରକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ।

#୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି, ଜଟିଳ ଏବଂ ଗୁରୁତର ରୋଗରେ ଆକ୍ରାନ୍ତ ରୋଗୀ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ କେବଳ ସ୍ୱାସ୍ଥ୍ୟଗତ କାରଣ ବ୍ୟତୀତ ଅଗଷ୍ଟ ୩୧,୨୦୨୦ ତାରିଖ ପର୍ଯ୍ୟନ୍ତ ବାହାରକୁ ଯିବାକୁ ବାରଣ କରାଯାଇଛି ।

# କରୋନା ସଂକ୍ରମଣର ଦୃଢ଼ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଷଷ୍ଠ ପର୍ଯ୍ୟାୟ କୋଭିଡ୍‌ କ୍ରିଟିକାଲ କେୟାର ତାଲିମ ଶିବିର ଶେଷ ହୋଇଛି । ଏଥିରେ ଦୀର୍ଘ ୪୫ ଦିନ ଧରି ୩୦ଟି ଜିଲ୍ଲାର ୨୪୯ ଡାକ୍ତର, ୨୭୩ ଜଣ ସେବିକାଙ୍କୁ ତାଲିମ ପ୍ରଦାନ କରାଯାଇଛି ।

# ବାଲେଶ୍ୱର ଏବଂ ବାରିପଦା ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ କୋଭିଡ-୍‌ ୧୯ ପରୀକ୍ଷଣ ଆରମ୍ଭ ହୋଇଛି । ଏହା ଦ୍ୱାରା ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇବ ।

# ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୫୫,୬୯୦ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।

# ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୧୦୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

# ୧୧୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।

# ୭ ଜଣ କୋଭିଡ-୍‌ ୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।

#ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୯୬୯ ରହିଛି ।

# ୧୨୩୮ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ।

 

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE