ଆଜିର ରାଶିଫଳ:ମଙ୍ଗଳବାର

୦୪ ଅଗଷ୍ଟ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ ।

ଅଦ୍ୟ ମକର ରାଶିର ଘାତବାର 

ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮

ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯

ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩ ମଧ୍ଯରେ ।

ଆଜି ପାଣିକଖାରୁ ଖାଇବା ମନା ।

ଅମୃତବେଳା : ଦିଘ ୧୦/୦୩ ଗତେ ଦିନ ଘ ୧୦/୪୭ ମଧ୍ଯରେ, ରାଘ ୦୧/୩୫ ଗତେ ୧୧/୨୭ ମଧ୍ୟରେ

ସତର୍କତା – ଦିନ ଘ ୦୮/୧୪ ଗତେ ୧/୩/୫/୮/୧୦/୧୨/୧୪/୧୭/ ୧୯/୨୧/୨୩/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ: କର୍ମକ୍ଷେତ୍ରରୁ ଅଶାନ୍ତି ଦୂର କରିବାରେ ସକ୍ଷମ ହେବେ । ସୁସ୍ଥ ଓ ନିରାମୟ ରହିବେ । ସୁଖୀ ହେବେ । ସରକାରୀ ଅର୍ଥ ମିଳିବ । କୀର୍ତ୍ତି,ମର୍ତ୍ତି, ସତ୍ତ୍ୱ,ସନ୍ତୋଷ ସବୁକିଛି ମିଳିପାରେ ।

ବୃଷ: ସୁଖ-ସମ୍ମାନ ଲାଭ କରିବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଯାନବାହନ ସୁଖ ମିଳିବ । ରାଜଉଆସ ଭଳି ଗୃହରେ ବାସ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହୋଇପାରନ୍ତି ।

ମିଥୁନ: ବ୍ୟବସାୟରେ ଲାଭବାନ ହେବେ । କର୍ମ ଚଞ୍ଚଳ ରହିପାରନ୍ତି । ଦାତା, ଭୋକ୍ତା, ଗୁଣବାନ, ଧନୀ ଓ ମାନୀ ହେବାର ସୂଚନା ମିଳୁଛି । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ।

କର୍କଟ: ଦେବ ଦର୍ଶନରେ ଆତ୍ମ ସନ୍ତୋଷ ମିଳିବ । ସେବା ପୂଜାରେ ମନୋନିବେଶ କରିପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଧନବାନ ହେବେ । ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନି ଘଟିପାରେ ।

ସିଂହ: ଶତ୍ରୁନାଶ କରିବେ । ସାଙ୍ଗଙ୍କ ଦ୍ୱାରା ମାନ ଭଙ୍ଗହେବ । ପଶୁ ଧନାଦି ଯୁକ୍ତ ହେବେ । ନିରୋଗ ହୋଇପାରନ୍ତି । ଯେକୌଣସି କାରଣରୁ ମନରେ ଭୟର ସଞ୍ଚାର ହୋଇପାରେ । ସାମାନ୍ୟ ମାତ୍ରାର କ୍ଳେଶ ଭୋଗିବେ ।

କନ୍ୟା: ପୂର୍ବାନୁଭୂତିର ପୁନରାବୃତ୍ତି ହୋଇପାରେ । ବନ୍ଧୁ ଦର୍ଶନରେ ଉପକୃତ ହୋଇପାରନ୍ତି । ପର ଧନରେ ଧନୀ ହେବେ । ଯୁବତୀ ମନୋରଞ୍ଜନକାରୀ, ରଜତ ଧନଦ୍ୱାରା ଧନଶାଳୀ, ରସିକ ଓ ବାଚାଳ ହୋଇପାରନ୍ତି ।

ତୁଳା: ଚିନ୍ତିତ ହେବେ । ଧର୍ମପ୍ରିୟ ହୋଇପାରନ୍ତି । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ସମ୍ମାନର ଅଧିକାରୀ ହେବେ । ଶିଳ୍ପ ପାରଦର୍ଶୀ ହେବେ । ହାସ୍ୟଯୁକ୍ତ, ଯୁବତୀ ପ୍ରିୟ ଓ ଚଞ୍ଚଳ ଚେଷ୍ଟିତ ହେବେ । ପୂଜ୍ୟ ହେବେ । ଯାନବାହନଯୁକ୍ତ ହେବେ ।

ବିଛା: ପରିବେଶ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ଧନଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ପ୍ରାପ୍ତିର ସମୟ ଉପସ୍ଥିତ । ତେଜୀୟାନ ହେବେ । ବାହୁରେ ପୀଡ଼ା ଉପୁଜିପାରେ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିବେ ।

ଧନୁ: ନୃତ୍ୟ, ସଙ୍ଗୀତ ପ୍ରିୟ ହେବେ । ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିବେ । ରାଜତୁଲ୍ୟ ହୋଇପାରନ୍ତି । ଦେଶାଦିରେ ଆଧିପତ୍ୟ ବିସ୍ତାର କରିବେ । କୃଷି କର୍ମକାରୀ ହେବେ । ଯାନବାହନ ସୁଖ ମିଳିବ ।

ମକର: ଉପକାରୀର ପ୍ରତ୍ୟୁପକାର କରିପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିବେ । ଯଶସ୍ୱୀ ହେବେ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତାରେ ସଫଳ ହେବେ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବା ଆଶା କରାଯାଏ ।

କୁମ୍ଭ: ସାମୟିକ ଭାବେ ଆଳସ୍ୟ ପରାୟଣ ହୋଇପାରନ୍ତି । ଧନବାନ, ଗୁଣଯୁକ୍ତ ଓ ପରୋପକାରୀ ହେବେ । ଉପାର୍ଜନ ଊଣା ହେବ ନାହିଁ । ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ । ବିବିଧ ଧନଯୁକ୍ତ ହେବେ ।

ମୀନ: ବହୁ ଶୁଭଫଳ ଆଶା କରାଯାଏ । ଅପରାହ୍ନରେ ଅଧିକ ଧନ ଅର୍ଜନ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁଙ୍କ ସହ ସାକ୍ଷାତ ହେବ ଦାମ୍ପତ୍ୟ ଜୀବନ ସୁଖମୟ ହେବ । 

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର, କାକଟପୁର
ଫୋନ- ୯୪୩୮୬୪୪୪୭୫

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୩୩/୦୯ ସୂର୍ଯ୍ୟଅସ୍ତ – ସଂଘ ୦୫/୫୬/୩୯ ରାହୁକାଳ – ଦିବା ଘ ୦୮/୩୯ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୫୭ ସୂର୍ଯ୍ୟଅସ୍ତ – ସଂଘ ୦୫/୫୭/୩୧ ରାହୁକାଳ – ଦିବା ଘ ୧୦/୧୨ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୪୪ ସୂର୍ଯ୍ୟଅସ୍ତ – ସଂଘ ୦୫/୫୮/୨୪ ରାହୁକାଳ – ଦିବା ଘ ୧/୧୮ ରୁ ଦିବା...
  • ଆଜିର ରାଶିଫଳ:ବୁଧବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫ ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ । ଆଜି ପାଣିକଖାରୁ...