କରୋନାରେ ୧୫୪ ଜଣ ମଲେଣି,୧୦,୫୪୪ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି

କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ରାଜ୍ୟର ଦ୍ୱିତୀୟ ପ୍ଲାଜ୍‌ମା ବ୍ୟାଙ୍କ୍‌ ଉଦ୍‌ଘାଟନ

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଭିଡିଓ କନ୍‌ଫରେନ୍ସ ଜରିଆରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ରାଜ୍ୟର ଦ୍ୱିତୀୟ ପ୍ଲାଜ୍‌ମା ବ୍ୟାଙ୍କ୍‌ ଉଦ୍‌ଘାଟନ କରିଛନ୍ତି । ସେ ମଧ୍ୟ ପ୍ଲାଜ୍‌ମାଦାତାମାନଙ୍କ ନିମନ୍ତେ ଏକ ୱେବ୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖୁବ୍‌ଶୀଘ୍ର ଆଇଜିଏଚ୍‌, ରାଉରକେଲା , ଭୀମ୍‌ସାର, ବୁର୍ଲା, ଏମ୍‌କେ ସିଜି ହସ୍‌ପିଟାଲ ‌, ବ୍ରହ୍ମପୁରଠାରେ ପ୍ଲାଜ୍‌ମା ବ୍ୟାଙ୍କ କାର୍ଯ୍ୟାରମ୍ଭ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌ ରୋଗୀମାନଙ୍କ ନିମନ୍ତେ ଓଡ଼ିଶାରେ ପ୍ଲାଜ୍‌ମା ଥେରାପିର ପ୍ରାରମ୍ଭିକ ଫଳାଫଳ ଅତ୍ୟନ୍ତ ଉତ୍ସାହଜନକ ହୋଇଛି । ସେ ଆଶା ପ୍ରକାଶ କରିଛନ୍ତି ଯେ ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ଫଳରେ ପ୍ଲାଜ୍‌ମା ଦାନ ଏକ ଗୋଷ୍ଠୀ କୈନ୍ଦ୍ରିକ ଜନଆନ୍ଦୋଳନରେ ପରିଣତ ହେବ । କୋଭିଡ୍‌ ବିରୋଧୀ ସଂଗ୍ରାମରେ ଡାକ୍ତର ଓ ସ୍ୱାସ୍ଥ୍ୟ ସହାୟକମାନଙ୍କ ନିଷ୍ଠାପର ଓ ଉତ୍ସର୍ଗୀକୃତ ସେବାକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ସେ ଏପରି ଏକ କଠିନ ସମୟରେ ସମସ୍ତଙ୍କୁ ଏକତ୍ର ହୋଇ ସେମାନଙ୍କର ଇଚ୍ଛାଶକ୍ତିକୁ ଉତ୍ସାହିତ ଓ ସଶକ୍ତ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ଲାଜ୍‌ମା ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ ୱେବ୍ ପୋର୍ଟାଲ୍‌ (https://covid19.odisha.gov.in)ରେ ନିଜର ନାମ ପଞ୍ଜୀକରଣ କରିବେ ବୋଲି ଆଶା କରିଛନ୍ତି । ସେମାନଙ୍କର ଯୋଗ୍ୟତା ଓ ସମ୍ମତି ଡାଟାବେସ୍‌ରେ ସ୍ଥାନିତ ହେବ । ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ହେପାଟାଇଟିସ୍‌ ଦିବସ ଅବସରରେ କହିଛନ୍ତି ଯେ ଲକ୍ଷ ଲକ୍ଷ ଲେ।କ ଅଜାଣତରେ ହେ ପାଟାଇଟିସ୍‌ ସହ ବଞ୍ଚୁଛନ୍ତି  ଏହି ରୋଗର ପ୍ରତିଷେଧକ ଓ ଚକିିତ୍ସା ରହିଛି । ଏ ସଂପର୍କରେ ସଚେତନତା ଏବଂ ଚିକିତ୍ସା ସୁବିଧା ମାଧ୍ୟମରେ ହେପାଟାଇଟିସ୍‌ମୁକ୍ତ ଭବିଷ୍ୟତ ନିର୍ମାଣର ବିଶ୍ୱ ଲକ୍ଷ ହାସଲ ପାଇଁ ସଂକଳ୍ପବଦ୍ଧ ହେବାକୁ  ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ କହିଛନ୍ତି ପ୍ରାକୃତିକ ସଂପଦ ଏବଂ ଧରିତ୍ରୀ ମାତାର ପ୍ରାଚୁର୍ଯ୍ୟର ପୋଷଣୀୟ ପରିଚାଳନା ସହିତ ମାନବ ଜାତିର ସ୍ୱାସ୍ଥ୍ୟ ଓ ସୁନ୍ଦର ଭବିଷ୍ୟତ ଜଡ଼ିତ । ପ୍ରକୃତି ସହିତ ସହାବସ୍ଥାନ ଏବଂ ଭବିଷ୍ୟତ ବଂଶଧରଙ୍କ ପାଇଁ ଏହାକୁ ସୁସ୍ଥ ରଖିବା ନିମନ୍ତେ ଆମେ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ ବୋଲି  ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳ ଓ ସିଡିଏମ୍‌ଓମାନଙ୍କ ସହ ଜିଲ୍ଲାମାନଙ୍କରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟତଃ ପର୍ଯ୍ୟବେକ୍ଷଣ, କୋଭିଡ୍‌ ପରୀକ୍ଷଣ ବୃଦ୍ଧି, କୋଭିଡ୍‌ କେୟାର ସେଣ୍ଟରର ସ୍ଥିତି, ଔଷଧ ଓ ଟେଷ୍ଟିଂ କିଟ୍‌ ସଂପର୍କରେ ସମୀକ୍ଷା ହୋଇଥିଲା । ପ୍ରତି ଜିଲ୍ଲାରେ ଅନ୍ତତଃ ପ୍ରତ୍ୟେକ ଦିନ ୫୦୦ ନମୁନା ପରୀକ୍ଷା, ହଟ୍‌ସ୍ପଟ୍‌ ଜିଲ୍ଲାରେ ଦିନକୁ ସର୍ବନିମ୍ନ ୧୦୦୦ ପରୀକ୍ଷା, ଆଣ୍ଟିଜେନ୍‌ କିଟ୍‌ର ବ୍ୟବହାର ଏବଂ ପ୍ରତିଦିନର ନମୁନା ପରୀକ୍ଷା ଫଳାଫଳକୁ ଆଇସିଏମ୍‌ଆର୍‌ ପୋର୍ଟାଲ୍‌ରେ ଅପ୍‌ଲୋଡ୍‌ କରିବାକୁ କୁହାଯାଇଛି ।  ବିଭିନ୍ନ ଜିଲ୍ଲାରେ ପ୍ଲାଜ୍‌ମା ସଂଗ୍ରହ ଅଭିଯାନକୁ ଉତ୍ସାହିତ କରିବା ସହ, ପ୍ଲାଜ୍‌ମା ଦାନ କରୁଥିବା ବ୍ୟକ୍ତିଙ୍କ ରହିବା ଓ ଖାଇବାପିଇବାର ବ୍ୟବସ୍ଥା, ଅନ୍ୟାନ୍ୟ ଆବଶ୍ୟକ ସୁବିଧା କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।  କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ବୃଦ୍ଧି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଆଦିତ୍ୟ-ଅଶ୍ୱିନୀ ହସ୍‌ପିଟାଲ୍‌ରେ ୧୫୦ ଶଯ୍ୟାବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ୩୦ଟି ଆଇସିୟୁ ଶଯ୍ୟା ଓ ୨୧ଟି ଏଚ୍‌ଡିୟୁ ଶଯ୍ୟା ରହିଛି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଏବଂ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୧୦୭ କୋଟି ୯୭ ଲକ୍ଷ ୭୮ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୨୬ ଟି କୋଭିଡ୍‌ କେୟାର ହୋମ୍‌ ସ୍ଥାପିତ ହୋଇଛି । ଏଥିରେ ମୋଟ ୬୬,୭୦୮ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।  ଅନୁରୂପ ଭାବରେ ରାଜ୍ୟରେ ୧୪୩୩ ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମ୍‌ସି) କାର୍ଯ୍ୟ କରୁଛି । ଏଗୁଡ଼ିକରେ ୬୯,୫୨୨ଟି ଶଯ୍ୟା ଉପଲବ୍ଧ ରହିଛି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୨୭ରୁ ଜୁଲାଇ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୦ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ୧ଟି ମାମଲା ଅନ୍ୟ କାରଣ ପାଇଁ ଅଟେ । ୨୧ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।

ସ୍ୱାସ୍ଥ୍ୟ ସୂଚନା:ସୋମବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪,୭୬,୫୬୦ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୮,୧୦୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧୮,୦୬୧ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୧୫୪ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୯,୮୫୭ରହିଛି । ୧୦,୫୪୪ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY