ଅଜିତ ଦାସ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଜଣେ ବହୁମୁଖୀ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଅଭୁଲା ସ୍ମୃତି ଛାଡ଼ି ଯାଇଛନ୍ତି:ମୁଖ୍ୟମନ୍ତ୍ରୀ

ଓଡ଼ିଶା ବଳକା ବଜେଟ୍‌ ସହ ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ନିଟ୍‌ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତଙ୍କ ସଫଳତା କାମନା କରିବା ସହ  ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ବୋଲି କହିଛନ୍ତି ।  ମୁଖ୍ୟମନ୍ତ୍ରୀ ମୋତିଲାଲ୍‌ ଓସ୍‌ୱାଲ୍‌ ଲିମିଟେଡ୍‌ ପକ୍ଷରୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଓଡ଼ିଶା ବଳକା ବଜେଟ୍‌ ସହ ବିତ୍ତୀୟ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଉଭା ହୋଇଥିବାରୁ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ଧରି ନିରନ୍ତର ଦୃଷ୍ଟାନ୍ତମୂଳକ ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ, ଓଡ଼ିଶାକୁ ଦେଶର ଏକ ସ୍ଥିର ଅର୍ଥବ୍ୟବସ୍ଥା ପ୍ରଦାନକାରୀ ରାଜ୍ୟ ଭାବରେ ସ୍ଥାନ ଦେଇଛି । ମୁଖ୍ୟମନ୍ତ୍ରୀ କୋଭିଡ୍‌ ବିରୋଧୀ ସଂଗ୍ରାମକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଣବସ୍ତି ଅଞ୍ଚଳରେ ବଡ ଧରଣର ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଚାଲୁ ରହିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଏହି ସ୍ୱାସ୍ଥ୍ୟ ଯାଞ୍ଚକାରୀ ଦଳ ଜନସାଧାରଣଙ୍କଠାରୁ କୋଭିଡ୍‌ ଲକ୍ଷଣ ଓ ଗସ୍ତ ଇତିହାସ ସଂପର୍କିତ ସୂଚନା ସଂଗ୍ରହ କରୁଛନ୍ତି ବୋଲି ସେ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ବର୍ଷୀୟାନ୍‌ ଓଡ଼ିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଅଜିତ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଅଜିତ ଦାସଙ୍କୁ ଜଣେ ପ୍ରତିଭାଶାଳୀ ବ୍ୟକ୍ତି ଭାବେ ବର୍ଣ୍ଣନା କରବା ସହ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ଜଣେ ବହୁମୁଖୀ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଅଭୁଲା ସ୍ମୃତି ଛାଡ଼ି ଯାଇଛନ୍ତି । ଉତ୍କଳ ସଂଗୀତ ମହାବିଦ୍ୟାଳୟର ଡ୍ରାମା ବିଭାଗର ପ୍ରାକ୍ତନ ମୁଖ୍ୟ ଅଜିତ ଦାସଙ୍କ ବିୟୋଗ ଓଡ଼ିଆ ଚଳିଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଅଜିତ ଦାସ ଓଡ଼ିଶାର ଅଗଣିତ ସିନେପ୍ରେମୀମାନଙ୍କ ହୃଦୟରେ ବଞ୍ଚିରହିବେ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଶାକୁ ଫେରି ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ଶେଷ କରିଥିବା ପ୍ରବାସୀମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୧୩୩ କୋଟି ୪୪ ଲକ୍ଷ ୭୪ ହଜାର ଟଙ୍କା ପ୍ରଦାନ କରାଯାଇ ସାରିଛି । ଏହି ସମସ୍ତ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଭରଣା କରାଯାଉଛି ।

 

RELATED BY