କୋଭିଡ ଭ୍ୟାକସିନ କେବେ ଆସିବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ:ପୂର୍ବତନ ନିର୍ଦ୍ଦେଶକ(ଏମ୍ସ) ଡ. ଅଶୋକ କୁମାର ମହାପାତ୍ର

ସାମାନ୍ୟ ଲକ୍ଷଣଯୁକ୍ତ ବା ଲକ୍ଷଣ ବିହୀନ ଥିବାରୁ ଭୟର କୌଣସି କାରଣ ନାହିଁ

Share this:

ଭୁବନେଶ୍ୱର:କରୋନା ପାଇଁ ଅଧିକ ଆତଙ୍କିତ ନ ହୋଇ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଭଳି ପ୍ରତିଷେଧକ ଅନୁସରଣ କରିବା ସହ ଭୂତାଣୁ ସମ୍ପର୍କରେ ଜନସଚେତନତା ହିଁ ସମାଜକୁ ସୁସ୍ଥ ରଖିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଆଜି ଅନୁଷ୍ଠିତ ୱେବିନାରରେ ଯୋଗଦେଇ ବିଶେଷଜ୍ଞମାନେ ଏହି ମତ ବ୍ୟକ୍ତ କରିଛନ୍ତି । ଏଥିରେ ଅଂଶଗ୍ରହଣ କରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ କୁଳପତି ତଥା ଏମ୍ସ, ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ର କହିଲେ ଯେ, ମୌଳିକତଃ କୋଭିଡ-୧୯ ଏକ ଶ୍ୱାସକ୍ରିୟା ସଂକ୍ରମଣ ଜନିତ ରୋଗ ହେଲେ ମଧ୍ୟ ରୋଗର ସଂକ୍ରମଣ ବ୍ୟାପକତା ନେଇ ଗବେଷଣା ଦ୍ୱାରା ନୂତନ ତଥ୍ୟମାନ ଆସୁଛି । ଏହା ବାୟୁ ବାହିତ ବୋଲି ତଥ୍ୟ ଆସିବା ପରେ ସାମାଜିକ ଦୂରତ୍ୱ ଓ ମହତ୍ୱ ଅଧିକ ବୃଦ୍ଧି ପାଇଛି । ତେବେ ଶତକଡା ୮୦ ଭାଗ ରୋଗୀ ସାମାନ୍ୟ ଲକ୍ଷଣଯୁକ୍ତ ବା ଲକ୍ଷଣ ବିହୀନ ଥିବାରୁ ଭୟର କୌଣସି କାରଣ ନାହିଁ । ଅଧିକ ଲକ୍ଷଣଯୁକ୍ତ ଓ ଜଟିଳ ଅବସ୍ଥାରେ ଥିବା ରୋଗୀଙ୍କ ନିମନ୍ତେ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଦେଶୀୟ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ପ୍ରୟୋଗ କଲେ ମଧ୍ୟ ଏହାକୁ ଚିକିତ୍ସାର ଔଷଧ ଭାବେ ବିବେଚନା କରାଯିବା ଅନୁଚିତ । କୋଭିଡ ଭ୍ୟାକସିନ କେବେ ଆସିବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ । ସେପର୍ଯ୍ୟନ୍ତ ସତର୍କତା ଓ ସଚେତନତା ହିଁ ଏହାର ନିର୍ଦ୍ଦିଷ୍ଟ ଉତର ବୋଲି ସେ କହିଛନ୍ତି । ଏଥିରେ ଅଂଶଗ୍ରହଣ କରି ଭୁବନେଶ୍ୱରସ୍ଥିତ ଆଂଚଳିକ ଭେଷଜ ଗବେଷଣା ପରିଷଦ (ଆଇସିଏମଆର -ଆରଏମଆରସି) ନିର୍ଦ୍ଦେଶିକ ଡ. ସଂଘମିତ୍ରା ପତି କହିଥିଲେ ଯେ, କୋଭିଡ-୧୯  ନେଇ କୌଣସି ଅଜଥା ଭୟର ବାତାବରଣ ସୃଷ୍ଟି ହେବା ଅନୁଚିତ । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଏହି ତିନୋଟି ପଦ୍ଧତି ଅନୁସରଣ କରି ସଂକ୍ରମଣ ଦୂର କରିବା ନେଇ ପ୍ରୟାସ ଜାରି ରହିଛି । ଓଡିଶାରେ କୋଭିଡ ମାମଲା ବୃଦ୍ଧି ପାଇବା ସହ ପରୀକ୍ଷା ଓ ଚିହ୍ନଟ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପରୀକ୍ଷା ସୁବିଧା ରହିଛି । ପରୀକ୍ଷା ଭିତିଭୂମିରେ ଦ୍ରୁତ ପ୍ରଗତି ଘଟୁଥିବା ଯୋଗୁଁ ଭବିଷ୍ୟତରେ ଅଧିକରୁ ଅଧିକ ପରୀକ୍ଷା ମଧ୍ୟ କରାଯାଇ ପାରିବ । ଜନସାଧାରଣ ସେ ଦୃଷ୍ଟିରୁ ଅଜଥା ଆତଙ୍କିତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପିଆଇବି ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୱେବିନାରରେ ଆଂଚଳିକ କ୍ଷେତ୍ର ପ୍ରଚାର ବ୍ୟୁରୋର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ବଳଭଦ୍ର ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ କୁମାର ଚୌଧୁରୀ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସହାୟକ ଅଧିକାରୀ ଶ୍ରୀ ସ୍ୱାଧିନ ଶକ୍ତି ପ୍ରସାଦ ବୈଷୟିକ ସହଯୋଗ କରିଥିଲେ ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY