ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ ଇସ୍ପାତ ଶିଳ୍ପ

- ଧର୍ମେନ୍ଦ୍ର ପ୍ରଧାନ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ଘର ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଭିନବ ପଦକ୍ଷେପ ନେଇଛନ୍ତି । ଇସ୍ପାତ୍ କ୍ଷେତ୍ରର ନେତୃତ୍ୱମାନେ ଭାରତ ସରକାରଙ୍କ ସହ ହାତ ମିଳାଇ ପ୍ରବାସୀ ଶ୍ରମିକଙ୍କୁ କମ୍ ମୂଲ୍ୟରେ ଘର ଯୋଗାଇବା କାମରେ ସହଯୋଗୀ ହେବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ସିଆଇଆଇ ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ: ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା’ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପ୍ରଧାନ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୋଜନା ସମ୍ପର୍କରେ ଅବଗତ କରିବା ସହ ଏହି ପ୍ରକଳ୍ପ ଗୁଡିକରେ ଭାରତ ସରକାରଙ୍କ ସହ ସହଯୋଗୀ ହେବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂଇସ୍ପାତ୍ ଶିଳ୍ପର ନେତୃତ୍ୱ ମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଛନ୍ତି କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ମାତ୍ର ଇସ୍ପାତ୍ ଶିଳ୍ପ ଏଥିରେ ସହଯୋଗୀ ହୋଇ ଅନେକ ଇସ୍ପାତ୍‌ ଉପକରଣ ତିଆରି ଉପରେ ଜୋର୍ ଦେବା ସହ ସ୍ୱଳ୍ପ ମୂଲ୍ୟର ଘର ନିର୍ମାଣ କରିବା ଉଚିତ୍ । ଯାହା ଅନ୍ୟ ମାନଙ୍କ ପାଇଁ ମଡେଲ ମଧ୍ୟ ତିଆରି କରିପାରିବ । ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଆତ୍ମସମ୍ମାନ ଦେବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ସରକାରଙ୍କ ଏପରି କଲ୍ୟାଣକାରୀପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ରହିବା ଦରକାର । ଗୃହ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତଏହି ବୃହତ୍ ପ୍ରକଳ୍ପ ଗୁଡିକରେ ଇସ୍ପାତ ଶିଳ୍ପ ସହଯୋଗ କରିବାର ଆବଶ୍ୟକତା ରହିଛି । ଦେଶରେ  ଇସ୍ପାତର ବ୍ୟବହାରକୁ ବଢ଼ାଇବା ପାଇଁ ଅନେକ ସମ୍ଭାବନା ରହିଛି । ଅପରପକ୍ଷରେ କରୋନା ସଂକଟ ସମୟରେ ଭାରତୀୟ ଶିଳ୍ପର ପ୍ରୋତ୍ସାହନ କାରଣରୁ ବହୁସଂଖ୍ୟାରେ ପିପିଇ କିଟ୍‌, ମାସ୍କ ଓ ଭେଣ୍ଟିଲେଟର ଉତ୍ପାଦନରେ ବୃଦ୍ଧି ଘଟିଛି । ଭାରତୀୟ ଔଷଧ କମ୍ପାନୀ ୧୫୦ଟି ଦେଶକୁ ମେଡିସିନ୍ ଯୋଗାଇଛି । ଦେଶର ଦ୍ୱିତୀୟ ଇସ୍ପାତ୍ ଉତ୍ପାଦନକାରୀ ରାଷ୍ଟ୍ର ଭାରତ ବିଶ୍ୱରେ ଇସ୍ପାତର ଆବଶ୍ୟକତାକୁ ପୂରଣକରିବାର ଉତ୍ପତିସ୍ଥଳ ହେଉ । ଉଲ୍ଲେଖନୀୟ ଯେ, ଏହି ୱେବିନାରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଇସ୍ପାତ୍ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY