ଆଜିର ରାଶିଫଳ:ସୋମବାର

୨୭ ଜୁଲାଇ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ଅଦ୍ୟ ମିଥୁନ ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୧/୪୯

ସୂର୍ଯ୍ୟଅସ୍ତ – ସଂଘ ୦୬/୨୩/୩୮

ରାହୁକାଳ – ଦିବା ଘ ୦୭/୦୦ ରୁ ଦିବାଘ ୦୮/୩୭ ମଧ୍ଯରେ ।

ଆଜି ନଡ଼ିଆ ଖାଇବା ମନା ।

ଅମୃତବେଳା : ଦିଘ ୧୨/୫୮ ଗତେ ଦିନ ଘ ୦୩/୦୯ ମଧ୍ଯରେ, ରାତ୍ର ଘ ୦୭/୫୭ ଗତେ ୧୧/୨୬ ମଧ୍ୟରେ

ସତର୍କତା -ଦିବା ଘ ୧୧/୦୬ ଗତେ   ୨/୪/୬/୯/୧୧/୧୩/୧୫/୧୮/ ୨୦/୨୨/୨୪/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭ ପ୍ରଦ ।

ମେଷ: କୁମିତ୍ରମାନେ ବିପଦରେ ପକାଇବାକୁ ପ୍ରବଳ ଉଦ୍ୟମ କରିପାରନ୍ତି । ଶାରୀରିକ ପୀଡ଼ା ଅନୁଭବ କରିବେ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । କୌଣସି ଶୁଭକର୍ମ ଥିଲେ ତାକୁ ସ୍ଥଗିତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ ।

ବୃଷ: ନିଜ କାର୍ଯ୍ୟର ସମୀକ୍ଷା କରିବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଆପଣଙ୍କ କର୍ମ କୁଶଳତାର ପରିପ୍ରକାଶ ଘଟିବ । ପାରିବାରିକ ସୁଖ ମିଳିବ । କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି ।

ମିଥୁନ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉପୁଜିଥିବା ସମସ୍ୟାର ସମାଧାନ ହେବ । ଅର୍ଥ ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । କାର୍ଯ୍ୟ କଲାବେଳେ ବୁଦ୍ଧି ହଜି ଯାଇପାରେ । ସତର୍କ ରହିବେ ।

କର୍କଟ: ଚିନ୍ତାଗ୍ରସ୍ତ ହୋଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସର୍ବ ସୁଖର ଅଧିକାରୀ ହୋଇପାରନ୍ତି । ଶତ୍ରୁମାନେ ଉପଦ୍ରବ ନକରି ଆପଣା ଛାଏଁ ଓହରି ଯିବେ ।

ସିଂହ: ଦୂରଯାତ୍ରା ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ । ବେପାରବଣିଜ ଲାଭଦାୟକ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବସ୍ତ୍ର, କାଞ୍ଚନ ଓ ଚତୁଷ୍ପଦ ପ୍ରାପ୍ତ ହୋଇ ଖୁସି ହେବେ । ବହୁ ସୁଖ ମିଳିବ । ବିଜୟୀ ହେବେ । ମାନସିକ ଅଶାନ୍ତି ଦୂର ହେବ ।

କନ୍ୟା: ଜଞ୍ଜାଳ ଦୂରେଇ ଯିବ । ଉଚ୍ଚସମ୍ମାନ ଲାଭ କରିବେ । ସତ୍‍କର୍ମରେ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ । ବିବାଦୀୟ ପ୍ରତିଯୋଗିତା ରେ ବିଜୟୀ ହେବେ । ପତ୍ନୀ ମିତ୍ର, ଧର୍ମରତ ଓ ଗୁରୁଭକ୍ତ ହେବେ ।

ତୁଳା: କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା ଆବଶ୍ୟକ । ସୁଖ-ଶାନ୍ତିରେ ଦିନଟି ବିତାଇ ପାରନ୍ତି । ପ୍ରବଳ ମାତ୍ରାରେ ଜନ ସମର୍ଥନ ମିଳିବ । ମନ ପ୍ରଫୁଲ୍ଲ ରହିବ । ଭାଗ୍ୟର ପରିବର୍ତ୍ତନ ଘଟାଇପାରନ୍ତି।  ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।

ବିଛା: ଭୁଲ ବୁଝାମଣା ଦୂର ହୋଇ ପାରସ୍ପରିକ ବୁଝାମଣା ଉତ୍ତମ ଧରଣର ହେବେ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ । ପ୍ରଶଂସିତ ହେବେ । ଆୟ ବୃଦ୍ଧିର ସୂଚନା ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ଦ୍ରବ୍ୟ ଲାଭ ସହିତ, ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ ।

ଧନୁ: ଯେଉଁ କାର୍ଯ୍ୟ କରୁଥିବେ, ତା ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିବେ । କାର୍ଯ୍ୟ କଷ୍ଟଦାୟକ ହୋଇପାରେ । ଚିନ୍ତାଦୂର ହେବ । ଆୟ ବୃଦ୍ଧିର ସୂଚନା ମିଳୁଛି । ଖର୍ଚ୍ଚାନ୍ତ ହେବାର ପରିସ୍ଥିତି ଉପୁଜିଛି । କଥାର ଶୈଳୀ ସୁଖଦାୟକ ହେବ ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଆୟବୃଦ୍ଧିର ସୂଚନା ମିଳୁଛି । କର୍ମତତ୍ପର ହେବେ । ହସଖୁସିରେ ଦିନଟି ଅତିବାହିତ ହୋଇପାରେ । ଶ୍ରେଷ୍ଠ ପଦ-ପଦବୀ ମିଳିବ । ଶତ୍ରୁ ଉପରେ ବିଜୟ ହାସଲ କରିବେ । ଧନ ଲାଭ ହେବ ।

କୁମ୍ଭ: କଥାରେ ଲୋକଙ୍କୁ ବାନ୍ଧି ରଖିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ଫଳ ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ବିଶେଷ ଉନ୍ନତି ସମ୍ଭବ ହେବ । ଶାସ୍ତ୍ରାନୁରକ୍ତ ହେବେ । ବୁଦ୍ଧିମାନ ଓ ବିବେକୀ ହେବେ ।

ମୀନ: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଅର୍ଥ ସଞ୍ଚୟ କରିପାରନ୍ତି । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କଳ୍ପନା ବିଳାସୀ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିବେ । ଭୋଗପ୍ରିୟ ହୋଇପାରନ୍ତି। 

ପଣ୍ଡିତ ମଙ୍ଗରାଜ କର,ସୋମନାଥପୁର କାକଟପୁର,ଫୋନ- ୯୪୩୮୬୪୪୪୭

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୫/୩୭ ସୂର୍ଯ୍ୟଅସ୍ତ – ସଂଘ ୦୬/୧୮/୩୦ ରାହୁକାଳ – ଦିବା ଘ ୧୦/୧୫ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ସୂର୍ଯ୍ୟଉଦୟ- ପ୍ରାଘ୦୫/୨୨/୫୫, ସୂର୍ଯ୍ୟଅସ୍ତ – ସଂଘ ୦୬/୨୨/୩୬ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୩୦ ରୁ ଦିବା ଘ ୦୩/୦୮...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...