ଚାଷୀଙ୍କ କୃଷି ବୀମା ସମୟ ବୃଦ୍ଧି ପାଇଁ ଦାବି

ପିସିସି ସଭାପତିଙ୍କ
NIRANJAN PATTNAIK_PCC_PRESIDENT_30-07-2020

Share this:

ଭୁବନେଶ୍ୱର:ସାମ୍ପ୍ରତିକ  କରୋନା ପରିସ୍ଥିତିରେ ରାଜ୍ୟର ଚାଷୀମାନେ ଅନାହାରକୁ ଗତି କରୁଥିବା ବେଳେ କୃଷି ବୀମା ଦାଖଲ କରିବା ପାଇଁ ଜୁଲାଇ ୩୧ ତାରିଖ ସମୟସୀମା ଧାର୍ଯ୍ୟ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ଗୁରୁବାର ଦିନ ପ୍ରେସବାର୍ତ୍ତାରେ ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମ କଂଗ୍ରେସ ଦଳ ବିଶେଷ କରି ଚାଷୀମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବହୁପ୍ରକାର ଅନୁରୋଧ ଏବଂ ନିବେଦନ କଲା,କିନ୍ତୁ ଆମ କଥାକୁ ସରକାର ଭ୍ରୁକ୍ଷେପ କଲେନାହିଁ । ତଥାପି ଆମେ ସରକାରଙ୍କ ପାଖରେ କିଛି ଦାବି ଓ  ଅନୁରୋଧ ରଖୁଛୁ । ରାଜ୍ୟର ଚାଷୀମାନେ ବହୁ ଅଞ୍ଚଳରେ ଏ ପର୍ଯ୍ୟନ୍ତ ଧାନର ବିକ୍ରୟ ମୂଲ୍ୟ ପାଇପାରିନାହାନ୍ତି ଉଦାହରଣ ସ୍ୱରୂପ କେଉଁଝର ଜିଲ୍ଲାର ସାହାରପଡା ଲ୍ୟାମ୍ପ ବା ଧାନ ମଣ୍ଡିର  ବହୁ ଚାଷୀ ବିକ୍ରୟ ମୂଲ୍ୟ ପାଇନାହାନ୍ତି,  ଯେଉଁମାନେ କି ଜାନୁଆରୀ ୨୦୨୦ ଜାନୁଆରୀ ରୁ ମାର୍ଚ୍ଚମାସ  ମଧ୍ୟରେ ଧାନ ବିକ୍ରୟ କରିଥିଲେ କିନ୍ତୁ ବହୁ ପଛରେ ଧାନ ବିକ୍ରୟକରି  କେତେକ ଅଞ୍ଚଳ ଚାଷୀମାନେ ଧାନ ବିକ୍ରୟ ମୂଲ୍ୟ ପାଇସାରିଛନ୍ତି । ଯେଉଁ ଚାଷୀମାନେ ଧାନ ବିକ୍ରୟ ମୂଲ୍ୟ ପାଇନାହାନ୍ତି ସେମାନେ ଦୁଆର ଦୁଆର ବୁଲି ଗୁହାରି କଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତୁ ।ତେଣୁ ଚାଷୀଙ୍କ ଧାନ ବିକ୍ରୟ ମୂଲ୍ୟ ପ୍ରଦାନ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ପିସିସି ସଭାପତି ଅନୁରୋଧ କରିଛନ୍ତି । କୋଭିଡ ରୋଗ ନିବାରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ଆର୍ଥିକ ନେଣଦେଣ କାଣ୍ଟଛାଣ୍ଟ ଓ ଅନାଦେୟକୁ ଗ୍ରହଣ କରିଥିବା ବେଳେ ଚାଷୀଙ୍କ ଠାରୁ କୃଷି ବୀମା ଅର୍ଥ ପୈଠ କରିବା ପାଇଁ ଚାଷୀଙ୍କୁ ଚଳିତ ମାସ ଜୁଲାଇ ୩୧ ତାରିଖ ସୁଦ୍ଧା ସମୟ ନିର୍ଘଣ୍ଟ କରିବା ଚାଷୀ ବିରୋଧୀ ନୀତି ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କରୋନା ମହାମାରି ପାଇଁ ଦୀର୍ଘଦିନ ଧରି କେନ୍ଦ୍ର ଓ ରାଜ୍ୟସରକାରଙ୍କ ଲକଡାଉନ, ସଟଡାଉନ କଟକଣା ପାଇଁ ଚାଷ କାର୍ଯ୍ୟ ସମେତ କୃଷି ଜାତ ଦ୍ରବ୍ୟ ବ୍ୟବସାୟ ମଧ୍ୟ ଠପ ହୋଇଯାଇଛି । ଫଳରେ ଚାଷୀମାନେ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି । ତେଣୁ କୃଷି ବୀମା ରାଶି ପୈଠ କରିବା ସମୟ ସୀମାକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ । ସରକାର ଚାହିଁଲେ ଏହି କରୋନା ଦୁର୍ଦ୍ଦିନ ସମୟକୁ ବିଚାରକୁ ନେଇ ଚାଷୀଙ୍କ ନାମରେ ଚଳିତ ବର୍ଷ ପାଇଁ ଏହି ବୀମା ଅର୍ଥ ନିଜେ ପୈଠ କରିଦେଲେ ରାଜ୍ୟର ଚାଷୀମାନେ ଉପକୃତ ହୁଅନ୍ତେ । ନଚେତ ବହୁ ଚାଷୀ ବୀମା କରିବାରୁ ବଞ୍ଚିତ ହେବେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY