ଅଧିକାଂଶ ବ୍ୟକ୍ତି ବିବାହ, ଅନ୍ତେଷ୍ଟିକ୍ରିୟା ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ସଂକ୍ରମିତ ହୋଇଛନ୍ତି:ଶ୍ରୀମତୀ ଶାଳିନୀ ପଣ୍ଡିତ

୧୬୯ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି

Share this:

ଭୁବନେଶ୍ୱର : କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦ କ୍ଷେପ ସଂପର୍କରେ ଶ୍ରୀମତି ଶାଳିନୀ ପଣ୍ଡତି , ମଶିନ ନିର୍ଦ୍ଦେଶିକା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଫଳାପଳ ଓ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିବା ପାଇଁ ସେ ଉପଦେଶ ଦେବା ସହ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟରେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଅନେକ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାକୁ ଆଗେଇ ଆସିଛନ୍ତି । ରାଜ୍ୟରେ ପ୍ଲାଜ୍‌ମାଥେରାପି ସଫଳ ହେଉଛି । ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ପ୍ରତିହତ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇତି ମଧ୍ୟରେ ୨୮ ଜଣ ପ୍ଲାଜ୍‌ମା ଦାତାଙ୍କଠାରୁ ପ୍ଲାଜ୍‌ମା ସଂଗ୍ରହ କରାଯାଇଛି । ଏହି ଥେରାପିରେ ୩୩ ଜଣଙ୍କୁ ପ୍ଲାଜ୍‌ମାଦିଆଯାଇଥିବାବେ ଳେ ୮ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅବଶିଷ୍ଟ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ଏସ୍‌.ସି.ବି ମେଡିକାଲ କଲେଜ, କଟକ ଏବଂ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ପ୍ଲାଜ୍‌ମା ବ୍ୟାଙ୍କ କାର୍ଯ୍ୟକ୍ଷମ ଥିବାବେଳେ ଆଇଜିଏଚ୍‌, ରାଉର୍‌କେଲାରେ ଏହା ଖୁବ୍‌ଶୀଘ୍ର କାର୍ଯ୍ୟାରମ୍ଭ କରିବ । କୋଭିଡ୍‌ ପରୀକ୍ଷଣ କରାଇବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଆଜି ରାଜ୍ୟରେ କୋଭିଡ୍‌ ପରୀକ୍ଷା ୫ଲକ୍ଷ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହି ପରୀକ୍ଷଣରେ ନିୟୋଜିତ କୋଭିଡ୍‌ ଯୋଦ୍ଧା ଯଥା-ଲାବୋରେଟୋରୀ ଆସିଷ୍ଟାଣ୍ଟ, ଘରକୁ ଘର ବୁଲି ନମୁନା ସଂଗ୍ରହରେ ସହଯୋଗ କରୁଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ପ୍ରଶଂସନୀୟ ଭୂମିକା ଯୋଗୁଁ ଏହା ସମ୍ଭବ ହୋଇଛି ।  ପ୍ରଥମେ ଓଡ଼ିଶାରେ କେବଳ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍‌.ଏମ୍‌.ଆର୍‌.ସି.)ରେ କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ ହୋଇଥିଲା । ଏବେ ରାଜ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ମୋଟ୍‌ ୫୪ଟି ପରୀକ୍ଷଣ କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି । ବିଭିନ୍ନ ଜିଲ୍ଲା ଡାକ୍ତରଖାନାରେ ଟ୍ରୁନାଟ ଟେଷ୍ଟିଂ, ଆର୍‌.ଟି.ପି.ସି.ଆର୍‌ ଟେଷ୍ଟିଂ, ଆଣ୍ଟିଜେନ୍‌ ଟେଷ୍ଟିଂ ସିବିନାଟ୍‌ ଭଳି ଟେଷ୍ଟିଂ କରାଯାଉଛି । ପ୍ରଥମ ୧ ଲକ୍ଷ ପରୀକ୍ଷା ପାଇଁ ୧୦ ସପ୍ତାହ ଲାଗିଥିବାବେଳେ ଶେଷ ୧ ଲକ୍ଷ ପରୀକ୍ଷା ମାତ୍ର ୧୦ ଦିନରେ ହୋଇପାରିଛି । ରାଜ୍ୟ ସରକାର ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏବେ ସରକାର ଦୈନିକ ୨୦,୦୦୦ଟେଷ୍ଟିଂ କରିବାର କ୍ଷମତା ରଖୁଛନ୍ତି । ଯେତେଶୀଘ୍ର ସଂକମିତ ବ୍ୟକ୍ତି ଚିହ୍ନଟ ହେବେ ଏବଂ ଲୋକମାନେ କୋଭିଡ୍‌ ପରୀକ୍ଷଣ ପାଇଁ ଆଗେଇ ଆସିବେ, ସେତେଶୀଘ୍ର ଚିକିତ୍ସା କରାଯାଇ କରୋନା ସଂକ୍ରମଣକୁ ସଫଳତାର ସହ ମୁକାବିଲା କରାଯାଇପାରିବ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଳାରେ ୭ ଦିନରେ ମଧ୍ୟ ୧୦୦୦ନୂଆ ଶଯ୍ୟା ସଂଖ୍ୟା ପ୍ରସ୍ତୁତି ହୋଇପାରିଛି । ରାଜ୍ୟରେ କୋଭିଡ୍‌ ମୁକାବିଲା ପାଇଁ ଯଥେଷ୍ଟ ପରିମାଣରେ ଔଷଧ, ଅକ୍ସିଜେନ୍‌ ବ୍ୟବସ୍ଥା ଓ ଶଯ୍ୟା ରହିଛି । ଗଞ୍ଜାମ ଜିଲ୍ଲାରେ ଦୈନିକ ୧୫୦୦ ରୁ ୨୦୦୦ କୋଭିଡ ପରୀକ୍ଷା କରାଯାଉଛି । ଗତ ୩-୪ ଦିନଭିତରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା କମିଛି ।  ଗତ କିଛି ଦିନର ବିଶ୍ଲେଷଣରୁ ଜଣାଯାଉଛି ଯେ, ସଂକ୍ରମିତଙ୍କ ସଂଖ୍ୟାର ୬୪ ପ୍ରତିଶତ ୪୦ ବର୍ଷରୁ କମ୍‌ବୟସର ବ୍ୟକ୍ତି ଥିବାବେଳେ ମାତ୍ର ୭ ପ୍ରତିଶତ ବ୍ୟକ୍ତି ୬୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଅଟନ୍ତି । ଅଧିକାଂଶ ସଂକ୍ରମିତ ବିବାହ, ଅନ୍ତେଷ୍ଟିକ୍ରିୟା କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ସଂକ୍ରମିତ ହୋଇଛନ୍ତି । ତେଣୁ ସମସ୍ତେ ସାମାଜିକ ଦୂରତା ରକ୍ଷା, ମାସ୍କ ବାନ୍ଧିବା, ହାତ ଧୋଇବା ସହ ଜନଗହଳିପୂର୍ଣ୍ଣ ସ୍ଥାନରୁଦୂରେଇ ରଖିବା ଆବଶ୍ୟକ । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌), ବୁର୍ଲା, ସମ୍ବଲପୁରର ବି. ଟେକ୍‌ ଓ ବି. ଆର୍କ ଶେଷ ସେମିଷ୍ଟର ପରୀକ୍ଷାର ଅନ୍‌ଲାଇନ୍‌ ଫଳାଫଳ ଆଜି ଘୋଷିତ ହୋଇଛି । ସ୍ନାତକ ଓ ସ୍ନାତକୋତ୍ତର ଶେଷ ସେମିଷ୍ଟରଗୁଡ଼ିକର ଫଳାଫଳ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ରେକର୍ଡ ସମୟ ମଧ୍ୟରେ ଘୋଷଣା କରିବାରେ ଏହି ସରକାରୀ ବିଶ୍ୱବିଦ୍ୟାଳୟ ରାଜ୍ୟରେ ପ୍ରଥମ । ବି. ଟେକ୍‌ ଓ ବି. ଆର୍କରେ ୯୮ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଶେଷ ଅନ୍‌ଲାଇନ୍‌ ପରୀକ୍ଷାରେ ଅବତ୍ତୀର୍ଣ୍ଣ ହୋଇଥିଲେ ଏବଂ ସେମାନେ ସ୍ନାତକ ଶିକ୍ଷା ଶେଷ କରିବାରେ ସମର୍ଥ ହୋଇଛନ୍ତି ।  ବିଶ୍ୱବିଦ୍ୟାଳୟର ଏମ୍‌. ଟେକ୍‌, ଏମ୍‌. ଏସ୍‌ସି ଓ ସମନ୍ୱିତ ଏମ୍‌. ଏସ୍‌ସି ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପ ପତ୍ରଗୁଡ଼ିକର ମୂଲ୍ୟାୟନ ଜାରି ରହିଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କର ପରୀକ୍ଷା ଫଳ ମଧ୍ୟ ଘୋଷିତ ହେବ । କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ରାଜ୍ୟର ପ୍ରଥମ ମହିଳା ଭାବେ ଜଣେ ଡାକ୍ତରୀ ଛାତ୍ରୀ ପ୍ଲାଜ୍‌ମା ଦାନ କରଛନ୍ତି । ଏସ୍‌ସିବି ପ୍ଲାଜ୍‌ମା ବ୍ୟାଙ୍କରେ ଡାକ୍ତରମାନଙ୍କ ଉପସ୍ଥିତିରେ ସେ ପ୍ଲାଜ୍‌ମା ଦାନ କରିଥିଲେ । କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ଏହି କୋଭିଡ୍‌ ଯୋଦ୍ଧାଙ୍କ ଉତ୍ସାହ ଓ ଉଦ୍ୟମକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶଂସା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆୟୋଜିତ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଭୁବନେଶ୍ୱରର କୋଭିଡ୍‌ ପର୍ଯ୍ୟବେକ୍ଷକ, ଅନ୍ୟାନ୍ୟ ପଦାଧିକାରୀ ଓ ସଚେତକଙ୍କ ଦଳ ବିଶ୍ଵେଶ୍ଵରୀ ବସ୍ତି ପରିଦର୍ଶନ କରି ୱାର୍ଡସ୍ତରୀୟ କର୍ମକର୍ତ୍ତା ଏବଂ ବସ୍ତିବାସିନ୍ଦାଙ୍କ ସହିତ ମତବିନିମୟ କରିଛନ୍ତି । କୋଭିଡ୍‌ ମାର୍ଗଦର୍ଶିକା ସଂପର୍କିତ ସଚେତନତାକୁ ଜୋରଦାର କରାଯାଇଛି ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୧୧୦ କୋଟି ୮୮ ଲକ୍ଷ ୧୨ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି । କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୬,୬୪୧ ଟି କୋଭିଡ୍‌ କେୟାର ହୋମ୍‌ ସ୍ଥାପିତ ହୋଇଛି । ଏଥିରେ ମୋଟ ୬୬,୯୪୪ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଅନୁରୂପ ଭାବରେ ରାଜ୍ୟରେ ୧୪୫୪ ଟି କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ଚିକିତ୍ସା । କେନ୍ଦ୍ର (ଟିଏମ୍‌ସି) କାର୍ଯ୍ୟ କରୁଛି । ଏଗୁଡ଼ିକରେ ୭୦,୧୮୨ ଟି ଶଯ୍ୟା ଉପଲବ୍ଧ ରହିଛି । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଜୁଲାଇ ୨୯ରୁ ଜୁଲାଇ ୩୦ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧ ଟି ମାମଲା ଦାୟର କରାଯାଇଛି । ଏଥି ମଧ୍ୟରୁ ୧୭ ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୧ଟି ମାମଲା ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ୩ଟି ମାମଲା ଅନ୍ୟ କାରଣ ପାଇଁ ଅଟେ । ୧୭ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ।

 ସ୍ୱାସ୍ଥ୍ୟ ସୂଚନା: ବୁଧବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫,୦୦,୨୩୮ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।  ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୦,୩୭୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧୯,୭୪୫ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୧୬୯ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।  ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୦,୪୨୮ ରହିଛି ।  ୧୧,୨୩୮ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY