ଆଜିର ରାଶିଫଳ:ଗୁରୁବାର

୦୩ ସେପ୍ଟେମ୍ବର ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର ।

ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୪୪
ସୂର୍ଯ୍ୟଅସ୍ତ – ସଂଘ ୦୫/୫୮/୨୪

ରାହୁକାଳ – ଦିବା ଘ ୧/୧୮ ରୁ ଦିବା ଘ ୦୨/୫୨ ମଧ୍ଯରେ ।

ଆଜି  ଭେଜିବାଇଗଣ ଖାଇବା ମନା

ଅମୃତବେଳା : ଦିଘ ୧୦/୪୮ ଗତେ ଦିନ ଘ ୧୨/୧୫ ମଧ୍ଯରେ, ଦିଘ   ୦୨/୨୭ ଗତେ ୦୪/୩୮ ମଧ୍ୟରେ

ସତର୍କତା -ରାତ୍ରି ଘ ୧୨/୪୦ ଗତେ ୨/୪/୬/୮/୧୧/୧୩/୧୫/୧୭/ ୨୦/୨୪/୨୬ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:ଆଜି ସକାଳୁ ସକାଳୁ ନୂତନ କର୍ମାରମ୍ଭ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁ ମିଳନ ପାଇଁ ଶୁଭ ସାବିତ୍‌ ହେବ । କିନ୍ତୁ ସାମୟିକ ଭାବରେ ସହକର୍ମୀଙ୍କ ସହ ମତାନ୍ତର କିମ୍ବା ମନାନ୍ତର ଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି । ଆତ୍ମୀୟ ମାନେ ଅସୁବିଧାରେ ପକାଇ ବାକୁ ଚେଷ୍ଟା କରି ପାରନ୍ତି ।

ବୃଷ:ଘରୋଇ କଳହକୁ ନେଇ ସାମୟିକ ଅଶାନ୍ତି ଲାଗିରହିବ ମାତ୍ର  ପରେ ସମାଧାନ ହୋଇଯିବ । ଆଜିର  ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । ଅନ୍ୟମାନଙ୍କୁ ସାମୟିକ ସହଯୋଗ ଦେଇ ପରୋକ୍ଷ ଭାବରେ ପ୍ରଶଂସିତ ହେବେ । ନୂତନ ଯାନବାହାନ, ଜମିଜମା, କ୍ରୟ,ବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ ।

ମିଥୁନ:ଯେତେ ସତର୍କତାର ସହ ଚଳିଲେ ମଧ୍ୟ ବନ୍ଧୁମାନଙ୍କ ପରୋକ୍ଷ ସମାଲୋଚନା ଜନିତ ମନ ଅସ୍ଥିର ରହିବ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ଭ୍ରମଣ ସୁଯୋଗ ପାଇବେ କିନ୍ତୁ ହୁଏତ ପରିସ୍ଥିତିବଶତଃ ଆପଣ ତାହାକୁ ଅସ୍ବୀକାର କରି ଦେଇ ପାରନ୍ତି । ସଭାସମିତି, ଜମିଜମା କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ ।

କର୍କଟ:ବାରମ୍ବାର ଭ୍ରମଣ ଜନିତ ସ୍ବାସ୍ଥ୍ୟ ସମସ୍ୟା ନିମ୍ନାଭିମୁଖୀ ହୋଇପାରେ । ଆଜି ଯେ କୌଣସି କାମ କରନ୍ତୁନା କାହିଁକି, ବିଶେଷ ଭାବେ ଖର୍ଚ୍ଚ କରିବାକୁ ପଡିପାରେ । ଇଚ୍ଛା ନ ଥାଇ ମଧ୍ୟ  ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତି ମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ ।

ସିଂହ: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର  ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୈାଶଳ କିଛି ମାତ୍ରାରେ ସାହାଯ୍ୟ କରିବ । ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ ।  ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ ।

କନ୍ୟା:କୌଣସି ବ୍ୟକ୍ତିଙ୍କୁ ପ୍ରତୀକ୍ଷା କରି କୈାଣସି କାମ ସହଜରେ ସମ୍ପନ୍ନ ହୋଇ ପାରିବ ନାହିଁ । ଗଠନ ମୂଳକ କିମ୍ବା ସାମୁହିକ କାମରେ  ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସଂପର୍କ ବୃଦ୍ଧି ପାଇବ । ଋଣ ସୂତ୍ରରେ ଅର୍ଥଲାଭ କରିବେ ମାତ୍ର  ସ୍ତ୍ରୀ ପ୍ରତିଦ୍ୱନ୍ଦୀ, ବାଣିଜ୍ୟ  ଓ ଯାତ୍ରା  ସଂପର୍କରେ ଚିନ୍ତା ବଢିବ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି ।

ତୁଳା:ପରିବାରର ଆବଶ୍ୟକତା ପୂରଣ ସକାଶେ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରିବେ । ସତର୍କତତା ଅଭାବରୁ ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି । ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି । ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି  କରିପାରିବେ ନାହିଁ । ପ୍ରକାଶନ, ପ୍ରଶାସନ, ନିର୍ମାଣ ଓ ପରିବହନ ପାଇଁ ଦିନଟି ଭଲ ।

ବିଛା:ଆଲୋଚନା ପରିସରରେ ପ୍ରିୟଜନଙ୍କ ସହ  ଏକ  ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ । ଆର୍ଥିକ ସ୍ଥିତି ପ୍ରାୟତଃ ଭଲ  ରହିବା ସହ ପରିବାରରେ  ବିବାଦୀୟ  ପରିସ୍ଥିତିର ଦୃଢ ମୁକାବିଲା କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ  ପଦକ୍ଷେପ ଗ୍ରହଣ କରିପାରନ୍ତି । ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ।

ଧନୁ:କର୍ମକ୍ଷେତ୍ରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ଆବଶ୍ୟକତା ପୂରଣରେ ସମସ୍ୟା ଜନିତ ଉନ୍ନୟନ ମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ସାମୟିକ  ଶାରୀରିକ ସୁସ୍ଥତା ମନୋବଳ ବୃଦ୍ଧିରେ ସହାୟକ ହେବ । ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ । ଅଫିସରେ କୈାଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ ।

ମକର:ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ  ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡିବ । ପରିବାର ଭିତରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ । ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପଡିବେ ।

କୁମ୍ଭ:ଆବଶ୍ୟକତା ପୂରଣ କ୍ଷେତ୍ରରେ ଅଭାବବୋଧ ଲାଗି ରହିବା କାରଣରୁ  ବ୍ୟସ୍ତତା   ବଢି ବଢି ଯିବ । ସ୍ତ୍ରୀ  କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ପ୍ରକାଶନ, ପ୍ରଶାସନ ଓ ପରିବହନରେ ସମସ୍ୟାର ସମାଧାନର ରାସ୍ତା ଖୋଲିଯିବ ।

ମୀନ:ପରିବାରର ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ବଢିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବାରେ  ସଫଳ ହେବେ ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର କାକଟପୁର
ଫୋନ- ୯୪୩୮୬୪୪୪୭୫

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୩୩/୦୯ ସୂର୍ଯ୍ୟଅସ୍ତ – ସଂଘ ୦୫/୫୬/୩୯ ରାହୁକାଳ – ଦିବା ଘ ୦୮/୩୯ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର ।  ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୫୭ ସୂର୍ଯ୍ୟଅସ୍ତ – ସଂଘ ୦୫/୫୭/୩୧ ରାହୁକାଳ – ଦିବା ଘ ୧୦/୧୨ ରୁ...
  • ଆଜିର ରାଶିଫଳ:ବୁଧବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ସୂର୍ଯ୍ୟଉଦୟ- ପ୍ରାଘ୦୫/୩୨/୩୧, ସୂର୍ଯ୍ୟଅସ୍ତ – ସଂଘ ୦୫/୫୯/୧୫ ଅଦ୍ୟ କର୍କଟରାଶିର ଘାତବାର୍ ରାହୁକାଳ – ଦିବା ଘ ୧୧/୪୬ ରୁ ଦିବା ଘ ୦୧/୧୯ ମଧ୍ଯରେ । ଆଜି ପାଣିକଖାରୁ...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ମକର ରାଶିର ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୩୨/୧୭ ସୂର୍ଯ୍ୟଅସ୍ତ – ସଂଘ ୦୬/୦୦/୦୭ ରାହୁକାଳ – ଦିବା ଘ ୦୨/୫୩ ରୁ ଦିବା ଘ ୦୪/୨୭...