ରଜ କୁଇନ ଫୁଲବାଣୀ (କନ୍ଧମାଳ)- ୨୦୨୦ ଅନୁଷ୍ଠିତ, ସୋନାଲି ପାଣିଗ୍ରାହୀ ପ୍ରଥମ

ଦ୍ଵିତୀୟ ହୋଇଛନ୍ତି ଏମ୍ ବିଜୟଲକ୍ଷ୍ମୀ ଦୋରା
SONALI PANIGRAHI-15-06-2020

Share this:

ଫୁଲବାଣୀ : ଫୁଲବାଣୀ ଜିଲ୍ଲା(କନ୍ଧମାଳ)ରେ ପ୍ରଥମ ଥର ପାଇଁ ଇଗଲ ମ୍ୟୁଜିକ୍ ଷ୍ଟୁଡିଓ ଦ୍ଵାରା ଆୟୋଜିତ ହୋଇଥିଲା ଅନଲାଇନରେ ରଜ କୁଇନ ଫୁଲବାଣୀ (କନ୍ଧମାଳ)- ୨୦୨୦ । ଯାହାର ଫଳାଫଳ ସୋମବାର ଦିନ ଘୋଷଣା କରାଯାଇଛି । ଏଥିରେ ପ୍ରଥମ ହୋଇଛନ୍ତି ସୋନାଲି ପାଣିଗ୍ରାହୀ,ଦ୍ଵିତୀୟ ହୋଇଛନ୍ତି ଏମ୍ ବିଜୟଲକ୍ଷ୍ମୀ ଦୋରାତୃତୀୟ ସ୍ଥାନ ଅଧିକାର କରିଛନ୍ତି  ସୁଶ୍ରୀ ତନ୍ମୟୀ ପାଢ଼ୀ । ୬ ଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ୫ ଦିନ ଧରି ଚାଲିଥିଲା ।ନାଚ,ଗୀତ,ଅଭିନୟ,ଝୋଟି,ସଜବାଜ ସମେତ ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ଥିଲା । ଏହି ସବୁ ପର୍ଯ୍ୟାୟର ବିଚାରକ ଭାବେ ଓଲିଉଡ ର ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାହାଣୀଙ୍କ ସହିତ କଣ୍ଠଶିଳ୍ପୀ ସୁଶାନ୍ତ ଚିନରା ଥିବାବେଳେ ମୁଖ୍ୟ ଅତିଥି ଭାବେ ଓଲିଉଡର ଅଭିନେତା ଓ ପ୍ରଯୋଜକ ଶଶାଙ୍କ ଦିଗଲ ଭିଡିଓ କଲ୍ ମାଧ୍ୟମରେ ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚାରିବା ସହ ଯେଉଁମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ ତାହା ନିର୍ଣ୍ଣୟ କରିଥିଲେ । ସମସ୍ତ ପର୍ଯ୍ୟାୟ ଅନଲାଇନରେ ହୋଇଥିବା ବେଳେ ସୋମବାର ଦିନ ଇଗଲ ମ୍ୟୁଜିକ୍ ଷ୍ଟୁଡିଓରେ ଫଳାଫଳ ଘୋଷଣା କରାଯିବା ସହିତ ସାମାଜିକ ଦୂରତା ରଖି ପୁରସ୍କାର ବଣ୍ଟନ କରାଯାଇ ଥିଲା । ପୁରସ୍କାର ବଣ୍ଟନ କରିବା ସହିତ ପ୍ରତିଯୋଗୀଙ୍କୁ ଅଭିବାଦନ ଜଣାଇଥିଲେ ଇଗଲ୍ ମ୍ୟୁଜିକ୍ ଷ୍ଟୁଡିଓର ସଂସ୍ଥାପକ ବସନ୍ତ କୁମାର ସାହାଣୀ ।  ଏହି ଅବସରରେ ସୌମ୍ୟ ରଞ୍ଜନ ସାହାଣୀ କହିଛନ୍ତି ଯେ ଯେଉଁମାନେ  ପ୍ରଥମ,ଦ୍ଵିତୀୟ,ତୃତୀୟ ହେଲେ ସେମାନଙ୍କୁ ନେଇ ପରବର୍ତ୍ତୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।

RELATED BY