ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସହିତ ଆଲୋଚନା କଲେ

ଆର୍ସେଲରମିତ୍ତଳ ଗ୍ରୁପ୍‌ର ଅଧ୍ୟକ୍ଷ

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ଲଣ୍ଡନରୁ ଆର୍ସେଲରମିତ୍ତଳ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନିବାସ ମିତ୍ତଲଙ୍କ ସହିତ ଓଡ଼ିଶାରେ ପୁଂଜିନିବେଶ ଉପରେ ଆଲୋଚନା କରିଥିଲେ ।  ଓଡ଼ିଶା ସରକାର ଯେପରି ଦକ୍ଷତାର କୋଭିଡ୍‌-୧୯ର ପରିଚାଳନା କରୁଛନ୍ତି ସେଥିପାଇଁ ଶ୍ରୀ ମିତ୍ତଲ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିଳ୍ପ ଜଗତକୁ ସହଯୋଗ କରୁଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ନିକଟରେ ସାଗାସାହି ଓ ଠାକୁରାଣୀ ଖଣିର ଲିଜ୍‌ ଯେପରି ସ୍ୱଚ୍ଛତାର ସହ ସଂପାଦିତ ହେଲା ତାହା ବିଶ୍ୱ ସ୍ତରରେ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ହିଁ ମୂଲ୍ୟଯୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ । ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ଆର୍ସେଲରମିତ୍ତଲ ଗ୍ରୁପ୍‌ ତା’ର ସଂପ୍ରସାରଣ ଯୋଜନାର ଅଂଶ ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୨୦୦୦ କୋଟି ଟଙ୍କାର ପୁଂଜି ବିନିଯୋଗ କରିବ । ଗ୍ରୁପ୍‌ ଦ୍ୱାରା ପରିଚାଳିତ ପାରାଦ୍ୱୀପସ୍ଥିତ ପେଲେଟ୍‌ ପ୍ଳାଣ୍ଟର କ୍ଷମତା ବାର୍ଷିକ ୬ ନିୟୁତ ଟନ୍‌ରୁ ୧୨ ନିୟୁତ ଟନ୍‌କୁ ଓ ଡାବୁନା(କେଉଁଝର)ସ୍ଥିତ ବେନିଫିକେସନ୍‌ ପ୍ଲାଣ୍ଟର କ୍ଷମତା ବାର୍ଷିକ ୫ ନିୟୁତ ଟନ୍‌ରୁ ୧୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ ।

# କୋଭିଡ୍‌-୧୯ ମହାମାରୀ ସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ ବିଦ୍ୟାଳୟଗୁଡ଼ିକରେ ଟେଲିଫୋନ ଓ ହ୍ୱାଟସ୍‌ଆପ୍‌ ଯୋଗେ ଛାତ୍ରଛାତ୍ରୀମାନଙ୍କର ନାମଲେଖା କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାମାନଙ୍କୁ ନାମଲେଖା ପାଇଁ ବିଦ୍ୟାଳୟ ପରିସରକୁ ନ ଆସିବା ନିଶ୍ଚିତ କରାଯାଇଛି ।

# ସଟ୍‌ ଡାଉନ୍‌ ସମୟରେ ଜାତୀୟ ଓ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ଢାବାଗୁଡ଼ିକ ଖୋଲା ରଖିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଢାବାରୁ କେବଳ ଖାଦ୍ୟ ନିଆଯାଇ ପାରିବ । ସେହିପରି ସପ୍ତାହାନ୍ତ ସଟ୍‌ ଡାଉନ୍‌ ସମୟରେ ଧାନ ସଂଗ୍ରହ, ଚାଉଳ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଯିବା, ଚିନାବାଦାମ ଓ ଡାଲିଜାତୀୟ ଶସ୍ୟ ସଂଗ୍ରହ କାର୍ଯ୍ୟକୁ ଅନୁମତି ଦିଆଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏହି ପରିପ୍ରେକ୍ଷରେ ଆଦେଶନାମା ଜାରି କରିଛନ୍ତି ।

# ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୧୦ ଲକ୍ଷ ମେଟି୍ରକ୍‌ ଟନ୍‌ ଧାର୍ଯ୍ୟ କରାଯାଇଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ କରାଯାଇଛି । ଏ ପର୍ଯ୍ୟନ୍ତ ୧୧ ଲକ୍ଷ ୮୬ ହଜାର ମେଟି୍ରକ୍‌ ଟନ୍‌ରୁ ଅଧିକ ଧାନ ସଂଗ୍ରହ କରାଯାଇଛି । ରବି ଧାନ ସଂଗ୍ରହ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

# ରବିଧାନ ବିକି୍ର ନିମନ୍ତେ ରାଜ୍ୟରେ ୨ ଲକ୍ଷ ୫୭ ହଜାର ୮୯୧ ଜଣ ଚାଷୀ ନାମ ପଂଜୀକରଣ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ଅଧିକ ଚାଷୀ ନାମ ପଂଜୀକରଣ କରିଛନ୍ତି ।

# ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ମୂଲ୍ୟ ସହାୟକ ଯୋଜନାରେ ସମବାୟ ବିଭାଗ ପକ୍ଷରୁ ପ୍ରାଥମିକ କୃଷି ସେବା ସମବାୟ ସମିତି (ପ୍ୟାକ୍ସ) ଜରିଆରେ ୨୨ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ଡାଲି ଓ ତୈଳବୀଜ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି ।

# ଡାଲି ଓ ତୈଳବୀଜ ସଂଗ୍ରହ ନିମନ୍ତେ ଗତବର୍ଷ ୮,୮୧୬ ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଥିବାବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୧୭ ହଜାରରୁ ଉର୍ଦ୍ଧ୍ଵ ଚାଷୀ ନାମ ପଂଜୀକରଣ କରିଛନ୍ତି ।

#  ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୧୩,୩୭୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୩୮,୯୩୭ ଜଣ ଫେରିଛନ୍ତି ।

# କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୮୧୮ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୭,୬୨,୩୮୧ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।

# ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୧୨ରୁ ଜୁନ୍‌ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୭ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି କେସ୍‌ ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୨ଟି କେସ୍‌ ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରାଯାଇଛି ।

# ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧, ୯୬,୪୫୬ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।

# ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୭୨୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

#୨,୫୯୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।

# ୧୦ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।

# ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୧୧୬ ରହିଛି ।

# ୧୫୦୪ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY