ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ହେଲେ

ଓଡିଶାରୁ ୪ ଜଣଙ୍କୁ ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ସ୍ଥାନ ମିଳିଥିବାରୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

Share this:

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଅନୁମୋଦକ୍ରମେ ଶନିବାର ଦିନ ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି । ନୂତନ ପଦାଧିକାରୀ ତାଲିକା ଅନୁଯାୟୀ ରାଷ୍ଟ୍ରୀୟ ଉପସଭାପତି ଭାବେ ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ଭାବେ ସାଂସଦ ଇଂ.ବିଶେଷ୍ୱର ଟୁଡୁ, ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଡ.ସମ୍ବିତ ପାତ୍ର ଏବଂ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ତାଲିକାରେ ୪ ଜଣ ଓଡିଆଙ୍କୁ ସ୍ଥାନ ମିଳିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଭାରତୀୟ ଜନତା ପାର୍ଟୀ ଓଡିଶାକୁ ସର୍ବଦା ଗୁରୁତ୍ୱ ପ୍ରଦାନ କରି ଆସୁଛି ଏବଂ ଏହା ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓଡିଶାର ୪ ଜଣ ନବନିଯୁକ୍ତ ପଦାଧିକାରୀଙ୍କ ସମେତ ସମସ୍ତ ନୂତନ ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY