ଧାନର ସହାୟକ ମୂଲ୍ୟ ୫୩ଟଙ୍କା ବୃଦ୍ଧି ଅତି ଦୁର୍ଭାଗ୍ୟଜନକ

ସୁରେଶ କୁମାର ରାଉତରାୟ-ବିଧାୟକ

Share this:

ଭୁବନେଶ୍ୱର:ସାଧାରଣ ଏବଂ ଏଗ୍ରେଡ଼ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫୩ଟଙ୍କା ବୃଦ୍ଧି କରିବା ଅତି ଦୁର୍ଭାଗ୍ୟଜନକ ବୋଲି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ବିଧାନସଭାରେ କଂଗ୍ରେସ, ବିଜେପି, ବିଜେଡ଼ି ସର୍ବସମ୍ମତ ଭାବେ ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯ଶହ ଟଙ୍କା ୩୦ପଇସା କେନ୍ଦ୍ର ନିକଟରେ ଦାବି କରାଯାଇଥିଲା । ମାତ୍ର ଚାଷୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ନାହିଁ । ଚାଷୀଙ୍କୁ ଉତ୍ପାଦିତ ଶସ୍ୟର ଯେଉଁ ମୂଲ୍ୟ ଦେବା ପାଇଁ ଘୋଷଣା କରିଥିଲେ ବିଜେପି ସରକାର କ୍ଷମତାକୁ ଆସିଲା ତାହା ବାସ୍ତବରେ ଏପର୍ଯ୍ୟନ୍ତ ପୂରଣ କଲା ନାହିଁ ତେଣୁ ମୋଦୀ ସରକାର ଏକ ଚାଷୀବିରୋଧୀ ସରାକର ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରସରକାରଙ୍କର ଏହିନିଷ୍ପତିକୁ ରାଜ୍ୟ ସରକାର ମଥାପାତି ସହିଯାଇ କୌଣସି ପ୍ରତିକ୍ରିୟା ନ ଦେବା ଚାଷୀମାନଙ୍କ ପ୍ରତି ବିଜେଡ଼ି ସରକାରର ଅସଲ ମନୋଭାବକୁ ପ୍ରକାଶ କରୁଛି । ଏବେ ଚାଷୀକୂଳ ହତାସ । କରୋନା ବିପତି ଯୋଗୁଁ ଅମଳ କରିଥିବା ଶସ୍ୟକୁ ବିକିପାରି ନାହାନ୍ତି ଏବଂ ନୂତନଭାବେ ଚାଷ ଆରମ୍ଭ କରିବାକୁ ମଧ୍ୟ ଅକ୍ଷମ । କରୋନା ବିପତିରେ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗିପଡ଼ିଛି । ଏଣୁ କେନ୍ଦ୍ର ସରକାର ଚାଷୀମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଧାନସଭାରେ ଦାବି ହୋଇଥିବା ଧାନର ଏମ୍‌ଏସ୍‌ପି ମୂଲ୍ୟ ଘୋଷଣା କରନ୍ତୁ । ତୁରନ୍ତ ଚାଷୀଙ୍କୁ ବିହନ, ଆର୍ଥିକ ସହାୟତା ଏବଂ ଚାଷପାଇଁ ଆବଶ୍ୟକିୟ ଜିନିଷ ଯୋଗାଇ ଦେବାକୁ ଦାବି କରାଯାଉଛି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE