କୋଭିଡ୍‌ ଟୀକା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସେରମ୍‌ ଇନଷ୍ଟିଚ୍ୟୁଟର୍ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହେଲେ

୧୦୮ ଜଣ ମଲେଣି

Share this:

ସେରମ୍‌ ଇନଷ୍ଟିଚ୍ୟୁଟର୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଆଦାର ପୁନାୱାଲ।

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ  ବୁଧବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ଦିନ କୋଭିଡ୍‌ ଟୀକା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସେରମ୍‌ ଇନଷ୍ଟିଚ୍ୟୁଟର୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଆଦାର ପୁନାୱାଲ।ଙ୍କ ସହିତ ଭିଡିଓ କଲ କରି କଥା ହୋଇଛନ୍ତି । ସେ ଶ୍ରୀ ପୁନାୱାଲାଙ୍କ ଜନହିତୈଷୀ କାର୍ଯ୍ୟ ସହିତ କୋଭିଡ୍‌ ଟୀକା ପ୍ରସ୍ତୁତ କରିବାରେ ସମଗ୍ର ପୃଥିବୀର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ସହିତ ସମନ୍ୱୟ ରକ୍ଷା କରି ତାଙ୍କ ଦୂରଦୃଷ୍ଟି ପରିଚୟ ଦେଇଥିବାରୁ ଶ୍ରୀ ପୁନାୱାଲାଙ୍କୁ ପ୍ରଶଂସା କରିଥିଲେ । ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଏହି ସମୟରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଟୀକାର ଆବଶ୍ୟକୀୟ ମଂଜୁରି ପ୍ରାପ୍ତି ପରେ ପରେ ଓଡ଼ିଶା ପାଇଁ ପ୍ରାଥମିକତା ରଖିବାକୁ ଶ୍ରୀ ପୁନାୱାଲାଙ୍କ ସହଯୋଗ କାମନା କରିଥିଲେ । ଏହି ଦିଗରେ ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟର୍‌ ସହିତ ନିୟମିତ ଯୋଗାଯୋଗ ରଖିବେ ବୋଲି ସେ ପ୍ରକାଶ କରିଥିଲେ । ଟୀକା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଜାଣିବା ଏବଂ ଲାନ୍‌ସେଟ୍‌ରେ ପ୍ରଦର୍ଶିତ ଏହାର ଫଳାପଳ ନେଇ ସେରମ୍‌ ଇନଷ୍ଟିଚ୍ୟୁଟର୍ ସହିତ ସଂଯୋଗ ରକ୍ଷା କରିଥିବା ହେତୁ ଶ୍ରୀ ପୁନାୱାଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ସେ ପୁନଶ୍ଚ କହିଥିଲେ ଯେ, ସେରମ୍‌ ଇନଷ୍ଟିଚ୍ୟୁଟର୍‌ ଏବଂ ଓଡ଼ିଶା ସରକାର ପରସ୍ପର ମଧ୍ୟରେ ଯୋଗାଯୋଗ ରକ୍ଷା କରିବେ ଓ ଟୀକା ଅନୁମୋଦିତ ହୋଇ ପ୍ରସ୍ତୁତ ହେବା ପରେ ପରେ ସହଯୋଗ ଅବ୍ୟାହତ ରହିବ । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର କୋଭିଡ୍‌ପରିଚାଳନା ବ୍ୟବସ୍ଥା କରି କୋଭିଡ୍‌ ଯୁଦ୍ଧ ରଣନୀତିକୁ ସୁଦୃଢ଼ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।  ସୁନ୍ଦରଗଡ଼ ଜିଲ୍ଲା ଓ ଯାଜପୁର ଜିଲ୍ଲାରେ କୋଭିଡ୍‌ ପରିଚାଳନା ପାଇଁ ୧୦ କୋଟି ଟଙ୍କାର (ପ୍ରତ୍ୟେକ ୫ କୋଟି ଟଙ୍କା) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ମଂଜୁର କରାଯାଇଛି । ପ୍ଲାଜ୍‌ମା ଥେରାପିର ଫଳାଫଳ ଉପରେ ସନ୍ତୋଷ ପ୍ରକାଶ କରବା ସହିତ  ମୁଖ୍ୟମନ୍ତ୍ରୀ ରାଉରକେଲାରେ ରହିଥିବା କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି । ପଶ୍ଚିମ ଓଡ଼ିଶାର କୋଭିଡ୍‌ ରୋଗୀମାନଙ୍କ ଚିକିତ୍ସାକୁ ତ୍ୱରାନ୍ୱିତ କରିବା ପାଇଁ ରାଉରକେଲାସ୍ଥିତ ଆଇଜିଏଚ୍‌ରେ ଏକ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ।ମୁଖ୍ୟମନ୍ତ୍ରୀ ବିଭିନ୍ନ କଣ୍ଟେନ୍‌ମେଣ୍ଟ ଜୋନ୍‌ ସମେତ ବସ୍ତି ଏବଂ ଗହଳି ଅଞ୍ଚଳଗୁଡ଼ିକରେ ଘରକୁ ଘର ରୋଗ ନିରୀକ୍ଷଣ ଓ ପରୀକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଆରୋଗ୍ୟ ହାର ୮୫ ପ୍ରତିଶତ ପହଞ୍ଚି ଥିବା ପରିପ୍ରେକ୍ଷୀରେ ନିରନ୍ତର ସେବା ଓ ଉଦ୍ୟମ ଜାରି ରଖିଥିବାରୁ  ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ କୋଭିଡ୍‌ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ୍‌ କେୟାର ହୋମ୍‌ ଓ କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକର ପରିଚାଳନାରେ ସହଯୋଗ କରୁଥିବାରୁ ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା, ଜାତୀୟ ତାପଜ ବିଦ୍ୟୁତ ନିଗମ, ମହାନଦୀ କୋଇଲା କମ୍ପାନୀ ଓ ଓଡ଼ିଶା ସିମେଣ୍ଟ ଲିଃକୁ ଧନ୍ୟବାଦ ଦେଇଥିଲେ । ଯାଜପୁର ଜିଲ୍ଲାକୁ ୨୬ ହଜାରରୁ ଅଧିକ ପ୍ରବାସୀ ଫେରିଥିବା ସତ୍ତ୍ଵେ ସେହି ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ କରିବା ସହିତ ୮୬.୫ ପ୍ରତିଶତ ଆରୋଗ୍ୟ ହାର ହାସଲ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାକୁ ପ୍ରଶଂସା କରିଥିଲେ । ଜିଲ୍ଲାରେ କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକରେ ଅଧିକ ୨୫୦ ଶଯ୍ୟା ପ୍ରସ୍ତୁତ କରାଯିବ ବୋଲି ସେ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଉଭୟ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଅଧିକ ସଂଖ୍ୟକ କୋଭିଡ୍‌ କେୟାର ହୋମ୍‌ ଓ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ସ୍ଵେଛାସେବୀ, ଧାର୍ମିକ ଓ ସାମାଜିକ ସଂଗଠନଗୁଡ଼ିକ ସମେତ ବିଭିନ୍ନ ଉଦ୍ୟୋଗଗୁଡ଼ିକୁ ଆଗେଇ ଆସିବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍‌-୧୯ ବିରୁଦ୍ଧରେ ରାଜ୍ୟର ଲଢ଼େଇ ଓ ପରିଚାଳନା ବ୍ୟବସ୍ଥା ସଂପକରେ ବୈଠକରେ ବିଶଦ ଆଲୋଚନା ହୋଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଆଲୋଚନାର ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଥିଲେ : କୋଭିଡ୍‌-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ବିଭିନ୍ନ ବ୍ୟୟକୁ ଅଧିକ ସୁବ୍ୟବସ୍ଥିତ କରାଯିବ । ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ନିଯୁକ୍ତି ସୁଯୋଗ ସୃଷ୍ଟି, ଜୀବିକାର୍ଜନ, କୃଷି, ଉଦ୍ୟାନ, ପ୍ରାଣୀସଂପଦ ବିକାଶ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ । ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକୀୟ ବ୍ୟୟ ନିମନ୍ତେ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ । ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକ ବନ୍ଦ କରାଯିବ ନାହିଁ । ଅଣଅଗ୍ରାଧିକାର କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ପାଇଁ କଟକଣା ରହିବ । ଆଲୋଚନା କ୍ରମେ ସରକାର କମ ସୁଧରେ ଋଣ କରିପାରନ୍ତି । ସର୍ବୋପରି ଜୀବନକୁ ଦୃଷ୍ଟିରେ ରଖି, କୋଭିଡ୍‌ ରୋଗୀମାନଙ୍କ କ୍ୱାରାଣ୍ଟାଇନ୍‌ ସୁବିଧା, ଚିକିତ୍ସା, ଖାଦ୍ୟ ଆଦି ବାବଦରେ ସରକାର ନିଜସ୍ୱ ପାଣ୍ଠିରୁ ବ୍ୟୟ କରି ଆସୁଛନ୍ତି । ଏସବୁ ବ୍ୟୟ ଭରଣା କରିବା ପାଇଁ ଅନ୍ୟ କ୍ଷେତ୍ରଗୁଡ଼ିକରେ ବ୍ୟୟକୁ ସୁବ୍ୟବସ୍ଥିତ କରିବା ଆବଶ୍ୟକ ହୋଇପଡ଼ିଛି । କୋଭିଡ୍‌-୧୯ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟରେ ୮୦୨୩ ଡାକ୍ତର, ୪୦୧୪ ଆୟୁଷ ଡାକ୍ତର, ୮୨୯୬ ଷ୍ଟାଫ୍‌ ନର୍ସ, ୮୨୯୬ ଲାବୋରେଟୋରୀ ଟେକ୍‌ନିସିଆନ୍‌/ଫାର୍ମାସିଷ୍ଟ, ୧,୩୫,୮୨୦ ଆଶା/ଅଙ୍ଗନବାଡ଼ି କର୍ମୀ/ଏଏନ୍‌ଏମ୍‌/ଜାତୀୟ ସ୍ୱାସ୍ଥ୍ୟ ମିଶନ ସେ୍ୱଚ୍ଛାସେବୀ, ୧୧,୧୪୪ ଏମ୍‌ବିବିଏସ୍‌/ଆୟୁଷ/ନର୍ସିଂ ଛାତ୍ରଛାତ୍ରୀ, ୭୨୩୬ କ୍ଲିନିକ୍‌ କର୍ମଚାରୀ, ୪୯୦୦ ଆମ୍ବୁଲାନ୍ସ ଡ୍ରାଇଭର ଓସହାୟକ, ୫୦୦ ପରାମର୍ଶଦାତା, ୭୫୩ ପଶୁ ଚିକିତ୍ସା ଅଧିକାରୀ, ୧୩୬ ପଶୁ ଚିକିତ୍ସା ସହାୟକ ଓ ୨୪୭୧ ସ୍ଵେଛାସେବା ନିୟୋଜିତ ହୋଇଛନ୍ତି । ସରକାରଙ୍କ ଦ୍ୱାରା ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅକ୍ସିଜେନ୍‌ ସିଲିଣ୍ଡର, ମାସ୍କ, ହ୍ୟାଣ୍ଡ ସାନିଟାଇଜର, ଔଷଧ ସାମଗ୍ରୀ ଓ ଜଟିଳ ସ୍ୱାସ୍ଥ୍ୟ ଉପକରଣ ଇତ୍ୟାଦି ସଂପୃକ୍ତ ଅନୁଷ୍ଠାନଗୁଡ଼ିକୁ ଯୋଗାଇଦିଆଯାଇଛି ।  ମୁଖ୍ୟମନ୍ତ୍ରୀ ଗଜପତିର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକିଆଙ୍କ ଦୁଃଖଦ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସ୍ୱର୍ଗତ ରାଇକିଆ ଜଣେ ଦକ୍ଷ ପ୍ରଶାସକ ଥିଲେ ଏବଂ ଜିଲ୍ଲାରେ କୋଭିଡ୍‌-୧୯ ବିରୋଧରେ ସଂଗ୍ରାମକୁ ଜୋରଦାର କରିଥିଲେ । ସେ ମଧ୍ୟ ଶ୍ରୀମତୀ ରାଇକିଆଙ୍କ ସହିତ କଥା ହୋଇଥିଲେ । କୋଭିଡ୍‌-୧୯ ଯୁଦ୍ଧରେ ଗଣମାଧ୍ୟମର ପ୍ରତିନିଧିମାନେ ଆଗରେ ରହିଥିବା ଦୃଷ୍ଟିରୁ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଶହୀଦନଗର କଲ୍ୟାଣ ମଣ୍ଡପଠାରେ ଗଣମାଧ୍ୟମ ପ୍ରତିନିଧି, ବିଶେଷତଃ ସାମ୍ବାଦିକ, ଫଟୋଗ୍ରାଫର ଓ କ୍ୟାମେରାମ୍ୟାନ୍‌ମାନଙ୍କର ମାଗଣା ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୯୯ କୋଟି ୩୮ ଲକ୍ଷ ୯୯ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି ।  କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬୫୭୫ ଟି କୋଭିଡ୍‌ କେୟାର ହୋମ୍‌ ସ୍ଥାପିତ ହୋଇଛି । ଏଥିରେ ମୋଟ ୬୫,୫୬୯ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।  ଅନୁରୂପ ଭାବରେ ରାଜ୍ୟରେ ୧୩୮୬ ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) କାର୍ଯ୍ୟ କରୁଛି । ଏଗୁଡ଼ିକରେ ୬୫,୩୦୮ ଟି ଶଯ୍ୟା ଉପଲବ୍ଧ ରହିଛି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୨୧ରୁ ଜୁଲାଇ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୬ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୩୪ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ । ୪୨ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି । ମଙ୍ଗଳବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪,୧୦,୯୨୧ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୯,୮୩୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।୧୩,୭୫୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୦୮ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫,୯୪୬ ରହିଛି । ୬,୩୮୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY