ଦିଲ୍ଲୀ ସରକାରଙ୍କୁ ଅନୁକରଣ କରନ୍ତୁ ନବୀନ

ନିରଞ୍ଜନ
Naveen Ptnaik_,Chief Minister of Odisha

Share this:

ଭୁବନେଶ୍ୱର:ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ମହାଶୟ ଡିଜେଲର ୩୦ % ଭ୍ୟାଟକୁ କମେଇ ୧୬.୭୫ % କୁ ନେଇଆସିବା ଫଳରେ ଆଜି ଡିଜେଲ ତୈଳଦର ମୂଲ୍ୟ ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି । ଏହାଦ୍ୱାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଏବଂ ସବୁ ସାମଗ୍ରୀର ମୂଲ୍ୟ କମିବ ଏତତବ୍ୟତୀତ  ଅର୍ଥ ନିତିର ଅଭିବୃଦ୍ଧି ଘଟିବ ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି । ଦିଲ୍ଲୀ  ଭଳି ଓଡିଶା ରାଜ୍ୟ ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛି । ବେକାରୀ ବେରୋଜଗାରୀ ବଢ଼ିଛି । ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି । ଏଭଳି ଏକ କଠିନ ସମୟରେ ଦିଲୀ ସରକାର ଯେଉଁ ପଦକ୍ଷେପ ଗ୍ରହଣ କଲେ ଓଡିଶା ସରକାର ସେଭଳି କିଛି ନିଷ୍ପତି ନିଅନ୍ତୁ ବୋଲି  ପିସିସି ସଭାପତି କହିଛନ୍ତି । ଖାଲି ସେତିକି ନୁହେଁ,ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି  ଏହିପରି ପଦକ୍ଷେପ ରାଜ୍ୟ ସରକାର ନେଲେ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଭାବରେ ଉପକୃତ ହେବେ ।  ଓଡ଼ିଶାର ଅର୍ଥନୀତିକୁ ବିକାଶ ପଥରେ ଆଗେଇ ନେବାକୁ ଓଡ଼ିଶାର ଜନସାଧାରଣ ନିଶ୍ଚିତ ଉଦ୍ୟମ କରିବେ ଓ ରାଜ୍ୟରେ ଦରଦାମ କମେଇବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY