ପଶ୍ଚିମାଞ୍ଚଳରେ ବିଦ୍ୟୁତ୍ ସେବା ଉନ୍ନତିକରଣ ପାଇଁ ସମୀକ୍ଷା ବୈଠକ

ଶକ୍ତିମନ୍ତ୍ରୀଙ୍କ

Share this:

ଭୁବନେଶ୍ୱର : କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ବିଦ୍ୟୁତ୍ ସେବାରେ ଉନ୍ନତି ଆଣିବା ସକାଶେ ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏ ନେଇ ସେ କ୍ଷେତ୍ରୀୟ ଉଚ୍ଚପଦାଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବଲାଙ୍ଗୀର-କେସିଙ୍ଗା ଦୋହରା ୨୨୦ କେଭି ଲାଇନ୍‌ ନିର୍ମାଣର ପ୍ରଗତି ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଏହି ଦୋହରା ଲାଇନ୍‌ର ନିର୍ମାଣ ହେଲେ ଉକ୍ତ ତିନିଗୋଟି ଜିଲ୍ଲାରେ ବିଦ୍ୟୁତ୍ ସରବରାହରେ ସ୍ଥିରତା ଆସିବା ସହ ଉପଭୋକ୍ତାମାନେ ଉନ୍ନତ ମାନର ବିଦ୍ୟୁତ୍  ସେବା ପାଇପାରିବେ । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକଳ୍ପ ଆଗେଇବାକୁ ରହିଥିବା ସମସ୍ୟାଗୁଡ଼ିକୁ ତତ୍‌କ୍ଷଣାତ୍‌ ସମାଧାନ କରିବା ସହ ବିଦ୍ୟୁତ୍ ଖୁଣ୍ଟ ପୋତିବା ପାଇଁ କେତେକ ଗଛ କାଟିବା ଜରୁରୀ ହେଉଥିବା ଯୋଗୁଁ ସେ ନେଇ ଜଙ୍ଗଲ ବିଭାଗରୁ ଅନୁମତି ପାଇଁ ଓପିଟିସିଏଲ୍‌ ତରଫରୁ ପ୍ରକ୍ରିୟା ଆରମ୍ଭ କରିବା ଏବଂ ପ୍ରକଳ୍ପ ଅଗ୍ରଗତିରେ ମନ୍ଥରତା ଦେଖା ଦେଇଥିବାରୁ ଏ ଦିଗରେ କିପରି ସଂପୃକ୍ତ ବିଭାଗଗୁଡ଼ିକ ତତ୍ପରତା ପ୍ରକାଶ କରିବେ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଉପରୋକ୍ତ ପ୍ରକଳ୍ପ କାର୍ଯ୍ୟ ଯେତେଶୀଘ୍ର ସମ୍ଭବ ଶେଷ କରିବା ଉପରେ ସେ ଜୋର ଦେଇ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳମାନେ ହସ୍ତକ୍ଷେପ କରି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଥିଲେ । ବୈଠକରେ ଜଙ୍ଗଲ ବିଭାଗ ଗଛକଟା ପାଇଁ ପର୍ଯ୍ୟାପ୍ତ ଲୋକ କାର୍ଯ୍ୟରେ ନିୟୋଜନ କରୁନଥିବା ଦର୍ଶାଇ ଏଥି ପାଇଁ ଅହେତୁକ ବିଳମ୍ବ ହେଉଥିବା ବିଭାଗ କହିଥିଲା । ତେବେ ଗଛକଟା ପାଇଁ ଅଧିକ ଟିମ୍‌ ଗଠନ କରିବାକୁ ଏବଂ ସେଥିପାଇଁ ଆଗୁଆ ଭାବେ ଜଙ୍ଗଲ ବିଭାଗର ଅନୁମତି ଲୋଡ଼ିବାକୁ ଏବଂ ପୋତା ସରିଥିବା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକରେ ତୁରନ୍ତ କଣ୍ଡକ୍ଟର ଲଗାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୋମବାର ଦିନ ଏ ସଂକ୍ରାନ୍ତରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଏକ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଏହି ସମୀକ୍ଷା କରିଥିଲେ । ଏଥିରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ସମେତ କଳାହାଣ୍ଡି ଜିଲ୍ଲାପାଳ  ପରାଗ ହର୍ଷଦ ଗୱାଲୀ, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ୍‌ ଡାକୁଆ, କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ  ବି. ଗଙ୍ଗାଧର, ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ  ମାଡ଼କର ସନ୍ଦୀପ ସଂପତ, ବନଖଣ୍ଡ ଅଧିକାରୀ, କଳାହାଣ୍ଡି(ଉତ୍ତରଖଣ୍ଡ)  ନିତିଶ କୁମାର ଦାଲିୟାନ୍‌, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଭବାନୀପାଟଣା ସୁଦୀପ୍ତ ଦାସ, ଡିଏଫ୍‌ଓ, ବଲାଙ୍ଗୀର ସମୀର କୁମାର ଶତପଥୀ, ଡାଇରେକ୍ଟର ଅପରେସନ୍‌ ଶ୍ରୀ ସମୀର ରଞ୍ଜନ ସ୍ୱାଇଁ ପ୍ରମୁଖ ଏହି ଭିଡ଼ିଓ କନ୍‌ଫରେନ୍ସିଂରେ ଯୋଗଦେଇଥିଲେ ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE