ପ୍ରତୀକ୍ଷା-ଏକ ମିଳନର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ମନୁଷ୍ୟ ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା ତାର ଜୀବନକୁ ଓଲଟପାଲଟ କରି ଦେଇଥାଏ । ମନର ସୁଖ ହରାଇସାରିବା ପରେ ପୁଣି ଏକ ସୁଖ ନେପଥ୍ୟରେ ତା’ପାଇଁ ଅପେକ୍ଷା କରିଥାଏ ତାର ଦୁଃଖପୂର୍ଣ୍ଣ ହୃଦୟକୁ ରୋମାଞ୍ଚକର ସୁଖ ପ୍ରଦାନ କରି ଏକ ନୂତନ ଜୀବନ ପଥରେ ଅଗ୍ରସର କରାଇଥାଏ । ଜୀବନରେ ହରାଇଥିବା ତାର ପ୍ରଥମ ପ୍ରେମ ତାର ଜୀବନକୁ ଦୁଃଖରେ ଜର୍ଜରିତ କରିଥିବା ବେଳେ ଅପ୍ରତ୍ୟାଶୀତ ଭାବେ ଅନ୍ୟଜଣଙ୍କ ପ୍ରେମଲାଭ କରିବା ଦ୍ୱାରା ତାଙ୍କର ପୂର୍ବପ୍ରେମର ଦୁଃଖକୁ ଲାଘବ କରିବା ପାଇଁ ନୂତନ ପ୍ରେମ ଚେଷ୍ଟା କରିଥାଏ । ପ୍ରେମ ଶେଷହୁଏ ନାହିଁ, ପ୍ରେମ ଯେ ଅସୀମ ତାର ସେଦିନ ସମ୍ବିତ ଅନୁଭବ କରୁଥିଲେ । ସୁରେଖାକୁ ସମ୍ବିତ୍ ଅଚାନକ ଭାବେ ଭଲ ପାଇବସିଥିଲେ । କ୍ରମେ ତାହା ପ୍ରେମରେ ପରିଣତ ହୋଇଥିଲା । ମହାନଦୀ ବନ୍ଧର ପ୍ରଖର ଜଳସ୍ରୋତ ମଧ୍ୟରେ ଥିବା ପ୍ରସ୍ତର ଉପରେ ବସି ଉଭେୟ ପ୍ରେମର ପ୍ରଥମ ସୋପାନରେ ଉପନୀତ ହୋଇପଡ଼ିଥିଲେ । ମା ସମଲେଶ୍ୱରୀଙ୍କ ମନ୍ଦିରରେ ମା ସମଲେଶ୍ୱରୀଙ୍କ ସିନ୍ଦୁର ସୁରେଖା ମୁଣ୍ଡରେ ଲଗାଇ ସୁରେଖାକୁ ତାଙ୍କ ହୃଦୟର ପତ୍ନୀ ରୂପେ ବରଣ କରିଥିଲେ । ତା’ସହିତ ଶ୍ରୀଜଗନ୍ନାଥଙ୍କୁ ପୁରୀରେ ଦର୍ଶନ କରି ସମୁଦ୍ର କୂଳରେ ବସି ସମୁଦ୍ର ଢେଉର ଜୁଆର ଓ ଭଟ୍ଟାର ଆନନ୍ଦ ଅନୁଭବ କରୁଥିଲେ ସମ୍ବିତ୍ । ତା’ସହିତ କୋଣାର୍କର ଝାଉଁବଣ ମଧ୍ୟରେ ଥିବା ରାସ୍ତାରେ ହାତ ଧରାଧରି ହୋଇ ସମୁଦ୍ର କୂଳକୁ ଯାଇ ଗଭୀର ସମୁଦ୍ର ନୀଳ ଜଳ ରାଶି ଦେଖି ଆନନ୍ଦିତ ହେଉଥିଲେ । ସୁରେଖା ମଧ୍ୟ ତାଙ୍କ ପ୍ରତି ତାର ପ୍ରେମ ସମର୍ପଣ ପାଇଁ ଅଙ୍ଗୀକାରବଦ୍ଧ ରହିଥିଲା । କିନ୍ତୁ ଦୁର୍ଭାଗ୍ୟର ତାଡ଼ନାରୁ ସମାଜ ତାଙ୍କର ବିବାହ କରାଇ ଦେଇନଥିଲା । ଜାତିଗତ ବୈଷମ୍ୟରୁ ଉଭୟଙ୍କ ପରିବାର ଏ ବିବାହକୁ ଅଶୁଭକର ମନେ କରିଥିଲେ । ଅନିଚ୍ଛା ସତ୍ତ୍ୱେ ଅନ୍ୟ ଏକ ତରୁଣୀକୁ ନଦେଖି ପରିବାରର ଚାପରେ ବିବାହ କରିବାକୁ ବାଧ୍ୟ ହୋଇଥିଲେ ସମ୍ବିତ । ସୁରେଖା ସହ ପୁନର୍ବାର ପ୍ରେମର ମିଳନ ହେବା ଆଶାରେ ତାର ପ୍ରେମକୁ ହୃଦୟରେ ସାଇତି ରଖି ଅଶ୍ରୁଳ ନୟନରେ ଭାଗ୍ୟକୁ ଆଦରି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ ସମ୍ବିତ୍ । ସୁରେଖା ମଧ୍ୟ ତାଙ୍କୁ ଘୃଣା କରି ଅନ୍ୟ ଜଣଙ୍କୁ ବିବାହ କରି ତାର ନୂତନ ଜୀବନ ଆରମ୍ଭ କରିଥିଲା ଓ ତାଙ୍କ ସହ ତାର ସଂପର୍କ ଛିନ୍ନ କରିଦେଇଥିଲା । କିନ୍ତୁ ସୁରେଖା ସହ ତାଙ୍କର ବିଛେଦକୁ ସହ କରିପାରୁନଥିଲେ ସମ୍ବିତ୍ । କିନ୍ତୁ ସୁରେଖାର ପ୍ରେମ ତାଙ୍କ ବିବାହିତ ଜୀବନର ସମସ୍ତ ସୁଖକୁ ବଞ୍ଚିତ କରିଦେଇଥିଲା । ସେ ଏକ ଚଳମାନ ଜୀବନ ଦୁଃଖପୂର୍ଣ୍ଣ ହୃଦୟରେ ଅତିବାହତି କରୁଥିଲେ । ସୁରେଖା ଯେ ତାଙ୍କ ପାଇଁ ସାରାଜୀବନ ପ୍ରତୀକ୍ଷାରତ ରହିବ ବୋଲି ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇ ତାର ସ୍ୱାମୀଙ୍କ ସହ ନୂତନ ସଂସାରରେ ମଜ୍ଜି ଯାଇଥିଲା । ତାର ପ୍ରେମ ଯେ ପ୍ରତାରଣାରେ ପରିଣତ ହୋଇ ତାଙ୍କ ହୃଦୟରେ ଦୁଃଖର ଏକ ଅଦୃଶ୍ୟ ଜ୍ୱଳନ ସୃଷ୍ଟି କରୁଥିଲା । ତାହା ତାଙ୍କର ଅତ୍ୟନ୍ତ ଅସହ୍ୟ ହୋଇପଡ଼ିଥିଲା । ଏକ ବିବାହ ଉତ୍ସବରେ ଅଚାନକ ଅନ୍ୟ ଏକ ସୁନ୍ଦରୀ ତରୁଣୀ ସୁଷମା ସହ ତାଙ୍କର ଭେଟ ହୋଇଥିଲା । ସେ ତାଙ୍କ ପଛରେ ଛାଇପରି ଲାଗି ରହିଥିଲା । ତାଙ୍କ ପାଖରେ ବସି ତାଙ୍କଠାରୁ ଗପ ଶୁଣିବାରେ ନିମଗ୍ନ ହୋଇ ପଡୁଥିଲା । ତାଙ୍କୁ ତାଙ୍କର ଗ୍ରାମଦେବତୀ ମନ୍ଦିରକୁ ନେଇ ବୁଲାଇ ଆଣିଥିଲା । ତାର ପିତାମାତାଙ୍କ ସହ ତାଙ୍କର ପରଚିୟ କରାଇ ସମ୍ବିତଙ୍କୁ ତାଙ୍କ ଘରକୁ ଡାକି ନେଇଥିଲା । ତାଙ୍କ ପାଖରେ ବସି ସୁଷମା ନିଃସଙ୍କୋଚରେ ଆଳାପରତ ରହୁଥିଲା । ସମ୍ବିତଙ୍କ ଅନୁରୋଧରେ ସୁଷମା ମଧ୍ୟ କେତେକ ଗୀତ ଗାଇ ତାଙ୍କୁ ଖୁସି କରିବା ପାଇଁ ଲାଗିପଡ଼ିଥିଲା । ସୁରେଖାର ପ୍ରେମ ସମ୍ବିତଙ୍କୁ ଏପରି ଦୁଃଖ ଦେଇଥିଲା ଯେ ସେ ଅନ୍ୟ ଝିଅ ପ୍ରତି ଆକର୍ଷିତ ହୋଇପାରୁନଥିଲେ । କିନ୍ତୁ ସୁଷମା ତାଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲା । ତାଙ୍କୁ ତାଙ୍କ ଘରେ ସେଦିନ ରାତିରେ ରହିବା ପାଇଁ ଅନୁରୋଧ କରି କହିଥିଲା, ବିବାହ ଗହଳିରେ ରାତିରେ ଶୋଇବାକୁ ଅସୁବିଧା ହେବ, ତେଣୁ ଆମ ଘରେ ଆଜି ରାତିରେ ଆପଣ ରହିଯାନ୍ତୁ । କିଛି ଅସୁବିଧା ହେବ ନାହିଁ, ସକାଳେ ଆପଣ ଚାଲିଯିବେ । ତାର ପିତାମାତାମାନେ ମଧ୍ୟ ତାଙ୍କୁ କହିଥିଲେ, ହଁ, ଏଠାରେ ରହିଯାନ୍ତୁ । ସମ୍ବିତ୍ ଅଗତ୍ୟା ସେଦିନ ସେଠାରେ ରାତ୍ରିଯାପନ କରିବାକୁ ବାଧ୍ୟ ହୋଇଥିଲେ । ମଧ୍ୟରାତ୍ରିରେ ସୁଷମା ଆସି ତାଙ୍କ ପାଖରେ ଶୋଇପଡ଼ିଥିଲା ତାର ବକ୍ଷକୁ ତାଙ୍କ ଦେହରେ ଚାପିଦେଇ ତାଙ୍କୁ ଚୁମ୍ବନ କରିଥିଲା । ସମ୍ବିତ୍ ସୁଷମାର ଏପରି ଅପ୍ରତ୍ୟାଶୀତ ଆଲିଙ୍ଗନରେ ରୋମାଞ୍ଚିତ ହୋଇ ତାକୁ କିଛି ବାଧା ଦେଇପାରିନଥିଲେ । ସୁଷମା ସହ ଏକ ଅପୂର୍ବ ପ୍ରେମର ଉତ୍ତେଜନାର ଝଡ଼ରେ ଲିପ୍ତ ହୋଇପଡ଼ି ସୁଷମାର କାମବାସନାକୁ ପୂରଣ କରିଥିଲେ । ସୁଷମା ତା’ର କୁମାରୀ ଜୀବନର ସତୀତ୍ୱକୁ ତାଙ୍କ ପାଖରେ ଅର୍ପଣ କରି ଚରମ ସୁଖ ପ୍ରାପ୍ତିରେ ଅଭିଭୂତା ହୋଇ ପଡୁଥିଲା । ପ୍ରେମର ଝଡ଼ର ଅବସାନ ପରେ ସୁଷମା ତାଙ୍କ ପାଖରୁ ଉଠି ଚାଲିଯାଇଥିଲା । ସୁରେଖା ତାଙ୍କୁ ପ୍ରେମ ପଥରେ ଦୁଃଖରେ ଭସାଇ ଚାଲିଯିବା ପରେ ସୁଷମାର ଅଚାନକ ପ୍ରେମ ଲାଭ ଏବଂ ସୁରେଖା ତାଙ୍କୁ ଯାହା ଦେଇପାରି ନଥିଲା, ସୁଷମା ଆଜି ତାଙ୍କୁ ପୂର୍ଣ୍ଣ ପ୍ରେମ ସମର୍ପଣ କରି ତାଙ୍କୁ ଅତ୍ୟନ୍ତ ତୃପ୍ତି ପ୍ରଦାନ କରି ତାଙ୍କ ହୃଦୟରୁ ସୁରେଖାର ଅପୂର୍ଣ୍ଣ ପ୍ରେମର ବହ୍ନିକୁ ସୁଷମାର କାମାଗ୍ନିରେ ତୃପ୍ତିର ଶୀତଳ ଜଳ ସିଞ୍ଚନ କରି ନିର୍ବାପିତ କରିବାରେ ଲାଗିଥିଲା । ସୁଷମାର ଅଚାନକ ପ୍ରେମ ତାଙ୍କୁ ତା’ପ୍ରତି ଗଭୀର ଆକର୍ଷଣ ସୃଷ୍ଟି କରୁଥିଲା । ସୁଷମାର ଅନୁରୋଧରେ ସମ୍ବିତ୍ ତାଙ୍କ ଘରେ ତିନିଦିନ ରହିଯାଇଥିଲେ । ଗୋରୀ, ସୁନ୍ଦରୀ ସୁଷମାର ପତଳା ଶରୀର, ଉନ୍ନତ ସ୍ୱାସ୍ଥ୍ୟ, ତାର ଚପାଳମୀ ଓ ଚଞ୍ଚଳ ପ୍ରକୃତି ତାଙ୍କୁ ଅତ୍ୟନ୍ତ ମୋହିତ କରୁଥିଲା । ସେ ଭାବୁଥିଲେ, ସୁଷମା ଯେପରି ତାଙ୍କୁ ତାର ପ୍ରେମ ପ୍ରଦାନ କରି ତୃପ୍ତି ଅନୁଭବ କରୁଛି ଏବଂ ସୁରେଖାର ପ୍ରେମର ବିରହ ଜ୍ୱାଳାକୁ ଶାନ୍ତ କରୁଛି ଏବଂ ତାଙ୍କ ଜୀବନରେ ଏକ ନୂତନ ପ୍ରେମ ଲାଭ କରିବାକୁ ତାଙ୍କୁ ତାର ତନୁ, ମନ ଓ ହୃଦୟର ପ୍ରଥମ ପ୍ରେମର ଅର୍ଘ୍ୟ ପ୍ରଦାନ କରି ଶାନ୍ତି ଓ ତୃପ୍ତି ଲାଭ କରୁଛି ଏବଂ ତାଙ୍କୁ ତାର ପ୍ରେମ ପଥରୁ ବିଚ୍ରୁତ କରିବାକୁ ଚାହୁଁନାହିଁ । ଏହା ସମ୍ବିତ୍ ସେଠାରେ ଅନୁଭବ କରୁଥିଲେ । ତାଙ୍କ ଦୁଃଖପୂର୍ଣ୍ଣ ହୃଦୟରେ ଆଜି ଏକ ନୂତନ ପ୍ରେମର ସୂର୍ଯ୍ୟୋଦୟ ହୋଇଛି ଏବଂ ସମ୍ବିତଙ୍କୁ ସେହି ପ୍ରେମ ପଥରେ ଅଗ୍ରସର ହେବାକୁ ସୁଷମା ତାଙ୍କୁ ପ୍ରଭାବିତ କରୁଥିଲା । ସୁଷମା ତାଙ୍କୁ କହୁଥିଲା, ମତେ ସାଙ୍ଗରେ ନେଇଯାଆନ୍ତୁ, ସମ୍ବିତ୍ ବାବୁ ଆପଣଙ୍କ ସାନିଧ୍ୟ ବିନା ମୁଁ କିପରି ରାତ୍ରି କଟାଇବି? ସମ୍ବିତ୍ କହିଥିଲେ, ସୁଷମା ତୁମେ କଲେଜରେ ଆଇଏ ପଡ଼ୁଛ, ତୁମ ପରୀକ୍ଷା ସରିଲେ ଆମ ଘରକୁ ଯାଇ ବୁଲିଆସିବ । ତା’ଛଡ଼ା ମୁଁ ବିବାହିତ, ତୁମକୁ ନେଇ ଆମ ଘରେ ରଖିପାରିବି ନାହିଁ, ମୁଁ ବରଂ ତୁମ ଘରକୁ ପ୍ରତି ସପ୍ତାହରେ ଆସିବି ଏବଂ ତୁମ ପ୍ରେମ ଲାଭ କରିବାର ସୁଯୋଗ ପାଇବି ଏବଂ ତୁମକୁ ତୁମ ପ୍ରେମ ତୃପ୍ତି ପ୍ରଦାନ କରିବି ଏବଂ ତୁମର କଳେଜ୍ ପାଠ ମଧ୍ୟ ତୁମକୁ ବୁଝାଇଦେବି । ଆମ ପ୍ରେମର ସମାପ୍ତି ହେବ ନାହିଁ, ଏହା ସର୍ବଦା ବଜାୟ ରହିବ । ତାଙ୍କ ପ୍ରତିଶ୍ରୁତି ପାଇ ସୁଷମା ତାର ନୟନର ନୀରବାଶ୍ରୁରେ ତାଙ୍କୁ ବିଦାୟ ଦେଇଥିଲା । ସମ୍ବିତଙ୍କୁ ମଧ୍ୟ ସୁଷମା ନିୟମିତ ଚିଠି ଦେଇ ତାର ପ୍ରେମର ଭାଷା ବ୍ୟକ୍ତ କରୁଥିଲା । ପରଦିନ ସାବିତ୍ରୀ ଅମାବସ୍ୟା, ସୁଷମା ତାଙ୍କୁ ଚିଠି ଦେଇ ସାବିତ୍ର ଅମାବାସ୍ୟା ଦିନ ତାଙ୍କ ଘରେ ପହଞ୍ଚିବାକୁ ଜଣାଇଥିଲା । ସେ ଲେଖିଥିଲା, ଆପଣଙ୍କ ପାଇଁ ମୁଁ ସାବିତ୍ରୀ ବ୍ରତ ପାଳନ କରିବି । ଆପଣ ନଆସିଲେ ମୁଁ କିଛି ଖାଇବି ନାହିଁ, ଆପଣ ଆସିବା ପର୍ଯ୍ୟନ୍ତ ପ୍ରତୀକ୍ଷାରତ ରହିଥିବି । ଦୀର୍ଘ ୧୦୦ କିମି ଦୂରରୁ ଆସି ସମ୍ବିତ୍ ସୁଷମା ଘରେ ପହଞ୍ଚିଲା ବେଳକୁ ମଧ୍ୟାହ୍ନ ହୋଇଯାଇଥିଲା । ସୁଷମା ଖଟରେ ମୁହଁ ମାଡ଼ି ଶୋଇରହି ଆଖିରୁ ନୀରବାଶ୍ରୁ ଝରାଇ ଭାଙ୍ଗି ପଡ଼ିଥିଲା । ସମ୍ବିତ୍ ଆସିବା ପରେ ସୁଷମା ଖଟରୁ ଉଠି ତାଙ୍କୁ ମୁଣ୍ଡିଆ ମାରି ଅଭିଯୋଗ କରି କହିଥିଲା, ମୁଁ ଗତକାଲି ସନ୍ଧ୍ୟାରୁ ଆପଣଙ୍କୁ ଅପେକ୍ଷା କରିଛି । ଆପଣ ଆସିଲେ ନାହିଁ କାହିଁକି? ସମ୍ବିତ୍ ଦେଖୁଥିଲେ, ସୁଷମା ଗାଧୋଇ ନୂଆ ଶାଢ଼ୀ ପରିଧାନ କରିଛି । ମୁଣ୍ଡ କେଶ ମୁକୁଳା ରଖିଛି । ତାଙ୍କୁ ବିବାହ ନକରି ମଧ୍ୟ ସେ ବିବାହିତା ସ୍ତ୍ରୀଙ୍କ ପରି ତାଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରୁଛି ଦେଖି ସମ୍ବିତ୍ ସେଠାରେ ବିସ୍ମୟାଭିଭୂତ ହୋଇପଡ଼ିଥିଲେ । ତାଙ୍କ ଘରେ ଅନ୍ୟମାନଙ୍କ ଅନୁପସ୍ଥିତି ସମୟରେ ସେ ସୁଷମାକୁ ଆଲିଙ୍ଗନ ଓ ଚୁମ୍ବନ କରି କହିଥିଲେ,ଦେଖ ସୁଷମା, ଆମ ଘରେ ମୋର ପତ୍ନୀ ମଧ୍ୟ ସାବିତ୍ର ବ୍ରତ ପାଳନ କରୁଛନ୍ତି, ତେଣୁ ସେଠାରେ ମଧ୍ୟ ମୋର ଉପସ୍ଥିତି ପ୍ରୟୋଜନ ଥିବାରୁ ମୁଁ ଗତକାଲି ସନ୍ଧ୍ୟାରେ ଏଠାକୁ ଆସିପାରିନଥିଲି । ଆଜି ସକାଳେ ଜରୁରୀ ଅଫିସ କାମ ଅଛି ଘରେ କହି ସକାଳ ୧୦ଟାରୁ ଘରୁ ଆସି ଏବେ ତୁମ ଘରେ ପହଞ୍ଚୁଛି । ତୁମେ ହେଉଛ ମୋର ପ୍ରକୃତ ସାବିତ୍ରୀ । ମୋ ପାଇଁ ତୁମର ପ୍ରତୀକ୍ଷା ମୋର ପ୍ରେମର ପ୍ରକୃତ ପତ୍ନୀର ସତ୍ତା ବଜାୟ ରଖିଛି । ପ୍ରକୃତରେ ତୁମଠାରୁ ମୁଁ ପ୍ରକୃତ ପ୍ରେମର ତୃପ୍ତି ଲାଭ କରି ମୋର ଜୀବନର ଦୁଃଖକୁ ଭୁଲିବାକୁ ଚେଷ୍ଟା କରୁଛି । ତୁମେ ଆଉ ଉପାସ ନରହି ଖିଆପିଆ କର । ମୋର ଆସିବାରେ ବିଳମ୍ବ ପାଇଁ ମନ ଦୁଃଖ କରନାହିଁ । ଆମର ପ୍ରେମ ହେଉଛି ପବିତ୍ର, ଅସୀମ, ବିଳମ୍ବ ହେଲେ ମଧ୍ୟ ଆମର ପ୍ରେମ ଅଧିକ ଦୃଢ଼ ହେବ । ତୁମର ଗଭୀର ଓ ନିବିଡ଼ ପ୍ରେମ ଆଜି ମତେ ବହୁ ବାଧାବିଘ୍ନ ଅତିକ୍ରମ କରି ତୁମ ପାଖକୁ ଟାଣି ଆଣିଛି । ସମ୍ବିତ୍ ଭାବୁଥିଲେ, ସୁରେଖା ତାଙ୍କୁ ତାର ପ୍ରେମରୁ ଦୂରେଇ ଦେଇ ବିବାହ କରି ଅନ୍ୟର ଅଙ୍ଗଶାୟିନୀ ହୋଇ ତାଙ୍କର ପ୍ରେମ ଜୀବନରେ ଲକ୍ଷ୍ମଣରେଖା ଟାଣି ଦେଇ ଆଜି ତାର ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରୁଥିବ ଅଥଚ ସୁଷମା ତାଙ୍କୁ ବିବାହ ନକରି ମଧ୍ୟ ତାଙ୍କୁ ପତ୍ନୀର ପ୍ରେମ ସମର୍ପଣ କରି ଆଜି ତାର ପ୍ରେମର ମିଳନ ପାଇଁ ଓ ତାଙ୍କୁ ତାର ପ୍ରେମର ସମର୍ପଣ ପାଇଁ ପାଇଁ ପ୍ରତୀକ୍ଷାରତ ରହିଛି ।

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ,ରଘୁନାଥ ଭବନ,୭୦-ଏ,ବିଜେବି ନଗର,ଭୁବନେଶ୍ୱର,ଫୋନ:୯୮୬୧୩୫୧୪୩୬

RELATED BY

  • କବିତା ସଂକଳନ “ବିମ୍ବସ୍ନାନ”

    Share this: ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ...
  • ପ୍ରତ୍ୟାବର୍ତ୍ତନ ଏକ ଅଧୂରା ପ୍ରେମର

    Share this: ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ ।...
  • ପ୍ରେମ ଏକ ବିଚ୍ଛେଦର

    Share this:ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା କେବେ ଭୁଲିହୁଏ ନାହିଁ । ସେହିପରି ଜୀବନରେ ଘଟିଥିବା ପ୍ରେମ ମଧ୍ୟ ଅବିସ୍ମରଣୀୟ ହୋଇ ରହିଯାଏ । ଦୁଇଟି ଆଖିର ଆକର୍ଷଣରେ ପ୍ରେମ ସୃଷ୍ଟି ହୁଏ ଏବଂ ସେହି ପ୍ରେମ...
  • ପ୍ରତାରଣା ଏକ ପ୍ରେମର

    Share this:ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର...