ଅତ୍ୟାଧୁନିକ ସୁବିଧାଯୁକ୍ତ “ଏସଟିପିଆଇ ଏଲିଟ” ଏବଂ ସେକେଣ୍ଡାରି ଡାଟା ସେଂଟର – ହାଇଡ୍ରୋକାର୍ବନ କାର୍ଯ୍ୟକ୍ଷମ ହେଲା ଭୁବନେଶ୍ୱରରେ

ଭାରତକୁ ବିଶ୍ୱର ବୃହତ ଡାଟା କେନ୍ଦ୍ର କରିବା ଲାଗି ଚାଲିଛି ପ୍ରୟାସ – ପେଟ୍ରୋଲିୟମ ମନ୍ତ୍ରୀ

 ଆଧାର ତଥ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରୀ
 ଅନୁଗୁଳ, ଯାଜପୁର, ସମ୍ବଲପୁର, ଜୟପୁର (କୋରାପୁଟ)ରେ ବିପିଓ ସେଂଟର ଖୋଲିବା ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ
 ଇଲେକ୍ଟ୍ରୋନିକ ବିନିର୍ମାଣର କେନ୍ଦ୍ର ହୋଇପାରିବ ଓଡିଶା – ରବି ଶଙ୍କର ପ୍ରସାଦ
 ହାଇଡ୍ରୋକାର୍ବନ ଉତୋଳନ ଏବଂ ଉଚ୍ଚତର ଗବେଷଣା ପାଇଁ ଉପାଦେୟ ସାବ୍ୟସ୍ତ ହେବ ଡାଟା ରିିପୋଜିଟରି – ଧର୍ମେନ୍ଦ୍ର ପ୍ରଧାନ
 ଭାରତକୁ ବିଶ୍ୱର ବୃହତ ଡାଟା କେନ୍ଦ୍ର କରିବା ଲାଗି ଚାଲିଛି ପ୍ରୟାସ – ପେଟ୍ରୋଲିୟମ ମନ୍ତ୍ରୀ

ଅତ୍ୟାଧୁନିକ ସୁବିଧାଯୁକ୍ତ “ଏସଟିପିଆଇ ଏଲିଟ” ଏବଂ ସେକେଣ୍ଡାରି ଡାଟା ସେଂଟର „ ହାଇଡ୍ରୋକାର୍ବନ ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଛି । ଗୋଠପାଟଣାଠାରେ ଶନିବାର ଏହି ନୂଆ ବ୍ୟବସ୍ଥାକୁ କେନ୍ଦ୍ର ଇଲେକଟ୍ରୋନିକ୍ସ ଓ ଆଇଟି ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବିଶଙ୍କର ପ୍ରସାଦ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ, ଏହି ସଫ୍ଟୱେର ଟେକ୍ନୋଲଜି ପାର୍କ ପୂର୍ବ ଭାରତର ସର୍ବବୃହତ କେନ୍ଦ୍ର । ଏହା ଓଡିଶା ଏବଂ ପୂର୍ବ ଭାରତରେ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ । ଏହାଛଡା ଡିଜିଟାଲ ସମାବେଶୀକରଣକୁ ସୁଗମ କରିବ । ଦେଶରେ ଏବେ ପ୍ରାୟ ୧୩୦ କୋଟି ଲୋକସଂଖ୍ୟା ଥିବା ବେଳେ ୧୨୦ କୋଟି ମୋବାଇଲ ଫୋନ ରହିଛି । ସେଥିମଧ୍ୟରୁ ୪୫ କୋଟି ସ୍ମାର୍ଟ ଫୋନ । ୫୫ କୋଟି ଇଂଟରନେଟ ସଂଯୋଗ ବର୍ତମାନ ସୁଦ୍ଧା ପ୍ରଦାନ କରାଯାଇଛି । ଏକ ଲକ୍ଷ ଗ୍ରାମକୁ ବ୍ରୋଡବେଣ୍ଡ ଇଂଟରନେଟ ସୁବିଧା ଉପଲବ୍ଧ ହେଉଛି । ଆଗାମୀ ଦିନରେ ସବୁ ଗ୍ରାମ ପଂଚାୟତକୁ ଦୃତ ଇଂଟରନେଟ ସେବା ଯୋଗାଇ ଦିଆଯିବ । ୨୦୧୧ ରୁ ୨୦୧୪ ମଧ୍ୟରେ ମାତ୍ର ୩୫୮ କିମି ଅପଟିକାଲ ଫାଇବର ବିଛାଯାଇଥିବା ବେଳେ ଏନଡିଏ ସରକାର ଆସିବା ପରେ ୨୦୧୪ ରୁ ୨୦୧୮ ମଧ୍ୟରେ ୨.୭୨ ଲକ୍ଷ କିମି ଅପଟିକାଲ ଫାଇବର ବିଛାଯାଇଛି । ଜନ-ଧନ ଯୋଜନା, ଆଧାର ଏବଂ ମୋବାଇଲ ଫୋନର ସମ୍ମିଶ୍ରଣରେ ଇ-କାରବାର ବୃଦ୍ଧି ପାଉଛି ଏବଂ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ଯୋଜନା ଫଳପ୍ରଦ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ହିତାଧିକାରୀମାନଙ୍କୁ ୪ ଲକ୍ଷ କୋଟି ଟଙ୍କାର ସବ୍ସିଡି ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୯୦ ହଜାର କୋଟି ଟଙ୍କାର ବାଟମାରଣାକୁ ରୋକାଯାଇପାରିଛି । ଡିଜିଟାଲ ପ୍ରଶାସନ ଏବେ ଉତମ ପ୍ରଶାସନ ଲାଗି ରାସ୍ତା ସୁଗମ କରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଥିଲେ ଯେ, ଆଧାର ତଥ୍ୟ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ । କେବଳ ଆଧାର ନମ୍ବର ଓ ବ୍ୟକ୍ତିର ଠିକଣା ବ୍ୟତିତ ଅନ୍ୟ କିଛି ତଥ୍ୟ ଚୋରି ହୋଇପାରିବ ନାହିଁ । ଆଖିର ସ୍ୱଚ୍ଛ ପଟଳ (ଆଇରିସ) ଏବଂ ଆଙ୍ଗୁଠି ଛାପର ତଥ୍ୟକୁ ସ୍ୱଦେଶୀ ଜ୍ଞାନ କୌଶଳ ଦ୍ୱାରା ସୁରକ୍ଷିତ ରଖାଯାଇଛି । ଏହାକୁ କେହି ବି ହାସଲ କରିପାରିବେ ନାହିଁ । ସେ କହିଥିଲେ ଯେ, ପ୍ରତ୍ୟେକ ଦିନ ୩ କୋଟି ଡାଟା ଅଥେଂଟିକେସନ କାର୍ଯ୍ୟ ସମ୍ପାଦନ ହେଉଛି । ୧୫ କୋଟି ମୃତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଇ ସାରିଲାଣି । ୨.୭୪ ଲକ୍ଷ ହସ୍ପିଟାଲକୁ ଡିଜିଟାଲ ହସ୍ପିଟାଲରେ ପରିଣତ କରିବା ଲାଗି କାର୍ଯ୍ୟ ଚାଲିଛି । ମେଡିକାଲ କଲେଜ ହସ୍ପିଟାଲ ଓ ବଛା ବଛା ଜିଲ୍ଲା ସଦର ହସ୍ପିଟାଲରେ ଟେଲି-ମେଡିସିନ ସୁବିଧାର ଆରମ୍ଭ କରାଯାଉଛି । ୬ କୋଟି ଲୋକଙ୍କୁ ଡିଜିଟାଲ ପ୍ରଶିକ୍ଷଣ ଦିଆଯାଇ ସାରିଲାଣି । ଭାରତ ବର୍ତମାନ ସୁଦ୍ଧା ୩ ଲକ୍ଷ ଡିଜିଟାଲ ଉଦ୍ୟୋଗୀଙ୍କୁ ସୃଷ୍ଟି କରିବାରେ ସକ୍ଷମ ହୋଇଛି ।
କେନ୍ଦ୍ର ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରୀ କହିଥିଲେ ଯେ, ଏବେ ଦେଶରେ ୧୨୧ଟି କେନ୍ଦ୍ରରେ ବିପିଓ ସେଂଟରମାନ କାର୍ଯ୍ୟକ୍ଷମ ହୋଇସାରିଲାଣି । ଓଡିଶାରେ ୧୩ଟି ଆଇଟି କମ୍ପାନୀକୁ ବିପିଓ କେନ୍ଦ୍ର ଖୋଲିବା ଲାଗି ବିଧିବଦ୍ଧ ଅନୁମତି ମିଳିସାରିଛି । ସେଥିମଧ୍ୟରୁ ଭୁବନେଶ୍ୱର, ଜଳେଶ୍ୱର, ବାଲେଶ୍ୱର ଓ କଟକରେ କିଛି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଉ କେତେକ କେନ୍ଦ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । କେନ୍ଦ୍ର ସରକାର ଅନୁଗୁଳ, ଯାଜପୁର, ସମ୍ବଲପୁର ଏବଂ କୋରାପୁଟ
ଜିଲ୍ଲାର ଜୟପୁରଠାରେ ବିପିଓ କେନ୍ଦ୍ରମାନ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଏନଡିଏ ସରକାର ଆସିବା ପରେ ଭାରତରେ ୧୨୦ଟି ମୋବାଇଲ କମ୍ପାନୀ ସେମାନଙ୍କର ବିନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଯେଉଁଥିରେ କି ୫ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି । ନୋଏଡାରେ ବିଶ୍ୱର ସର୍ବବୃହତ ମୋବାଇଲ ବିନିର୍ମାଣ କେନ୍ଦ୍ର ସାମସଙ୍ଗ ପକ୍ଷରୁ ଆରମ୍ଭ କରାଯାଇଛି । ଏଥିରେ ମାସକୁ ୧ କୋଟି ମୋବାଇଲ ଫୋନ ନିର୍ମାଣ କରାଯାଉଛି । କେନ୍ଦ୍ର ସରକାର ଓଡିଶାକୁ ଇଲେକ୍ଟ୍ରୋନିକ ବିନିର୍ମାଣର ଏକ ପ୍ରମୁଖ କେନ୍ଦ୍ର ରୂପେ ଦେଖିବାକୁ ଚାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ କହିଥିଲେ । ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ହାଇଡ୍ରୋକାର୍ବନର ସନ୍ଧାନ ଓ ଉତୋଳନ କ୍ଷେତ୍ରରେ ଡାଟା ରିପୋଜିଟରୀ କେନ୍ଦ୍ରର ମହନୀୟ ଭୂମିକା ରହିଛି । ଏପରିକି ତୈଳ ବ୍ଲକ୍ ନିଲାମୀ କ୍ଷେତ୍ରରେ ମଧ୍ୟ ଏଭଳି ଡାଟା କେନ୍ଦ୍ର ବିଶେଷ ଭାବେ ସହାୟକ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍ଦର୍ଶନ କ୍ରମେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବେ ଗଣ ଆନ୍ଦୋଳନରେ ପରିଣତ ହେବାକୁ ଯାଉଛି । ସାଧାରଣ ଲୋକେ ଇ-କାରବାରକୁ ପସନ୍ଦ କରିବା ଆରମ୍ଭ କଲେଣି । ଚାଷୀମାନେ ସ୍ମାର୍ଟଫୋନ ଜରିଆରେ ସର୍ବଶେଷ କୃଷି ସୂଚନା ପାଇପାରୁଛନ୍ତି । ଏଟିଏମ ଓ ପିଓଏସ ଉପକରଣଠାରୁ ଆରମ୍ଭ କରି କୃତ୍ରିମ ଧୀଶକ୍ତି ପର୍ଯ୍ୟନ୍ତ ଅନେକ ସର୍ବାଧୁନିକ ପ୍ରଯୁକ୍ତି କୌଶଳ ଏବେ ସାଧାରଣ ଜନତାଙ୍କ ଜୀବନଧାରଣକୁ ସହଜରୁ ସହଜତର କରିବାକୁ ଯାଉଛି । ନବସୃଜନ ଓ ଅଙ୍କୁରଣ କେନ୍ଦ୍ର ଆରମ୍ଭ କରିବା ଲାଗି ଷ୍ଟାର୍ଟ-ଅପ ମାନଙ୍କୁ ୩.୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ସହାୟତା ଦେବାର ବ୍ୟବସ୍ଥା ହୋଇଛି । ଚତୁର୍ଥ ପିଢ଼ିର ଶିଳ୍ପବିପ୍ଳବ ସମ୍ପର୍କରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ୟକ ଭାବେ ଆଲୋଚନା କରିଥିଲେ । ଭାରତକୁ ବିଶ୍ୱର ବୃହତ ଡାଟା କେନ୍ଦ୍ରରେ ପରିଣତ କରିବା ଲାଗି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ସଫ୍ଟୱେର ଟେକ୍ନୋଲଜି ପାର୍କ ଅଫ ଇଣ୍ଡିଆ (ଏସଟିପିଆଇ) ଦେଶରୁ ଆଇଟି/ଆଇଟିଇଏସ ଉତ୍ପାଦ ରପ୍ତାନି ଉପରେ ବିଶେଷ ଗୁରୁତ୍ୱାରୋପ କରି କାର୍ଯ୍ୟ କରିଆସୁଛି । ଏହା ଏସଟିପି ଏବଂ ଇଏଚଟିପି ଯୋଜନା ଅଧୀନରେ ସିଙ୍ଗଲ ୱିଣ୍ଡୋ ନିୟନ୍ତ୍ରକ ସେବା ଯୋଗାଇ ଦେଇଆସୁଛି, ଷ୍ଟାର୍ଟଅପ କମ୍ପାନୀ ଏବଂ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ପ୍ଲଗ ଏଣ୍ଡ ପ୍ଲେ ଇନକ୍ୟୁବେଟର ସୁବିଧା ସହିତ ବିଦେଶକୁ ବାଧାମୁକ୍ତ ଆଇଟି/ଆଇଟିଇଏସ ରପ୍ତାନି ନିମନ୍ତେ ହାଇସ୍ପିଡ ଡାଟା ଯୋଗାଯୋଗ ସେବା ଯୋଗାଇଆସୁଛି । ଆଇଟି/ଆଇଟିଇଏସ/ଇଏସଡିଏମ ଶିଳ୍ପକୁ ସର୍ବାଧିକ ଶିଳ୍ପ-ଅନୁକୂଳ ପରିବେଶ ମଧ୍ୟରେ ସଫଳତାପୂର୍ବକ ବୈଧାନିକ ସେବା ଏସଟିପିଆଇ ଯୋଗାଇ ଦେଇଆସୁଛି । ଏହା ନିଜର ଉଦାର କାର୍ଯ୍ୟଶୈଳୀ ଯୋଗୁ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇଛି । ସମସ୍ତ ଅଂଶୀଦାରମାନଙ୍କ ସହିତ ନିବିଡ଼ ଭାବେ କାର୍ଯ୍ୟକାରୀ ଏସଟିପିଆଇ ଭାରତର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ଏବଂ ଦେଶକୁ ଏକ ସବୁଠୁ ପସନ୍ଦଯୋଗ୍ୟ ଆଇଟି ଲକ୍ଷ୍ୟସ୍ଥଳୀରେ ରୂପାନ୍ତରିତ କରୁଛି । ସମଗ୍ର ଭାରତରେ ଏସଟିପିଆଇର ୫୮ଟି କେନ୍ଦ୍ର କାର୍ଯ୍ୟ କରୁଛି । ଓଡିଶାରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରଠାରେ ୩ଟି ଏସଟିପିଆଇ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଗାମୀ ଦିନରେ ବାଲେଶ୍ୱର, ଅନୁଗୁଳ, ଯାଜପୁର, କୋରାପୁଟ ଏବଂ ସମ୍ବଲପୁରରେ ଆଉ ୫ଟି ଏସଟିପିଆଇ କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି । ଏସଟିପିଆଇ ୟୁନିଟଗୁଡ଼ିକ ଦ୍ୱାରା ରପ୍ତାନିରେ ଉତ୍ସାହଜନକ ଅଭିବୃଦ୍ଧି ଦେଖାଦେଇ ୧୯୯୨-୯୩ରେ ଏହି ପରିମାଣ ୫୨ କୋଟି ଟଙ୍କା ଥିବା ବେଳେ ୨୦୧୬-୧୭ରେ ଏହା ବୃଦ୍ଧି ପାଇ ୩,୫୦,୬୮୦ କୋଟି ଟଙ୍କାରୁ ଅଧିକ ହୋଇପାରିଛି । ଟାଏର-୨ ଏବଂ ଟାଏର-୩ ସହରଗୁଡ଼ିକର ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଏସଟିପିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇପାରିଛି । ୫୮ଟି ଏସଟିପିଆଇ କେନ୍ଦ୍ର ମଧ୍ୟରୁ ୫୦ଟି କେନ୍ଦ୍ର ଟାଏର ୨ ଏବଂ ଟାଏର ୩ ସହରରେ ରହିଛି । ଏହା ଦେଶର ଆଇଟି ଏବଂ ଏବଂ ଆଇଟିଇଏସ ରପ୍ତାନି ବିକାଶରେ ବ୍ୟବସ୍ଥିତ ଏବଂ ସାମଗ୍ରୀକ ବିକାଶ ଆଣିପାରିଛି । ଓଡ଼ିଶାରୁ ଆଇଟି ରପ୍ତାନିକୁ ପ୍ରୋତ୍ସାହିତ କରିବାରେ ଏସଟିପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । କିଛି ବର୍ଷ ଧରି, ରାଜ୍ୟର ଆଇଟି ରପ୍ତାନିରେ ଏସଟିପିଆଇ ନୂଆ ମାଇଲ ଖୁଂଟ ସ୍ଥାପନ କରିଛି । ଏସଟିପିଆଇ-ଭୁବନେଶ୍ୱର ରାଜ୍ୟକୁ ବ୍ଲୁ-ଚିପ ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ରାଜ୍ୟରୁ ଆଇଟି ରପ୍ତାନୀରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାରୁ ଆଇଟି ରପ୍ତାନି ପରିମାଣକୁ ୩୮୦୦ କୋଟି ଟଙ୍କାରେ ପହଁଚାଇ ରାଜ୍ୟକୁ ଦେଶର ଆଇଟି ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଦେଇଛି । ଏସଟିପିଆଇର ପ୍ରୟାସଗୁଡ଼ିକ ଦ୍ୱାରା ରାଜ୍ୟରେ ବ୍ୟାପକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟ ଅର୍ଥବ୍ୟବସ୍ଥାର ସାମଗ୍ରୀକ ବିକାଶ ହୋଇପାରିଛି । ଆଇଟି/ଆଇଟିଇଏସ ଶିଳ୍ପକୁ ଆହୁରି ସୁବିଧା ଯୋଗାଇ ଦେବା ଏବଂ ଆଇଟି ରପ୍ତାନିକୁ ପ୍ରୋତ୍ସାହିତ କରିବା, ଏସଟିପିଆଇ ଭୁବନେଶ୍ୱରେ ଅତିରିକ୍ତ ଅତ୍ୟାଧୁନିକ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିଛି । ଗୋଠପାଟଣାସ୍ଥିତ ଇଡକୋ ନଲେଜ ଜୋନ ଠାରେ ତିନି ଏକର ବ୍ୟାପ୍ତ ଜମିରେ ପାଖାପାଖି ୫୦ କୋଟି ଟଙ୍କାର ନିବେଶ ସହିତ “ଏସଟିପିଆଇ ଏଲିଟ” ନାମକ ଅତ୍ୟାଧୁନିକ କୋଠା ନିର୍ମାଣ କରାଯାଇଛି । ଏହା ଉଭୟ ଅତ୍ୟାଧୁନିକ ପାରମ୍ପରିକ ସ୍ଥାପତ୍ୟ ଶୈଳୀରେ ନିର୍ମିତ । ଆଇଟି/ଆଇଟିଇଏସ/ଇଏସଡିଏମ ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ଲାଗି ଏଥିରେ ଏସଟିପିଆଇର ଭବିଷ୍ୟ ପିଢ଼ି ଇନକ୍ୟୁବେସନ ସୁବିଧା, ଆମେରିକାର ଏମଆଇଟି ସହଯୋଗରେ ଫେବ୍ରିକେସନ ଲ୍ୟାବ, ଇଏସଡିଏମ ଇନକ୍ୟୁବେସନ ଏବଂ ଡାଟା କେନ୍ଦ୍ର ଆଦି ରହିବ । ନେଟୱାର୍କ ଅପରେସନ କେନ୍ଦ୍ର, ହାଇସ୍ପିଡ ଡାଟା କମ୍ୟୁନିକେସନ, କ୍ଲାଉଡ ସେବା, ପ୍ଲଗ ଏଣ୍ଡ ପ୍ଲେ, ସେମିଫର୍ଣ୍ଣିସ ଏବଂ ମିଳିତ ଭାବେ କାର୍ଯ୍ୟ କରୁଥିବା ଆଇଟି ସ୍ପେସ, ସମ୍ମେଳନ କେନ୍ଦ୍ର, ସମ୍ମିଳନୀ କକ୍ଷ, ମାଇ ସ୍ପେସ, ଲାଙ୍ଗୁଏଜ ଲ୍ୟାବ, କାଫେଟେରିଆ, ବ୍ୟବସାୟିକ ଲାଉଞ୍ଜ, ବ୍ୟାଙ୍କ/ଏଟିଏମ, ଆମ୍ପି ଥିଏଟର ଏବଂ ଆଧୁନିକ କୋଠା ପରିଚାଳନା ଏବଂ ଅନ୍ୟ ସାଧାରଣ ସେବା ଭଳି ଅନ୍ୟ ଅତ୍ୟାଧୁନିକ ସୁବିଧା ଏସଟିପିଆଇ ଇନକ୍ୟୁବେସନ କାର୍ଯ୍ୟକ୍ରମ ଯୋଗାଇ ଦେବ । ନିକଟରେ ଏସଟିପିଆଇ ଏଲିଟକୁ ଓଡ଼ିଶା ସରକାରଙ୍କ ଭଡ଼ା ସବସିଡି ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି ଯାହାର ଅଧୀନରେ ସୁବିଧାଗ୍ରହଣକାରୀଙ୍କୁ ସୁଲଭ ମୂଲ୍ୟର ସୁବିଧା ଯୋଗାଇ ଦିଆଯିବ ଏବଂ ଯାହା ଏକ ନିରନ୍ତର ଅଭିବୃଦ୍ଧିକୁ ସୁନିଶ୍ଚିତ କରିପାରିବ । ପ୍ରଯୁକ୍ତି କାର୍ଯ୍ୟକାରୀତା, ଇନକ୍ୟୁବେସନ ସୃଷ୍ଟି, ଶିଳ୍ପ ସୁବିଧାକରଣ, ଶିଳ୍ପ ଏବଂ ଶିଳ୍ପ ସଦସ୍ୟତାକୁ ଯୋଡ଼ିବା ଏବଂ ଜ୍ଞାନର ସୁବିଧାଜନକ ପ୍ରବାହ ସୁବିଧା ଯୋଗାଇ ଦେବା ତଥା ଏସଟିପିଆଇ ଗ୍ରହଣକାରୀ/ଆଇଟି/ଆଇଟିଇଏସ/ଇଏସଡିଏମ ଷ୍ଟାର୍ଟଅପ କ୍ଷେତ୍ରରେ ଉଦ୍ୟମୀତା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି ଏସଟିପିଆଇର ବ୍ୟାପକ ଅଭିଜ୍ଞତାକୁ ଉପଯୋଗ କରିବା ଲାଗି ଏସଟିପିଆଇ ଏଲିଟ ଏକ ମଂଚ ପ୍ରଦାନ କରିବ । ଏହି ସମନ୍ୱିତ ସୁବିଧାଗୁଡ଼ିକ ଏକ ଅଭିନବ କେନ୍ଦ୍ର ଭାବେ କାର୍ଯ୍ୟ କରିବ ଯାହା ଉଦ୍ଭାବନ, ଆଇପିଆର ସୃଷ୍ଟି, ଉତ୍ପାଦ ବିକାଶ ଏବଂ ଯୁବ ପ୍ରଯୁକ୍ତି ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ ପାଇଁ ନିର୍ମାଣ ସଂସ୍କୃତି ବିକଶିତ କରିବା ଏବଂ କ୍ଷେତ୍ରରୁ ଆଇଟି ରପ୍ତାନିକୁ ପ୍ରୋତ୍ସାହିତ କରିବ । ଏପରି ଏକ ଅଭିନବ ମଡେଲ ଆରମ୍ଭ କରିବା ଲାଗି ଏସଟିପିଆଇର ପ୍ରୟାସ ରାଜ୍ୟରେ ନିଯୁକ୍ତି, ବ୍ୟବସାୟିକ ଅଭିବୃଦ୍ଧି ଏବଂ ଉଦ୍ୟମୀତା ଲକ୍ଷ୍ୟକୁ ଆଗକୁ ବଢ଼ାଇ ନେବ । ଏସଟିପିଆଇ ଏଲିଟର ଲାଭ-

 ୭୫ ହଜାର ବର୍ଗଫୁଟର ସ୍ଥାନ, ବିଶେଷ କରି ଷ୍ଟାର୍ଟଅପ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଇନକ୍ୟୁବେସନ ସୁବିଧା ।
 ପରାମର୍ଶ ଏବଂ ପ୍ରୋତ୍ସାହନ ସହାୟତା
 ଏସଟିପି/ଇଏଚଟିପି ଯୋଜନା ନିୟାମକ ସହାୟତା
 ଭାରତ ସରକାରଙ୍କ ଭାରତ ବିପିଓ ପ୍ରୋତ୍ସାହନ ଯୋଜନା ଅଧୀନରେ ସିଟି ପ୍ରତି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ସହାୟତା
 ଓଡ଼ିଶା ସରକାରଙ୍କ ଭଡ଼ା ସବସିଡି ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ସୁବିଧା
 ଏହି କ୍ଷେତ୍ରରେ ସେମାନଙ୍କ କାରବାର ପ୍ରତିଷ୍ଠା କରିବା ଲାଗି ବୃହତ ଆଇଟି/ଆଇଟିଇଏସ/ଇଏସଡିଏମ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବାରେ ଏହି କେନ୍ଦ୍ର ସହାୟକ ହୋଇପାରିବ ।
 ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଏହି କେନ୍ଦ୍ର ପ୍ରୋତ୍ସାହିତ କରିବ
 ଉଦ୍ଭାବନ, ଆଇପିଆର ଏବଂ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ
 ଯୁବ ପ୍ରଯୁକ୍ତି ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ ମଧ୍ୟରେ ଏକ ନିର୍ମାଣ ସଂସ୍କୃତି ସୃଷ୍ଟି କରିବାରେ ଏକ ଉଜ୍ଜ୍ୱଳ ଇକୋସିଷ୍ଟମ ଯୋଗାଇଦେବ ।
 ଏହି କ୍ଷେତ୍ରରେ ନିବେଶକୁ ଆକୃଷ୍ଟ କରିବ ଏବଂ ବ୍ୟବସାୟିକ ଅଭିବୃଦ୍ଧି ଓ ଉଦ୍ୟମୀତା ଲକ୍ଷ୍ୟକୁ ଆଗେଇ ନେବ ।
 ଆଇଟି ରପ୍ତାନିକୁ ପ୍ରୋତ୍ସାହିତ କରିବା ସହିତ ଏହି ଅଂଚଳର ସାମଗ୍ରୀକ ଅଭିବୃଦ୍ଧି ଲାଗି ଏକ ଇକୋସିଷ୍ଟମ ସୃଷ୍ଟି କରିବ ।

Categories
NATIONAL

RELATED BY

  • ଓଡ଼ିଶାକୁ ‘ଏଗ୍ରିକଲଚରାଲ୍‌ ଲିଡରସିପ୍‌ ଆୱାର୍ଡ’

    ଭୁବନେଶ୍ୱର: ମତ୍ସ୍ୟ ସଂପଦର ବିକାଶ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ଯୋଗୁଁ ଓଡ଼ିଶା ୨୦୧୯ ବର୍ଷ ନିମନ୍ତେ ସର୍ବୋତ୍ତମ ରାଜ୍ୟ ଭାବରେ ପୁରସ୍କୃତ ହୋଇଛି । ଏଗ୍ରିକଲଚର ଟୁଡ଼େ ଗ୍ରୁପ୍‌ ପକ୍ଷରୁ ଏଗ୍ରିକଲଚର ଲିଡରସିପ୍‌ ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ମତ୍ସ୍ୟ ଉତ୍ପାଦନ...
  • ଜାତୀୟ ଶିକ୍ଷା ନୀତି -୨୦୧୯କୁ ତର୍ଜମା

    ଭୁବନେଶ୍ୱର: କେନ୍ଦ୍ର ସରକାର ‘ଜାତୀୟ ଶିକ୍ଷାନୀତି ୨୦୧୯ ପ୍ରଣୟନ’ କରୁଥିବା ଦୃଷ୍ଟିରୁ ଓଡ଼ିଶା ପରିପ୍ରେକ୍ଷୀରେ ଯାହା ସର୍ବୋତ୍ତମ ହେବ ସେପରି ପ୍ରସ୍ତାବ ଦିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଚିଠା ଜାତୀୟ...
  • RAIL BUDGET-2019 FOR ODISHA

    1. The Budget grants for 2019-20 for Railways in Odisha are almost the same as given in the Interim Budget. 2. Detailed figures are being calculated, but like last...
  • ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ

    ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବ ବର୍ଷ ଭଳି ଓଡିଶା ପାଇଁ ଚଳିତ ରେଳ ବଜେଟ୍ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ...
WhatsApp chat