ଆଜିର ରାଶିଫଳ:ବୁଧବାର

୦୧ ଜୁଲାଇ ୨୦୨୦

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ସୂର୍ଯ୍ୟଉଦୟ- ପ୍ରାଘ୦୫/୧୨/୩୭, ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୦୯

ଅଦ୍ୟ କର୍କଟରାଶିର ଘାତବାର ରାହୁକାଳ – ଦିବା ଘ ୧୧/୫୦ ରୁ ଦିବା ଘ ୦୧/୩୦ ମଧ୍ଯରେ ।

ଆଜି ପୋଇ ଖାଇବା ମନା ।

ଅମୃତବେଳା : ରାତ୍ର ୦୮/୩୬ ଗତେ ଦି ଘ ୧୧/୩୧ ମଧ୍ଯରେ ସଂଧ୍ଯ ଘ ୦୬/୧୪ ଗତେ ରାତ୍ର ଘ ୧୦/୩୫ ମଧ୍ୟରେ ।

ସତର୍କତା – ରାତ୍ର ଘ ୦୨/୩୭ ଗତେ ୨/୪/୬/୮/୧୧/୧୩/୧୫/୧୭/ ୨୦/୨୪/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭ ।

ମେଷ:ଆଜି କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଯାତ୍ରା କିମ୍ବା ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି  । ସାମାଜିକ ସ୍ତରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ପାରିବାରିକ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ।

ବୃଷ:କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଝାମେଲା କାରଣରୁ ମନଟା ଭଲ ରହିବ ନାହିଁ । ବାଣିଜ୍ୟ ଓ ବ୍ୟବସାୟ,ପରିବହନ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ,  ହଜି ଯିବାର ସମ୍ଭାବନା ରହିଛି । ସାମ୍ବାଦିକତା କ୍ଷେତ୍ରରୁ ସୁନାମ ଅର୍ଜନ କରିବେ ।

ମିଥୁନ:ବନ୍ଧୁମାନଙ୍କ ସାହାଯ୍ୟରେ ଅଟକି ରହିଥିବା କାମଗୁଡିକ ସୁବିଧାରେ ହୋଇଯିବ । ପୁରାତନ ରୋଗପୀଡା ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ  କିମ୍ବା  କିଛି କରିବା ସକାଶେ କର୍ମମୁଖର ହେବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ ।

କର୍କଟ:କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଶିଳ୍ପ,ବ୍ୟବସାୟ,ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ଶତ୍ରୁକୃତ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ସାମୟିକ ଚିନ୍ତିତ ରହିବେ । ଗୁରୁଜନମାନଙ୍କ ପରାମର୍ଶ ଗ୍ରହଣ କରିବା ଭଲ ହେବ ।

ସିଂହ:ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, କିନ୍ତୁ ପରିଶେଷରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ । ଆକସ୍ମିକ ଭାବରେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡିପାରେ । ଆଇନ, ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଅଫିସ୍‌ରେ ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି ।

କନ୍ୟା:ବନ୍ଧୁଙ୍କ ଅନୁରୋଧରେ କୌଣସି ନୂଆ କାମଟିଏ କରିବା ସକାଶେ ମନ ବଳାଇବେ । ମାତ୍ର ଚିତ୍ରା ନକ୍ଷତ୍ର କୌଣସି ଖଳ ଲୋକମାନଙ୍କ କଥାରେ ପଡି ଭୁଲ ମାର୍ଗ ଅନୁସରଣ କରି ହଇରାଣ ହେବାକୁ ପଡିପାରେ । ମାଲି ମକଦ୍ଦମା,ସଭା ସମିତି, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ । ପ୍ରତିଯୋଗିତାରେ ବିଜୟପ୍ରାପ୍ତି ଯୋଗ ରହିଛି ।

ତୁଳା:ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଜିନିଷ ପାଇ ମନ ଖୁସି ହୋଇଯିବ । ବନ୍ଧୁଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାକୁ ନେଇ ମାନସିକ ସ୍ତରରେ ଖୁସି ରହିବେ । କର୍ମକ୍ଷେତ୍ରରେ  ଭଲ ସମ୍ପର୍କ ରହି ନଥିବା ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ । ଶିଳ୍ପ, ବାଣିଜ୍ୟ, କଳା, କ୍ରୀଡା, ଚଳଚ୍ଚିତ୍ର, ସାହିତ୍ୟ, ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ।

ବିଛା:ଦୀର୍ଘ ଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ । ଆଲୋଚନା ପରିସରରେ  ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅସାବଧାନତାବଶତଃ ଦ୍ରବ୍ୟନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି । କଳା, ସାହିତ୍ୟ, ପ୍ରକାଶନ, ରାଜନୀତି, କ୍ରୀଡା, ଚଳଚ୍ଚିତ୍ରରେ ସମସ୍ୟାର ସମାଧାନରେ ସଫଳ ହେବେ ।

ଧନୁ:ଅସମର୍ଥିତ ସୂତ୍ରରୁ ଭୁଲ୍‌  ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଅପରାହ୍ନରେ ଅର୍ଥ ଓ ସମ୍ମାନ ଲାଭ ହୋଇପାରେ ।  ଯାନବାହନରେ ଯାତ୍ରା କରିବା ସମୟରେ ଅନ୍ୟମନସ୍କତା ପରିହାର କରିବା ଭଲ ହେବ ନାହିଁ । ପାରିବାରିକ ସ୍ତରରେ ପାରଷ୍ପରିକ ବୁଝାମଣା ହେତୁ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ ।

ମକର:ପାରିବାରିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇ ପାରନ୍ତି । ବନ୍ଧୁ ମାନଙ୍କ ସହ ଆଜିର  ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ । କଳା, ସାହିତ୍ୟ, ସାମ୍ବାଦିକତା, ରପ୍ତାନି କାରବାର, ଏଜେନ୍ସିରେ ଲାଭବାନ୍‌ ହେବେ ।

କୁମ୍ଭ:ଆପଣଙ୍କୁ ସାହାଯ୍ୟ କରିବାକୁ ଯାଇ ବନ୍ଧୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାର । ବିବାଦୀୟ ଘଟଣା କିମ୍ବା କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରୁ ବହୁତ ଲାଭ ପାଇବେ । ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ ।

ମୀନ:ପାରିବାରିକ ସ୍ତରରେ ମନ ବୁଝିଲା ଭଳି  କଥା କହି ପରିସ୍ଥିତିର ମୁକାବିଲା କରିପାରିବେ । ଅଟକି ରହିଥିବା  କାମଗୁଡିକ ସୁବିଧାରେ ସମ୍ପନ୍ନ ହେବ । କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାଦିତ ସଫଳତା ହାସଲ କରିବେ । ପିଲାମାନଙ୍କ  ବିଶୃଙ୍ଖଳା ନେଇ ବିଶେଷ ବ୍ୟସ୍ତ ରହିବେ ।

ପଣ୍ଡିତ ମଙ୍ଗରାଜ କର

ସୋମନାଥପୁର, କାକଟପୁର

ଫୋନ: ୯୪୩୮୬୪୪୪୭୫

  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • Share this:ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୁରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ପାଲଟିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ...
  • Share this:ଭୁବନେଶ୍ୱର : ବହୁମୂଲ୍ୟ ସର୍ବସାଧାରଣ ଜମିକୁ ଉତ୍କଳ ଗ୍ୟାଲେରିଆ ମଲ୍‌କୁ ଟେକିଦେବା ଓ ଏହାର ପ୍ରତିବାଦ କଲେ ମହାମାରୀ ନିୟନ୍ତ୍ରଣର କଡା ଆଇନ ଲଗାଇ ଜନ ଆନ୍ଦୋଳନକୁ ଚାପିଦେବାକୁ ଚେଷ୍ଟା କରୁଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ତୁରନ୍ତ...
  • Share this:ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ କେଳେଙ୍କାରୀ ଗୁଡ଼ିକୁ କଂଗ୍ରେସ ଲୋକଲୋଚନକୁ ଆଣିବାସହିତ ଲୋକାୟୁକ୍ତଙ୍କର ଦ୍ୱାରସ୍ଥ ହୋଇଛି । ମାକ୍ସ, ପିପିଇ, ସାନିଟାଇଜର, ରିଏଲଟାଇମ ପିସିଆର, ରେପିଡ୍ କୋଭିଡ୍...
  • Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...

RELATED BY

  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୩୩ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୧ ରାହୁକାଳ – ଦିବା ଘ ୦୩/୧୦ ରୁ ଦିବା ଘ ୦୪/୪୯...
  • ଆଜିର ରାଶିଫଳ:ସୋମବାର

    Share this:ଜୟମାମଙ୍ଗଳା.ଜୟ ଶନି ଦେବ  ଅଦ୍ୟ ମିଥୁନ ରାଶିର ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୪/୧୨,ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୩ ରାହୁକାଳ – ପ୍ରାତଃ ଘ ୦୬/୫୩ ରୁ ଦିବାଘ ୦୮/୩୩ ମଧ୍ଯରେ ।  ଆଜି ବାଇଗଣ ଖାଇବା...
  • ଆଜିର ରାଶିଫଳ:ରବିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ମେଷ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୧୩/୫୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୫ ରାହୁକାଳ – ଦିବା ଘ ୦୪/୩୧ ରୁ ସଂଧ୍ଯ ଘ ୦୬/୦୭...
  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୧୩/୩୪ ସୂର୍ଯ୍ୟଅସ୍ତ – ସଂଘ ୦୬/୨୮/୧୬ ରାହୁକାଳ – ଦିବା ଘ ୦୮/୩୨ ରୁ ଦିବା...
EDITOR
OFFICE