କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ନିରଞ୍ଜନ ପଟ୍ଟନାୟକ
NIRANJAN PATTNAIK-30-06-2020

Share this:

ଭୁବନେଶ୍ୱର : ରାଜ୍ୟରେ କରୋନା ପରିସ୍ଥିତି ଦିନକୁ ଦିନ ଗୁରୁତ୍ୱର ହେବାରେ ଲାଗିଛି । ରାଜ୍ୟ ସରକାର ସବୁବେଳେ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଆସୁଥିଲେ ।ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣରେ ଟିଏମସି ଏବଂ କରୋଣ୍ଟାଇନ ସେଣ୍ଟର କରାଯାଇଛି ଏବଂ ପ୍ରତ୍ୟେକ ରାଜ୍ୟ ଫେରନ୍ତାଙ୍କୁ କରୋଣ୍ଟାଇନ ସେଣ୍ଟର ବା ଟିଏମସିରେ ରଖାଯିବ । କିନ୍ତୁ ରାଜ୍ୟ ସରକାର ଯେଉଁଭଳି ଭାବରେ କରୋଣ୍ଟାଇନ ସେଣ୍ଟରେ ପରିବର୍ତନ କଲେ ତଦ୍ୱାରା କରୋନା ବ୍ୟାପିବା ଛଡ଼ା କମୁନାହିଁ । ଏବେ ରାଜ୍ୟରେ କରୋନା ସ୍ଥିତି ଉଦ୍‌ବେଗଜନକ ଓ ଗମ୍ଭୀର ବୋଲି ମଙ୍ଗଳବାର ଦିନ ପ୍ରେସବାର୍ତା ମାଧ୍ୟମରେ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି କି ଯେଉଁ ଜିଲ୍ଲାମାନଙ୍କରେ ଅଧିକରୁ ଅଧିକ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିପାଇବରେ ଲାଗିଛି । ସେହି ଜିଲ୍ଲା ଗୁଡ଼ିକରେ ସଂପୂର୍ଣ୍ଣରୂପେ ରାଜ୍ୟ ସରକାର ଲକ୍‌ଡାଉନ୍‌ର ସମସ୍ତ ନିମୟ କାନୁନ୍‌କୁ ପୂର୍ଣ୍ଣମାତ୍ରାରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ସ୍ଥିତିକୁ ଅଣାୟତ ନକରିବା ପାଇଁ ସଜାଗ ରହିବା ଦରକାର । ବିଶେଷକରି ଯେଉଁ ଜିଲ୍ଲାମାନଙ୍କରେ ଅଧିକ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି ସେ ଜିଲ୍ଲା ଗୁଡ଼ିକ ସଟ୍‌ଡାଉନ୍‌ରେ ରଖାଯାଉ । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । 

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE