ଆଜିର ରାଶିଫଳ:ସୋମବାର

୩୧ ଅଗଷ୍ଟ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ 

ଅଦ୍ୟ ମିଥୁନ ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୦୪
ସୂର୍ଯ୍ୟଅସ୍ତ – ସଂଘ ୦୬/୦୦/୫୮

ରାହୁକାଳ – ଦିବା ଘ ୦୭/୦୬ ରୁ ଦିବାଘ ୦୮/୩୯ ମଧ୍ଯରେ ।

ଆଜି ବିରି ଖାଇବା ମନା ।

ଅମୃତବେଳା : ଦିଘ ୧୨/୫୮ ଗତେ ଦିନ ଘ ୦୩/୦୯ ମଧ୍ଯରେ, ରାତ୍ର ଘ ୦୭/୫୭ ଗତେ ୧୧/୨୬ ମଧ୍ୟରେ

ସତର୍କତା -ଦିନଘ ୦୩/୦୬ ଗତେ    ୧/୩/୫/୮/୧୦/୧୨/୧୪/୧୭/ ୧୯/୨୧/୨୩/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭ ପ୍ରଦ ।

ମେଷ : ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ । ଅଚାନକ ଧନ ଲାଭ ହେବ । ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ । ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ । ଆଜି ଆପଣ ସାମାଜିକ ତଥା ସାର୍ବଜନିକ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ପାରିବାରିକ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭବ ହେବ । ବ୍ୟାପାର କ୍ଷେତ୍ରରେ ସଂପର୍କ ଏବଂ ପରିଚୟ ଲାଭ ହେବ ।

ବୃଷ : ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ । ଆଜିର ଦିନଟି ଆନନ୍ଦପୂର୍ବକ ରହିବ । ମାନସିକ ରୂପରେ ସୁସ୍ଥ ରହିବେ । ଆପଣଙ୍କ କାର୍ଯ୍ୟ ଯୋଜନା ଅନୁସାରେ ପୂର୍ଣ୍ଣ ହେବ । ଆର୍ଥିକ ଲାଭର ସମ୍ଭାବନା ଅଛି । ଅଧୁରା କାର୍ଯ୍ୟ ପୂର୍ଣ୍ଣ ହେବ । ସ୍ଵାସ୍ଥ୍ୟରେ ସୁଧାର ଆସିବ । ସହକର୍ମିମାନଙ୍କଠାରୁ ଲାଭ ମିଳିବ ।

ମିଥୁନ : ଆଜି ଆପଣଙ୍କ ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ସ୍ଵାସ୍ଥ୍ୟ ଭଲ ରହିବ । ଆର୍ଥିକ ଲାଭ ହେବ । ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ । ମିତ୍ରମାନଙ୍କ ପଛରେ ଖର୍ଚ୍ଚ ହେବାର ଆଶଂକା ଅଛି ।

କର୍କଟ : ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ । ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ । ଯାତ୍ରାରେ ଅସୁବିଧା ଆସିପାରେ । ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଂକା ଅଛି । ଧନ ଖର୍ଚ୍ଚ ହୋଇପାରେ ତଥା ଅପଯଶ ମିଳିବାର ଆଶଂକା ଅଛି ।

ସିଂହ : ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ । ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ । ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ । ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରଖିବେ ।

କନ୍ୟା : ଆଜି ବିନା ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ । ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୁବ ଭଲ ସମ୍ବନ୍ଧ ରହିବ । ଆର୍ଥିକ ଲାଭ ମଧ୍ୟ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା : ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ । ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ । ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ । ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥତା ଅନୁଭବ ଆପଣ କରିବେ । 

ବିଚ୍ଛା : ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ବାହନ ଚଲାଇବା ସମୟରେ ସାବଧାନ ରହିବେ। ଯଦି ଶରୀର ରେ କିଛି ଅପରେସନ ଅଛି ଆଜି ଟାଳି ଦିଅନ୍ତୁ ପରେ କରିବେ। ସ୍ନେହୀଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ବାଦ-ବିବାଦ ହେବାର ଆଶଂକା ଅଛି। କୋର୍ଟ-କଚେରୀ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ।

ଧନୁ : ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ । ସ୍ଵାସ୍ଥ୍ୟ ଖରାପ ହୋଇପାରେ । ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ । କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ । ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ ।

ମକର :ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି । ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ । ଭେଟ-ଉପହାର ମିଳିବାରୁ ଆନନ୍ଦିତ ହେବେ । ଅଗ୍ନି ଏବଂ ଜଳକ୍ଷେତ୍ରରୁ ସାବଧାନ ରୁହନ୍ତୁ । ଅଧିକାରୀ ପ୍ରସନ୍ନ ରହିବେ, ପ୍ରମୋସନର ସମ୍ଭାବନା ଅଛି । ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ । ମାନ ସମ୍ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ ।

କୁମ୍ଭ : ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ । ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ । ଗୃହସ୍ଥ ଜୀବନରେ ଆନନ୍ଦ ରହିବ । ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି ।

ମୀନ : ଆଜି ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ । ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ । ସ୍ଵାସ୍ଥ୍ୟ ଉପରେ ଆଜି ବିଶେଷ ଧ୍ୟାନ ଦିଅନ୍ତୁ । ଅଧିକ ଖର୍ଚ୍ଚ ହେବାର ଆଶଂକା ଅଛି । ପରିଜନମାନଙ୍କ ସହିତ ନିୟନ୍ତ୍ରଣ ରଖିବେ । ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଶୁଭ ଦିନ ଅଟେ । ସମ୍ବନ୍ଧିମାନଙ୍କ ଏବଂ ମିତ୍ରମାନଙ୍କ ସହିତ ସାକ୍ଷାତକରି ହେବ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର କାକଟପୁର
ଫୋନ : ୯୪୩୮୬୪୪୪୭

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୩୩/୦୯ ସୂର୍ଯ୍ୟଅସ୍ତ – ସଂଘ ୦୫/୫୬/୩୯ ରାହୁକାଳ – ଦିବା ଘ ୦୮/୩୯ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୫୭ ସୂର୍ଯ୍ୟଅସ୍ତ – ସଂଘ ୦୫/୫୭/୩୧ ରାହୁକାଳ – ଦିବା ଘ ୧୦/୧୨ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୪୪ ସୂର୍ଯ୍ୟଅସ୍ତ – ସଂଘ ୦୫/୫୮/୨୪ ରାହୁକାଳ – ଦିବା ଘ ୧/୧୮ ରୁ ଦିବା...
  • ଆଜିର ରାଶିଫଳ:ବୁଧବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫ ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ । ଆଜି ପାଣିକଖାରୁ...