ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଦ୍ୱାରା ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ

୩୫ ଟି ବହୁ ଲୋକପ୍ରିୟ ସଂଗୀତ ସ୍ଥାନ ପାଇଥିଲା

Share this:

 ଭୁବନେଶ୍ୱର :  ଅଷ୍ଟ୍ରେଲିଆର ଓଡ଼ିଆ ସମାଜ “ଓରିଓଜ ” ଦ୍ୱାରା  ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ କରାଯାଇଛି । “ଯାଯାବର ” ଶୀର୍ଷକ ଅନଲାଇନରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରବାଦ ପୁରୁଷ ଅକ୍ଷୟ ମହାନ୍ତି ଙ୍କର ୩୫ ଟି ବହୁ ଲୋକପ୍ରିୟ ସଂଗୀତ ସ୍ଥାନ ପାଇଥିଲା । “ଓରିଓଜ”ର ସାଂସ୍କୃତିକ କମିଟି ଦ୍ୱାରା ପ୍ରସ୍ତୁତ ଏହି ଅଭିନବ ଉପସ୍ଥାପନାରେ ଦ୍ବୀପ ମହାଦେଶ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଗୀତ ଗୁଡିକ ଜରିଆରେ ଭାଗ ନେଇଥିଲେ । ଓଡ଼ିଶାର ଚାଲିଚଳନ, ଲୋକକଥା ଏବଂ ପର୍ବ ପର୍ବାଣୀ କୁ ଆଧାରକରି ଖୋକାଭାଇଙ୍କ ଦ୍ୱାରା ସଂରଚିତ ଓ ପରିବେଷିତ ଏହି “ମାଇଲଷ୍ଟୋନ” ସଂଗୀତ ଗୁଡିକୁ “ଓରିଓଜ”ର କଳାକାରମାନେ ଯେଭଳି ଜୀବନ୍ତ , ଅବିକଳ ଓ ପ୍ରାଞ୍ଜଳ ଭାବରେ ଅବତାରଣା କରିଥିଲେ ତାହା ଅଷ୍ଟ୍ରେଲିଆ , ଆମେରିକା , ୟୁକେ , ଭାରତ ତଥା ବିଶ୍ୱଭରି ଓଡ଼ିଆ ଶ୍ରୋତା ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ଦୀର୍ଘ ତିନି ଘଣ୍ଟାର ଏହି ମନୋରଞ୍ଜକ ତଥା ମନୋରମ ଇଣ୍ଟରନେଟ ସଂଗୀତ ସନ୍ଧ୍ୟାକୁ ସୁପରିଚାଳନା କରିବାରେ “ଓରିଓଜ’ର ସାଂସ୍କୃତିକ ସମ୍ପାଦକ ସୁଲିପ୍ତା ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏବେ ଭୁବନେଶ୍ୱର ଗସ୍ତରେ ଥିବା “ଓରିଓଜ”ର ସଭାପତି ଡ଼.ନଳିନୀ ପତି ଏହି ୱେବ ସମାବେଶକୁ ସମ୍ବୋଧନ କରି ଓଡ଼ିଶାରୁ ବହୁ ଦୂରରେ ସୁଦୂର ଅଷ୍ଟ୍ରେଲିଆରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କର ମାତୃପ୍ରଦେଶ ସହିତ ସାଂସ୍କୃତିକ , ସାମାଜିକ ଓ ଭାବଗତ ସମ୍ପର୍କକୁ ବଜାୟ ରଖିଛନ୍ତି ଓ ନିଜର ଭାଷା , ସଂସ୍କୃତି , ଐତିହ୍ୟ ତଥା ପରମ୍ପରା ପ୍ରତି ସଦା ସର୍ବଦା ସଜାଗ ରହିଥିବା ବିଷୟ ଅକ୍ଷୟ ମହାନ୍ତି ସନ୍ଧ୍ୟାର ଅଭୂତପୂର୍ବ ଲୋକପ୍ରିୟତାରୁ ପ୍ରମାଣିତ ହୋଇଥିବା ଦର୍ଶାଇଥିଲେ ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY