ଇସ୍ପାତ୍ ଉତ୍ପାଦନରେ ଭାରତ ଦ୍ୱିତୀୟ ସର୍ବବୃହତମ ଦେଶ:ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ରେଳ, ରାସ୍ତା, ଉର୍ଜା ଓ ବିମାନ କ୍ଷେତ୍ରରେ ବଡ ପୁଞ୍ଜିନିବେଶ ଇସ୍ପାତ୍‌ର ବ୍ୟବହାରକୁ ବଢାଇବ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଇସ୍ପାତ୍ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଇସ୍ପାତି ଇରାଦା: ନିର୍ମାଣ ଓ ଭିତିଭୂମି କ୍ଷେତ୍ରକୁ ଧ୍ୟାନରେ ରଖି ଇସ୍ପାତ୍‌ର ବ୍ୟବହାରକୁ ବଢାଇବା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଏହା କେବଳ ଗୋଟିଏ ସ୍ଲୋଗାନ ନୁହେଁ ବରଂ ଦେଶର ଅର୍ଥନୀତି,  ପରିବେଶ ସୁରକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ବଡ ପୁଞ୍ଜିନିବେଶ କରୁଛି । ଯାହା ଦ୍ୱାରା ଦେଶରେ ଇସ୍ପାତ୍‌ର ବ୍ୟବହାର ବଢିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦେଶର ନିର୍ମାଣ କ୍ଷେତ୍ରରେ ଇସ୍ପାତ ଉତ୍ପାଦନକୁ ବଢାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ । ଏହି ୱେବିନାରରେ କେନ୍ଦ୍ର ରାଷ୍ଟ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଯୋଗଦେଇ ଦେଶ ବିଶେଷ ଭାବରେ ଗ୍ରାମାଞ୍ଚଳରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଅନେକ ସୁଯୋଗ ରହିଛି । ଇସ୍ପାତର ବ୍ୟବହାର ଗ୍ରାମାଞ୍ଚଳରେ ଜାତୀୟ ହାରାହାରି ତୁଳନାରେ ଏକ ତୃତୀୟାଂଶ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE