୨୪ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତି ଜିଲ୍ଲା ଓ ବ୍ଳକସ୍ତରରେ ଧାରଣା

କେନ୍ଦ୍ର ବିଜେପି ସରକାରର କଳା କୃଷି ବିଧେୟକ ବିଲ୍‌ର ତୁରନ୍ତ ପ୍ରତ୍ୟାହାର ପାଇଁ

Share this:

ଭୁବନେଶ୍ୱର: କେନ୍ଦ୍ର ସରକାର ଚାଷୀଙ୍କଠାରୁ ସିଧାସଳଖ ଉତ୍ପାଦିତ କୃଷିଜାତ ଦ୍ରବ୍ୟ କ୍ରୟ କରିବା ପାଇଁ ବର୍ତ୍ତମାନ ସମର୍ଥ ନଥିବା ପରି କୃଷି ବିଧେୟକ ବିଲ୍‌ରୁ ସ୍ପଷ୍ଟ ପ୍ରମାଣିତ ହେଉଛି । କୃଷି ଭିତ୍ତିଭୂମିର ଅଭିବୃଦ୍ଧି ପାଇଁ ବ୍ୟବସ୍ଥା ନଥିବା ଏପରିକି ସଶକ୍ତ ଗୋଦାମଘର, ସଂଗ୍ରହଣ ଓ ସଂରକ୍ଷଣ ବ୍ୟବସ୍ଥା ଓ କୁଶଳୀ ଓ ଅଣକୁଶଳୀ କର୍ମଚାରୀଙ୍କୁ ସରକାର ବେତନ ଦେବା ପାଇଁ ଅସମର୍ଥ ଥିବାରୁ ଚାଷୀଙ୍କ ପାଖରେ ଏହି ସରକାର ଏହାର ଉତ୍ତରଦାୟୀ ରହିବାକୁ ଆଉ କୌଣସି ବାଟ ନପାଇ ଦେଶର ଅନ୍ନଦାତାଙ୍କୁ ନେଇ କର୍ପୋରେଟ୍ ହାଉସ୍ ପାଖରେ ବନ୍ଧା ପକାଇବାକୁ ଷଡ଼ଯନ୍ତ୍ର କରିଛନ୍ତି । ଯଦ୍ୱାରା ନିକଟରେ ଲୋକସଭା ଓ ରାଜ୍ୟସଭାରେ ଯେଉଁ କୃଷି ବିଧେୟକ ବିଲ୍ ବିରୋଧୀଙ୍କ ମତାମତକୁ ଉପେକ୍ଷାକରି ଗଭୀର ବିଚାର ବିମର୍ଶ କରା ନ ଯାଇ ବହୁମତ ଥିବା ବିଜେପି ସରକାର ଏହାକୁ ଏକତରଫା ଭାବେ ଗୃହରେ ପାରିତ କରିଛନ୍ତି ଏହା ସମ୍ପୁର୍ଣ୍ଣ କୃଷକମାରଣ ନୀତିର ଏକ ନିଚ୍ଛକ ନମୁନା ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ଏହି ବିଲ୍ କାର୍ଯ୍ୟକାରୀ ହେଲେ ବହୁ କମ୍ପାନୀ ତଥା କର୍ପୋରେଟ୍ ହାଉସ୍ ଲାଭବାନ ହେବେ । ଚାଷୀ ହେବେ କୃଷିଶ୍ରମିକ । ବୃହତ୍ତ କମ୍ପାନୀଗୁଡ଼ିକ ଠିକା ନାମରେ କୃଷକମାନଙ୍କୁ ଶୋଷଣ କରିବେ । କୃଷକମାନଙ୍କ ଜମି ପୁଞ୍ଜିପତିମାନେ ନେବେ, ଧୀରେ ଧୀରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ହେବ ଉଚ୍ଛେଦ, ମଣ୍ଡି ବ୍ୟବସ୍ଥାରେ ପଡ଼ିବ ପୂର୍ଣ୍ଣଚ୍ଛେଦ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ବିଶେଷ ପ୍ରଭାବିତ ହେବେ । ତେଣୁ ଏହି କଳାବିଲ୍‌କୁ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକ୍ରମରେ ସାମିଲ ରହି ପିସିସି କିଷାନ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ପାଇଁ ଆସନ୍ତା ୨୪ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତି ଜିଲ୍ଲା ଓ ବ୍ଳକସ୍ତରରେ ଧାରଣା, ଏହି କଳା ବିଲ୍ ବିରୋଧରେ ଦେଶର୨୫୦ଗୋଟି କୃଷକ ସଂଗଠନ ଏକାଠି ହୋଇ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ଯେଉଁ ପ୍ରତିରୋଧ ବନ୍ଦ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି ଏଥିରେ କିଷାନ କଂଗ୍ରେସର ବ୍ଳକ, ଜିଲ୍ଲା ଓ ରାଜ୍ୟସ୍ତରର କର୍ମକର୍ତ୍ତାମାନେ ସାମିଲ ହୋଇ ଆନ୍ଦୋଳନକୁ ସଫଳ କରିବା, କଳାବିଲ୍‌ର ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀ ଦସ୍ତଖତ ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରାଯିବ ବୋଲି   ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY