ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସିଧା ପ୍ରସାରଣ ଦୂରଦର୍ଶନ ଦ୍ୱାରା କରାଯିବ:ମୁଖ୍ୟମନ୍ତ୍ରୀ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ

Share this:

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେର ସିଧା ପ୍ରସାରଣ ଦୂରଦର୍ଶନ ଦ୍ୱାରା କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧ୍ୟ ୟୁଟ୍ୟୁବ୍‌ ଚ୍ୟାନେଲ୍‌ (YouTube/ IPR Odisha)ରେ ଜନସାଧାରଣ ଏହି ସିଧା ପ୍ରସାରଣ ଦେଖିପାରିବେ ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୫୮ କୋଟି ୬୬ ଲକ୍ଷ ୪୨ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି ।  ଓଡ଼ିଶାରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ସବୁଜ ଘନତା ବଢ଼ାଇବା ପାଇଁ ସରକାରଙ୍କ ତରଫରୁ ‘ସବୁଜ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଅନୁମୋଦିତ ହୋଇଛି । ବୃକ୍ଷରୋପଣ ମାଧ୍ୟମରେ ଅଧିକ ନିଯୁକ୍ତି ସୃଷ୍ଟି ଏବଂ ରୋପିତ ଚାରାର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।  ଚଳିତ ବର୍ଷ ୧,୩୦,୨୬୪ ହେକଫର ଜମିରେ ଚାରା ରୋପଣ କରାଯିବ । ଗତବର୍ଷ ପ୍ରାୟ ୬୮,୩୫୮ ହେକ୍ଟର ଜମିରେ ଚାରା ରୋପଣ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ୫୨୨୨ଟି ନର୍ସରୀ ମାଧ୍ୟମରେ ୧୩.୧୧ କୋଟି ବିଭିନ୍ନ କିସମର ଚାରା ପ୍ରସ୍ତୁତ କରାଯାଇଛି । ବୃକ୍ଷ ରୋପଣ ପାଇଁ ୨୬୬୦ ଟି ସ୍ଥାନରେ ୧.୩୦ ଲକ୍ଷ ହେକ୍ଟର ଜମି ଚିହ୍ନଟ କରାଯାଇଛି ଏବଂ ଏହିସବୁ ସ୍ଥାନର ଭୌଗୋଳିକ ସ୍ଥିତିର ସୂଚନା  ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଛି ।  କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ  ବିଭାଗ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା ଏବଂ ବରିଷ୍ଠ ପଦାଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।  ରାଜ୍ୟରେ ମାତୃଓ ଶିଶୁ ମୃତ୍ୟୁହାର କମାଇବା ସହିତ ସୁସ୍ଥ ଓ ପୁଷ୍ଟିସଂପନ୍ନ ଶିଶୁ ଜନ୍ମ ଏବଂ ନିରାପଦ ମାତୃତ୍ୱ ଲକ୍ଷ୍ୟରେ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୧ ମସିହାରୁ ଆରମ୍ଭ ହୋଇଥିବା ‘ମମତା’ ଯୋଜନା ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଜୁନ୍‌, ୨୦୨୦ ସୁଦ୍ଧା ଏହି ଯୋଜନାରେ ୪୩ ଲକ୍ଷ ଗର୍ଭବତୀ ଏବଂ ପ୍ରସୂତି ହିତାଧିକାରୀଙ୍କୁ ୨୦୦୬ କୋଟି ଟଙ୍କାର ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରାଯାଇଛି । ‘ମମତା’ ଯୋଜନାରେ ୨ଟି କିସ୍ତିରେ ୫ ହଜାର ଟଙ୍କାର ଅର୍ଥରାଶି ଦୁଇଟି ସନ୍ତାନଙ୍କ ଜନ୍ମ ପର୍ଯ୍ୟନ୍ତ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଉଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧି ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଳ୍ପ ବିକାଶ ନିଗମ (ଇଡ୍‌କୋ) ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଉତ୍ସର୍ଗୀକୃତ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନ କରିବ । ଅନୁରୂପ ଭାବରେ ରାଜ୍ୟର ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫୁଡ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଇଡ୍‌କୋର ୧୨୦ଟି ଶିଳ୍ପାଞ୍ଚଳ ରହିଛି । ବିଭିନ୍ନ ଘରୋଇ ହସ୍‌ପିଟାଲ୍‌/ନର୍ସିଂ ହୋମ୍‌ରେ କାର୍ଯ୍ୟରତ କର୍ମଚାରୀ କୋଭିଡ୍‌-୧୯ରେ ସଂକ୍ରମିତ ହେଉଥିବା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତି ଅଞ୍ଚଳରେ ରହୁଥିବାରୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଘରୋଇ ହସ୍‌ପିଟାଲ୍‌ଗୁଡ଼ିକ ନିମନ୍ତେ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ଭୁବନେଶ୍ୱର ମହାନ ନଗର ନିଗମ ଅଧୀନସ୍ଥ ବସ୍ତି ଅଞ୍ଚଳ ରେ ରହୁଥିବା ଘରୋଇ ହ ସ୍‌ପିଟାଲ ‌ ଏବଂ ନର୍ସିଂ ହୋମ୍‌ର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଏକ ଡାଟାବେସ୍‌ ସଂପୃକ୍ତ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯିବ । ଉକ୍ତ କର୍ମଚାରୀମାନେ ସିଫ୍ଟ  ଡ୍ୟୁଟିରେ ୧୪ ଦିନ କାର୍ଯ୍ୟ କରିବେ ଏବଂ ସେମାନଙ୍କ ପାଇଁ ଘରୋଇ ହସ୍‌ପିଟାଲ୍‌/ନର୍ସିଂ ହୋମ୍‌ମାନେ ହସ୍‌ପିଟାଲ୍‌ ପରିସରରେ ରହିବା ବ୍ୟବସ୍ଥା କରିବେ । ୧୪ ଦିନ ପରେ କୋଭିଡ୍‌ ପରୀକ୍ଷାରେ ନେଗେଟିଭ୍‌ ଆସିଲେ ସେମାନେ ଘରକୁ ଯାଇପାରିବେ । ଏହି ଭଳି ଭାବେ ପର୍ଯ୍ୟାୟ କ୍ରମେ କର୍ମଚାରୀମାନେ ୧୪ ଦିନ ଡ୍ୟୁଟି କରିବେ ।  ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୯୯୦ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୫,୮୨,୬୮୪ ଜଣ ଫେରିଛନ୍ତି ।  ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁନ୍‌ ୨୮ରୁ ଜୁନ୍‌ ୨୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୦ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୭ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୩ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ । ୧୮ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।  ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୨,୬୦,୪୨୮ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ସମୁଦାୟ ୬,୮୫୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ୪୯୪୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୨୩ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୮୮୩ ରହିଛି ।  ୨୦୮୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE