ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ, ସାମାଜିକ ଦୂରତାକୁ ଅବମାନନା କଲା ପରେ ବି କାହିଁକି ଚୁପ୍ ରହିଛି ଜିଲ୍ଲା ପ୍ରଶାସନ

ରାଜ୍ୟ ବିଜେପି ସଂପାଦକ  ଟଙ୍କଧର ତ୍ରିପାଠୀ

Share this:

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ମହାମାରୀ ରୂପ ଧାରଣ କରିଛି । ଏସବୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ସାମାଜିକ ଦୂରତା ମାନିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ତଥା ତାଙ୍କ ପ୍ରତିନିଧୀ ଦୀପାଲି ଦାସ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ସଂପାଦକ  ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏ ସଂପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ କୋଭିଡ ନିୟମ ଉଲ୍ଲଘଂନକାରୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ ଲାଗୁ ହେବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୯ ସୂତ୍ରୀ ନିୟମର ୧ ନମ୍ବରରେ ରହିଛି ସାମାଜିକ ଦୂରତା ନିୟମକୁ ପାଳନ କରିବା ।କିନ୍ତୁ ଏହି ନିୟମକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ଅବମାନନା କରିଛନ୍ତି । ଦିପାଲୀ ଦାସ ୫୦ ଉର୍ଦ୍ଧ୍ୱ ଲୋକଙ୍କୁ ମେଳି କରି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଡିଆରଡିଏ କନଫରେନ୍ସ ହଲରେ କାର୍ଯ୍ୟକ୍ରମ କରିଛନ୍ତି । ଏନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଏଯାଏଁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ଯେତେବେଳେ କରୋନା ମହାମାରୀ ରୂପ ଧାରଣ କରିଛି ସେ ସମୟରେ ଖୋଦ୍ ମନ୍ତ୍ରୀଙ୍କ ଝିଅ ନିୟମକୁଖୋଲାଖୋଲି ଉଲ୍ଲଘଂନ କରିବା ଦଣ୍ଡନୀୟ ଅପରାଧ । ଅନ୍ୟପଟେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସେ ନିଜର ସଭା ପାଇଁ ସରକାରୀ ସମ୍ମିଳନୀ କକ୍ଷକୁ କିପରି ବ୍ୟବହାର କଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି 

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

EDITOR
OFFICE