ପୂର୍ବାଞ୍ଚଳରେ କାର୍ଯ୍ୟ ଆରମ୍ଭ କଲା ଜେଏସଡବ୍ଲୁ ୱାନ୍‍

ରାଷ୍ଟ୍ରୀୟସ୍ତରକୁ ପରିବ୍ୟାପ୍ତ ହେବା ପୂର୍ବରୁ

Share this:

ଭୁବନେଶ୍ୱର : ୧୨ ବିଲିଅନ ଆମେରିକୀୟ ଡଲାରର ଭାରତୀୟ ଉଦ୍ୟୋଗସଂଗୋଷ୍ଠୀ ଜେଏସଡବ୍ଲୁ ଗ୍ରୁପ୍‍ ଏକ ସମନ୍ୱିତ ଜେଏସଡବ୍ଲୁ ୱାନ ପ୍ରୟାସ ଅଧୀନରେ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ଏହାର ଆବଣ୍ଟନ ଏବଂ ଯୋଗାଣ ଶୃଙ୍ଖଳ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଉଛି । ଜେଏସଡବ୍ଲୁ ଗ୍ରୁପ୍‍ର ଭାରତରେ ଇସ୍ପାତ, ସିମେଣ୍ଟ ଏବଂ ରଙ୍ଗ ବ୍ୟବସାୟରେ ଉପସ୍ଥିତି ରହିଛି । ଏହି ସମସ୍ତ ତିନିଟି ଉତ୍ପାଦର ସମାନ ଗ୍ରାହକ ରହିଛନ୍ତି, ଯେହେତୁ ସେଗୁଡିକ ଗୃହ ନିର୍ମାଣରେ ନିତାନ୍ତ ଆବଶ୍ୟକ । ଏହି ସମାନ ଗ୍ରାହକ ଏବଂ ଚାନେଲ ଅଂଶୀଦାରଙ୍କ ନିକଟରେ ପହଞ୍ଚିବା ସକାଶେ ଏଭଳି ଅନନ୍ୟ ପ୍ରୟାସ ଜରିଆରେ ଏକ ସମନ୍ୱିତ ପଦକ୍ଷେପ ନିଆଯାଉଛି । ଜେଏସଡବ୍ଲୁ ୱାନ ପୂର୍ବାଞ୍ଚଳରେ ତାହାର କାର୍ଯ୍ୟ ଆରମ୍ଭ କରିଛି ଏବଂ ଆଗାମୀ କିଛିବର୍ଷ ମଧ୍ୟରେ ସର୍ବଭାରତୀୟ ଓ ସ୍ତରକୁ ପରିବ୍ୟାପ୍ତ ହେବ । ଏହା ଜେଏସଡବ୍ଲୁ ଗ୍ରୁପ୍‍ର ବିକ୍ରି ଓ ଯୋଗାଣ ଶୃଙ୍ଖଳ ନେଟୱର୍କର ଗଭୀରତା ଏବଂ ପ୍ରସାରିତ ସ୍ଥିତିକୁ ଅଧିକ ଶାଣିତ ଏବଂ ଅଧିକତମ କରି ଉଭୟ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟକୁ ଫାଇଦା ପହଞ୍ଚାଇବା ନିମନ୍ତେ ସହଯୋଗ ହାସଲ କରିବ । ଜେଏସଡବ୍ଲୁ ୱାନ୍‍ ନିଜର ଗ୍ରାହକଙ୍କୁ ବ୍ୟାପକ ସେବା ସାମର୍ଥ୍ୟ ଯୋଗାଇଦେବା ସକାଶେ ଏହାର ବିବିଧ ଉତ୍ପାଦ ବର୍ଗରେ ବିଶେଷ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଇବ । ଜେଏସଡବ୍ଲୁ ୱାନ୍‍ ପ୍ରୟାସର ଶୁଭାରମ୍ଭ ଅବସରରେ ପ୍ରକାଶକରି ଜେଏସଡବ୍ଲୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାର୍ଥ ଜିନ୍ଦଲ କହିଛନ୍ତି, “ଭାରତକୁ ପ୍ରତିଦିନ ଅଧିକ ଉତ୍ତମ କରିବା ଲକ୍ଷ୍ୟରେ ଜେଏସଡବ୍ଲୁ ଗ୍ରୁପ୍‍ କାର୍ଯ୍ୟ କରୁଛି । ଏହି ଉଦ୍ଦେଶ୍ୟକୁ ମନ ମଧ୍ୟରେ ରଖି ଆମ ଗ୍ରୁପ୍‍ର ଆବଣ୍ଟନ, ଯୋଗାଣ ଶୃଙ୍ଖଳ ଏବଂ ଉତ୍ପାଦଗୁଡିକ ମଧ୍ୟରେ ସହଯୋଗିତାକୁ ଉଭୟ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ସମ୍ମିଶ୍ରିତ କରିବା ସକାଶେ ଆମେ ଜେଏସଡବ୍ଲୁ ୱାନ୍‍ର ଶୁଭାରମ୍ଭ କରିଛୁ । ଏହି ମିଶ୍ରଣ ଚିନ୍ତାଧାରା ସର୍ବଦା ମୋ ଅନ୍ତରରେ ରହିଆସିଛି ଏବଂ ଏହା ବାସ୍ତବ ରୂପନେବା ଦେଖି ମୁଁ ଆନନ୍ଦ ଅନୁଭବ କରୁଛି । ଆମର ଗ୍ରାହକମାନେ ସେମାନଙ୍କର ବାସଗୃହ ନିର୍ମାଣ କରିବା ସକାଶେ ଟିଏମଟି ରିବାର୍‍, ସିମେଣ୍ଟ ଏବଂ ଇସ୍ପାତ ଛାତ ଆବଶ୍ୟକ କରୁଛନ୍ତି ଏବଂ ସେମାନଙ୍କ ଘରର ସୌନ୍ଦର୍ଯ୍ୟକରଣ କରିବାକୁ ରଙ୍ଗ ମଧ୍ୟ ଆବଶ୍ୟକ କରୁଛନ୍ତି । ଜେଏସଡବ୍ଲୁ ବିଶ୍ୱସ୍ତରରେ ଏକମାତ୍ର ଉଦ୍ୟୋଗ ସଂଗୋଷ୍ଠୀ ଯାହା ଆମ ଗ୍ରାହକମାନଙ୍କୁ ଇସ୍ପାତ, ସିମେଣ୍ଟ ଏବଂ ରଙ୍ଗ ଏକ ବ୍ୟାପକ ଆକାରରେ ଯୋଗାଇ ଦେଉଛି । ଜେଏସଡବ୍ଲୁ ୱାନ୍‍ ଜରିଆରେ ଆମେ ଆମ ଗ୍ରାହକଙ୍କୁ ନିଜର ଉତ୍ପାଦଗୁଡିକର ବିପଣନ ପଦ୍ଧତିରେ ପରିବର୍ତ୍ତନ ଏବଂ ତାହା ସମ୍ପୂର୍ଣ୍ଣ ବଦଳାଇଦେବାକୁ ଏହି ଅନନ୍ୟ ସୁଯୋଗର ସଦୁପଯୋଗ କରୁଛୁ । ଜେଏସଡବ୍ଲୁ ୱାନ୍‍ ଏହାର ସମାନ ଅଂଶୀଦାରଙ୍କ ପରିବେଶ ଓ ପରିସ୍ଥିତିର ଆବଶ୍ୟକତା ପୂରଣ କରିବା ସକାଶେ ବହୁଗୁଣ ଶକ୍ତିସଂପନ୍ନ ହେବାର ସୁଯୋଗ ରଖୁଛି ବୋଲି ମୋର ଦୃଢ ବିଶ୍ୱାସ ।” ଜେଏସଡବ୍ଲୁ ଷ୍ଟିଲ୍‍ର ବିପଣନ ଓ ବିକ୍ରୟ କାର୍ଯ୍ୟନିର୍ବାହୀ ଉପ ସଭାପତି ଶ୍ରୀ ବିନୟ ଶ୍ରଫ କହିଛନ୍ତି, “ଜେଏସଡବ୍ଲୁ ଗ୍ରୁପ୍‍ର ଅଗ୍ରଣୀ ବ୍ୟବସାୟ ଏବଂ ଏକ ସମନ୍ୱିତ ଇସ୍ପାତ ଉତ୍ପାଦନକାରୀ ଭାବରେ ଜେଏସଡବ୍ଲୁ ଷ୍ଟିଲ ବିବିଧ ଗ୍ରାହକ ଉପଯୋଗିତା ନିମନ୍ତେ ଉଚ୍ଚ ସାମର୍ଥ୍ୟ ବିଶିଷ୍ଟ, ଅତ୍ୟାଧୁନିକ ଏବଂ ଶ୍ରେଷ୍ଠ ଇସ୍ପାତ ସାମଗ୍ରୀର ଏକ ଅଗ୍ରଣୀ ଉତ୍ପାଦନକାରୀ ହୋଇଛି । ଆମ ବ୍ରାଣ୍ଡ୍‍ଗୁଡିକ ଗୃହନିର୍ମାଣ ସମେତ ସେମାନଙ୍କର ନିିଜସ୍ୱ ବର୍ଗରେ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି । ପୂର୍ବାଞ୍ଚଳରେ ଆମର ବ୍ରାଣ୍ଡ୍‍ର ଉପସ୍ଥିତି ସହିତ ଏହା ପ୍ରତିଷ୍ଠିତ ହୋଇଥିବାବେଳେ ଏହାର ଅଧିକ ଗଭୀରତମ ପ୍ରବେଶ କ୍ଷେତ୍ରରେ ଜେଏସଡବ୍ଲୁ ୱାନ୍‍ ଏକ ଚମତ୍କାର ସୁଯୋଗ ଆଣିଦେବ । ଏହା ସର୍ବାଧିକ ଅଗ୍ରଣୀ ଖୁଚୁରା ସମ୍ମିଶ୍ରଣ ଆକାରରେ ଆମର ଗ୍ରାହକମାନଙ୍କ ଆବଶ୍ୟକତା ମୁତାବକ ଉଚ୍ଚ ଗୁଣମାନର ଜେଏସଡବ୍ଲୁ ନିଓଷ୍ଟିଲ ଟିଏମଟି ରିବାର୍‍ ଏବଂ ସିମେଣ୍ଟ ଯୋଗାଇଦେବ । ତାହାସହିତ ପୂର୍ବାଞ୍ଚଳରେ ପରିମାଣଗତ ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ଆବଣ୍ଟନ ଶୃଙ୍ଖଳ ଏବଂ ଉପସ୍ଥିତିକୁ ପରିବ୍ୟାପ୍ତ କରି ଆମ ବ୍ୟବସାୟ ସଂସ୍ଥାଗୁଡିକ ଗ୍ରୁପ୍‍ର ସଂରଚନାଗତ ସମ୍ମିଳିତ ସାମର୍ଥ୍ୟ ଜେଏସଡବ୍ଲୁ ୱାନ୍‍ ଜରିଆରେ ହାସଲ କରିବ ।” ଜେଏସଡବ୍ଲୁ ସିମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଲେଶ ନରୱେକର କହିଛନ୍ତି, “ବିଗତ ଅଳ୍ପକିଛି ବର୍ଷ ମଧ୍ୟରେ ଜେଏସଡବ୍ଲୁ ସିମେଣ୍ଟ ନୂତନ ପ୍ରବେଶକାରୀ ଭାବରେ ଭାରତର ପୂର୍ବାଞ୍ଚଳ ବଜାରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି, ଯିଏ ସିମେଣ୍ଟ ଉତ୍ପାଦନକାରୀଙ୍କ ମଧ୍ୟରେ ‘କ’ ଶ୍ରେଣୀରେ ନିଜ ସ୍ଥିତିକୁ ମଜଭୁତ କରିବାରେ ସମର୍ଥ ହୋଇଛି । ସେହି ସମାନ ଆବଣ୍ଟନ ବ୍ୟବସ୍ଥା ଜରିଆରେ ସିମେଣ୍ଟ ଏବଂ ଇସ୍ପାତର ସମ୍ମିଶ୍ରିତ ପ୍ରୟାସକୁ ଉପଯୋଗ କରିବାରେ ଜେଏସଡବ୍ଲୁ ୱାନ୍‍ ଜେଏସଡବ୍ଲୁ ଗ୍ରୁପ୍‍ର ଏକ ଅଗ୍ରଣୀ ପ୍ରୟାସ ହୋଇଛି । ଜେଏସଡବ୍ଲୁ ୱାନ୍‍ ସିମେଣ୍ଟ ଓ ଇସ୍ପାତ ଉତ୍ପାଦସମୂହ ଜରିଆରେ ନୂତନ ରାଜସ୍ୱ ପନ୍ଥାର ସୁଯୋଗ ନେବାଦିଗରେ ଜେଏସଡବ୍ଲୁ ୱାନ୍‍ ଆମର ଉଭୟ ବ୍ୟବସାୟିକ ଅଂଶୀଦାରଙ୍କ ପାଇଁ ସହାୟକ ହେବ । ତାହାସହିତ ଏହା ଆମର ବିକ୍ରୟ ଦଳ ପାଇଁ ବୃତ୍ତିଗତ ବିକାଶ ସୁଯୋଗ ଉନ୍ମୁକ୍ତ କରିବ, ଯେଉଁମାନେ ବର୍ତ୍ତମାନ ସିମେଣ୍ଟ ଏବଂ ଇସ୍ପାତ ଭଳି ଦୁଇଟି ଭିନ୍ନ ଉତ୍ପାଦକୁ ଅତ୍ୟନ୍ତ ସାମାନ୍ୟ ଭିନ୍ନ ଆବଣ୍ଟନ ଢାଞ୍ଚା (ଯଥା ଗୋଟିଏ ବିତରକ କୈନ୍ଦ୍ରିକ ଏବଂ ଅନ୍ୟଟି ଏକ ବହୁବ୍ରାଣ୍ଡ୍‍ ଡିଲର / ସବ୍‍ଡିଲର କାଉଣ୍ଟ ପରିଚାଳନା ସମ୍ପର୍କିତ)ରେ ପରିଚାଳନା କରିବେ ଏବଂ ପ୍ରଭାବିତ କରୁଥିବା ପ୍ରାୟ ସମାନ ପରିବେଶ ପରିସ୍ଥିତିକୁ ନେଇ କାର୍ଯ୍ୟ କରିବେ । ମୁଁ ଦୃଢ ନିଶ୍ଚିତ ଯେ ଜେଏସଡବ୍ଲୁ ଗ୍ରୁପ୍‍କୁ ଅଧିକରୁ ଅଧିକ ସୁଦୃଢ କରିବାରେ ଜେଏସଡବ୍ଲୁ ୱାନ୍‍ ସହାୟକ ହେବ ।” ଜେଏସଡବ୍ଲୁ ସିମେଣ୍ଟର ବିକ୍ରୟ ଓ ବିପଣନ ଉପସଭାପତି ଶ୍ରୀ ସୁର୍ଯୟନ ମୁଖାର୍ଜୀ କହିଛନ୍ତି, “ଭାରତର ପୂର୍ବାଞ୍ଚଳରେ ଜେଏସଡବ୍ଲୁ ଗ୍ର୍ରୁପ୍‍ର ୧୭୬୬ ସିମେଣ୍ଟ ଡିଲର ଏବଂ ୯୫୦ ଇସ୍ପାତ ଡିଲର ରହିଛନ୍ତି । ଏଗୁଡିକ ମଧ୍ୟରୁ ମାତ୍ର ୧୧୦ ଡିଲର ସମ୍ପ୍ରତି ଉଭୟ ଇସ୍ପାତ ଓ ସିମେଣ୍ଟ ବିକ୍ରି କରୁଛନ୍ତି । ଜେଏସଡବ୍ଲୁ ୱାନ୍‍ ପ୍ରୟାସ ଦ୍ୱାରା ଆମେ ପୂର୍ବାଞ୍ଚଳରେ ଆମର ସମ୍ମିଶ୍ରିତ ଉପସ୍ଥିତିକୁ ଅଧିକ ଗଭୀର କରିବା ଦିଗରେ ଅଗ୍ରସର ହେବାକୁ ସମର୍ଥ ହୋଇପାରିବୁ । ତେଣୁ ମୂଲ୍ୟ ଶୃଙ୍ଖଳରେ ମିସ୍ତ୍ରୀ ଏବଂ ଠିକାଦାରଙ୍କର ଉଲ୍ଲେଖଯୋଗ୍ୟ ପ୍ରଭାବ ରହିଛି । ଜେଏସଡବ୍ଲୁ ୱାନ୍‍ ପ୍ରୟାସ ଏହି ସାଧାରଣ ଅଂଶୀଦାରଙ୍କ ସହିତ ଆମକୁ ନିୟୋଜିତ କରିବାରେ ସହାୟକ ହେବ ଏବଂ ବଜାରରେ ଅଧିକ ଆସ୍ଥାଭାବ ସୃଷ୍ଟି କରିବାରେ ସମ୍ମିଶ୍ରିତ ପ୍ରୟାସକୁ ଉପଯୋଗ କରିବ ।”ଜେଏସଡବ୍ଲୁ ୱାନ୍‍ ଏହାର ବ୍ୟବସାୟୀ ଅଂଶୀଦାରଙ୍କୁ ଜେଏସଡବ୍ଲୁ ନିଓଷ୍ଟିଲ ଟିଏମଟି ରିବାର୍‍ ଏବଂ ସିମେଣ୍ଟ ଉତ୍ପାଦ ଏକତ୍ର ଯୋଗାଣ ଆରମ୍ଭ କରିଛି । ଏହା ଜେଏସଡବ୍ଲୁକୁ ନିଜର ଗ୍ରାହକମାନଙ୍କର ନିକଟତର କରାଇବା କ୍ଷେତ୍ରରେ ଗ୍ରୁପ୍‍ର ବାସ୍ତବ ପହଞ୍ଚକୁ ପରିବ୍ୟାପ୍ତ କରିବାରେ ସହାୟକ ହେବ । ଗ୍ରାହକଙ୍କ ବାସଗୃହ ନିର୍ମାଣ ଆବଶ୍ୟକତା ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ସମାଧାନ ଯୋଗାଇବା ଦିଗରେ ଜେଏସଡବ୍ଲୁକୁ ଉପସ୍ଥାପିତ କରିବା ଏବଂ ତତ୍‍ସହିତ ବିଭିନ୍ନ ବ୍ୟବସାୟ ସଂସ୍ଥା ମଧ୍ୟରେ ଗ୍ରାହକ ଅପରିବର୍ତ୍ତିତ ରହିବାର ଫାଇଦା ନେବାରେ ଜେଏସଡବ୍ଲୁ ୱାନ୍‍ ସମର୍ଥ ହୋଇପାରିବ ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY