ଆଜିର ରାଶିଫଳ:ଗୁରୁବାର

୦୪ ଜୁନ୍ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ସୂର୍ଯ୍ୟଉଦୟ – ପ୍ରାଘ ୦୫/୦୮/୧୨
ସୂର୍ଯ୍ୟଅସ୍ତ – ସଂଘ ୦୬/୨୧/୪୩

ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୨୪ ରୁ ଦିବା ଘ ୦୩/୦୩ ମଧ୍ଯରେ ।
ଆଜି  ବିରି ଦ୍ରବ୍ୟ ଖାଇବା ମନା
ଅମୃତବେଳା : ଦିଘ ୧୦/୪୮ ଗତେ ଦିନ ଘ ୧୨/୧୫ ମଧ୍ଯରେ, ଦିଘ ୦୨/୨୭ ଗତେ ୦୪/୩୮ ମଧ୍ୟରେ
ସତର୍କତା – ସନ୍ଧ୍ୟା ଘ ୦୬/୩୯ ଗତେ
୨/୪/୬/୮/୧୧/୧୩/୧୭/୨୦/
୨୪/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ: ଆପଣ ବନ୍ଧୁମାନଙ୍କ ସହ ଆକସ୍ମିକ ଯାତ୍ରା କରିବାର ସୁବିଧା ପାଇବେ । ପରାମର୍ଶ କ୍ରମେ ସକାଳୁ ସକାଳୁ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବେ । ବ୍ୟବସାୟିକ ସ୍ଥିତି ଲାଭ ରହିବ । ବିବାଦୀୟ ଘଟଣାଠାରୁ ଦୂରେଇ ରହିବା ଭଲ ହେବ ।

ବୃଷ: ଆଜିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିବ । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ । ଶିଳ୍ପ, ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇ ପାରେ । ନିକଟ ସମ୍ପର୍କୀୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ।

ମିଥୁନ: ବିଚାରଧାରାର ବିଭିନ୍ନତା ମାନସିକ ଅସ୍ଥିରତାର କାରଣ ହେବ । ଜମିଜମା ସମ୍ପର୍କୀୟ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ । ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ଆଇନ, ଅଦାଲତ କ୍ଷେତ୍ରରେ ତଥା ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ ।

କର୍କଟ: ବନ୍ଧୁ କିମ୍ବା ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଅନୁଚିନ୍ତା ଦୂର ହେବ । ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ପୁରୁଣା ବନ୍ଧୁଙ୍କ ଦେଖା ପାଇ ମନ ହାଲୁକା କରିବେ ।

ସିଂହ :ମନ କଥାକୁ ମନ ଭିତରେ ରଖି ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଆକସ୍ମିକ କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ । ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ । ବନ୍ଧୁମାନଙ୍କ ସହ ଭ୍ରମଣରେ ଯିବାକୁ ଇଚ୍ଛା ପ୍ରକାଶ କରିବେ ।

କନ୍ୟା: ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । କୌଶଳ ପ୍ରୟୋଗ କରି ଅନ୍ୟମାନଙ୍କ ନିକଟରୁ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ ।

ତୁଳା: ମନରେ ସୁଖ, ସୌହାର୍ଦ୍ଦ୍ୟ ନ ଥିଲେ ମଧ୍ୟ କେତେକ କାମ ବାଧ୍ୟତାମୂଳକ ଭାବରେ କରିବାକୁ ବାଧ୍ୟ ହେବେ । କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡିପାରେ । ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ ।

ବିଛା: ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ । ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହେବ । ଶତ୍ରୁମାନଙ୍କ ସକ୍ରିୟତା ବୃଦ୍ଧି ପାଇପାରେ । ଅର୍ଥ ଲାଭ କାରଣରୁ ମନ ପ୍ରଫୁଲ୍ଲ ରହିବ ।

ଧନୁ: ଜମିଜମା କାରବାର କିମ୍ବା ରେଜିଷ୍ଟ୍ରେଶନ ସମ୍ପର୍କୀୟ ସମସ୍ୟାକୁ ନେଇ ବିବ୍ରତ ରହିପାରନ୍ତି । ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । କଳା, କ୍ରୀଡା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ସମସ୍ୟା ସମାଧାନ ପୂର୍ବକ ସାମାନ୍ୟ ଅଗ୍ରଗତି ଘଟିବ । ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତି ଓ ଆନୁଷ୍ଠାନିକ କାମରୁ ମନ ଖୁସି ରହିବ ।

ମକର: ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବାରେ କୌଣସି ଅସୁବିଧା ରହିବ ନାହିଁ । କିନ୍ତୁ ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ପ୍ରଶଂସିତ ହେବେ । ସକାଳ ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି । କଳା, ସାହିତ୍ୟ, ସଭାସମିତିରେ ଓ ରାଜନୈତିକ ସ୍ତରରେ ଭଲ ରହିବ ।

କୁମ୍ଭ :କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । ନିଜ ଲୋକମାନେ ଯେତେ ପ୍ରକାର ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ସମୟାନ୍ତରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ ।

ମୀନ :ପରିବାରରେ ପିଲାମାନଙ୍କ  ଆଚରଣ, କିଛିଟା  ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ । ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେବେ । ଏକାଧିକ କାମରେ ହାତ ଦେଲେ ମଧ୍ଯ ପରାସ୍ତ ହେବେ ନାହିଁ  । ଚେଷ୍ଟା କରୁଥିବା କାମରେ ଓ ସଫଳତାରେ ଆନନ୍ଦ ଅନୁଭବ କରିବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ – ୯୪୩୮୬୪୪୪୭୫

RELATED BY

  • ଆଜିର ରାଶିଫଳ : ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୭/୦୫ ସୂର୍ଯ୍ୟଅସ୍ତ – ସଂଘ ୦୬/୨୭/୩୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • ଆଜିର ରାଶିଫଳ:ସୋମବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୬/୪୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୭/୪୦ ରାହୁକାଳ – ପ୍ରାତଃ ଘ ୦୬/୫୬ ରୁ ଦିବାଘ ୦୮/୩୪ ମଧ୍ଯରେ...
  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୧୫/୫୭ ସୂର୍ଯ୍ୟଅସ୍ତ – ସଂଘ ୦୬/୨୭/୫୩ ରାହୁକାଳ – ଦିବା ଘ ୦୮/୩୪ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୫/୩୬ ସୂର୍ଯ୍ୟଅସ୍ତ – ସଂଘ ୦୬/୨୭/୫୯ ରାହୁକାଳ – ଦିବା ଘ ୧୦/୧୩ ରୁ...
EDITOR
OFFICE