ଇ – ନୂଆଖାଇରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ

ଗ୍ଲୋବାଲ  ୱେଷ୍ଟର୍ଣ୍ଣ ଓଡ଼ିଶାର 

Share this:

ମାଞ୍ଚେଷ୍ଟର / ଦୁବାଇ/ ବେଙ୍ଗାଳୁରୁ / ନୂଆଦିଲ୍ଲୀ : ଗ୍ଲୋବାଲ  ୱେଷ୍ଟର୍ଣ୍ଣ ଓଡ଼ିଶା ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଆନ୍ତର୍ଜାତିକ ଇ – ନୂଆଖାଇ ମହୋତ୍ସବ ଅବସରରେ ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ଦେଖିବାକୁ ମିଳିଥିଲା । “ନୂଆଖାଇ ଭେଟଘାଟ – ୨୦୨୦” ଶୀର୍ଷକ ଏହି ଇଣ୍ଟରନେଟ ସମାରୋହ ରେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ସୁନାମ ଧନ୍ୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଆନିମେସନ ଜରିଆରେ ତାଙ୍କର ଅପୂର୍ବ କଳା ପ୍ରଦର୍ଶନ କରି ଥିଲେ । ଅନଲାଇନ ସାଂସ୍କୃତିକ ଅଧିବେଶନର ଅନ୍ୟାନ୍ୟ ବିଶେଷ ଆକର୍ଷଣ ମଧ୍ୟରେ ପ୍ରଭାସ ପତି, ସୋନାଲିକା ମିଶ୍ର, ଅର୍ଚ୍ଚନା ପାଢ଼ୀ, ଶାଶ୍ୱତ  ତ୍ରିପାଠୀ, ସଞ୍ଜନା ମେହର, ନୀଳାଞ୍ଚଳ ପାନ, ପ୍ରଜ୍ୱଳ ଷଡ଼ଙ୍ଗୀ, ସୁମି ପୁଜାହାରୀ, କାବେରୀ ପ୍ରିୟଦର୍ଶିନୀ, ପଦ୍ମିନୀ ପାଣିଗ୍ରାହୀ, ସୁବ୍ରତ ସାହୁ, ସୁଶ୍ରୀ ରଶ୍ମି, ଅଭିଜୀତ ପାଢ଼ୀ ଓ ଜୟପ୍ରକାଶ ପୁଜାହାରୀ ପ୍ରମୁଖଙ୍କର ମନଲୋଭା ସଙ୍ଗୀତ ପରିବେଷଣ, ପୀତମ ମିଶ୍ର ଓ ସାଥୀ, ସ୍ୱପ୍ନା ମେହର ଓ ଟିମ୍ ଙ୍କର ଅର୍କେଷ୍ଟ୍ରା ମେଲୋଡି ପ୍ରସ୍ତୁତି, କଳାଜୀବି ବରଗଡ଼,ଯାଇପାଟଣା ର ରିଦିମ ଟିମ୍, ଜାୟା ଯୋଶୀ, ଆଭାରାଣୀ ସାହୁ, ଅଦ୍ଭୁତ ଶିଶୁ ଶ୍ରୀନିକାଙ୍କ  ଦ୍ୱାରା ମନୋରଞ୍ଜକ ଓ ମନମୁଗ୍ଧକର ନୃତ୍ୟ ପ୍ରଦର୍ଶନ ଆଦି ଅନ୍ତର୍ଭୁକ୍ତ ଥିଲା ।  ସମଗ୍ର ଆୟୋଜନ ଗ୍ଲୋଓର ସଭାପତି ଆଶୁତୋଷ ଦାସ, ସାଧାରଣ ସମ୍ପାଦକ ସତ୍ୟେନ୍ଦ୍ର ନାଥ ପଣ୍ଡା, ଆନ୍ତର୍ଜାତିକ ଉପଦେଷ୍ଟା ପ୍ରିତୀଶ ଦାଶ, ସନ୍ତୋଷ ମିଶ୍ର ଓ ବରିଷ୍ଠ ସଦସ୍ୟ ଗଜେନ୍ଦ୍ର ସାହୁ ପ୍ରମୁଖଙ୍କର ସକ୍ରିୟ ତଥା ସୁଦକ୍ଷ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଜାଗୃତି ରଥଙ୍କ ଦ୍ୱାରା ଡିଜିଟାଲ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକର ସୁନ୍ଦର, ସାବଲୀଳ ଓ  ସୁଚାରୁ ରୂପେ ଉପସ୍ଥାପନା, ଦର୍ଶକ ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ଚେନ୍ନାଇରୁ ସିଦ୍ଧାର୍ଥ ବାବୁ କଣ୍ଟ୍ରୋଲ ରୁମକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ । ୱେବ ଉତ୍ସବକୁ ପରିଚାଳନା କରିବାରେ ଗ୍ଲୋଓ ର ଉପସଭାପତି ମୋହିତ ମିଶ୍ର, ସଂଜୀବ ନନ୍ଦ , ଯୁଗ୍ମ ସମ୍ପାଦକ ସୀମିତା ଷଡ଼ଙ୍ଗୀ, ଅଜିତ ପତି, କୋଷାଧ୍ୟକ୍ଷ ରମାକାନ୍ତ ସାହୁ କାର୍ଯ୍ୟକାରୀ କମିଟି ସଦସ୍ୟ ମମତା ପ୍ରଧାନ ନାୟକ, ରଜନୀ ଭରଦ୍ୱାଜ, ରଜତ ରାଜ ପାଣିଗ୍ରାହୀ ଏବଂ ସୂର୍ଯ୍ୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

RELATED BY