ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ଼ ସୃଷ୍ଟି ହୋଇଛି

ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାରେ

Share this:

ଭୁବନେଶ୍ୱର : ଶିଳ୍ପାଞ୍ଚଳ ଭାବେ ପରିଚିତ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି । ବିନା କୈାଣସି ଅନୁମତିରେ ଜିଲ୍ଲାର ବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେ ଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି । ଏହା ଦ୍ୱାରା ପାନୀୟ ଜଳ, ପରିବେଶ ଆଦି ପ୍ରଭାବିତ ହୋଇ ସ୍ଥାନୀୟବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଅତି ଗୁରୁତର ହେବା ସହ ବିପଦରେ ପଡିଛି । ଏପରିକି ଚାଷଜମିରେ ବିଷାକ୍ତ ପାଉଁଶପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି । ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା, ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ଅଛନ୍ତି । ଏହି ସଂକ୍ରାନ୍ତରେ ସୋମବାର ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ନେତୃତ୍ୱରେ ଚଳିତ ମାସ ୯ ଏବଂ ୧୩ ତାରିଖ ଦିନ ଉଭୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାଉଁଶ ଗଦା ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ନିରୀକ୍ଷଣ କରିବା ସହ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଏକ ସବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଏହି ପ୍ରତିନିଧି ଦଳ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଉଭୟ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୂଷଣ ପାୱାର ଓ ଷ୍ଟିଲ୍‌, ସମଲେଶ୍ୱରୀ ସ୍ପଞ୍ଜ, ବିରାଜ ଷ୍ଟିଲ୍‌ଆଦି କଂପାନୀରୁ ନିର୍ଗତ ହେଉଥିବା ଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀ ଆଇନ ଓ ନୀତିନିୟମକୁ ଉଲ୍ଲଂଘନ କରି ଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲ ଜମିରେ କୃତ୍ରିମ ପାହାଡ ସଦୃଶ ଗଦା କରାଯାଇଛି । ଏହା ଦ୍ୱାରା ପରିବେଶ ପ୍ରଦୁଷଣ ହେବା ସହ ପାଉଁଶ ପାଣି ମାଡି ଯାଇ ଚାଷଜମି, ପୋଖରୀ, ନଦୀ ଆଦି ମଧ୍ୟ ପ୍ରଦୁଷିତ ହେଉଛି । ପ୍ରଦୁଷିତ ଓ ବିଷାକ୍ତ ପାନୀୟ ଜଳ କାରଣରୁ ନିରୀହ ଓ ଜନସାଧାରଣଙ୍କ ଜୀବନ ଓ ସ୍ୱାସ୍ଥ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ଏପରିକି ନିର୍ଗତ ବିଷାକ୍ତ ପାଉଁଶ ପାଣି ହୀରାକୁଦ ଜଳଭଣ୍ଡାରରେ ମିଶିବା କାରଣରୁ ମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ପ୍ରତିନିଧର ଦଳ ଜଣାଇଛି । ସେହିପରି କଂପାନୀରୁ ଡମ୍ପିଙ୍ଗ୍ ୟାର୍ଡକୁ ଟ୍ୟାଙ୍କର ଦ୍ୱାରା ପାଉଁଶ ନିଆଯିବାର ଆଇନ ଥିବା ସତ୍ୱେ ପରିବହନକାରୀ ଠିକା ସଂସ୍ଥାଗୁଡିକ ସମସ୍ତ ଆଇନକାନୁନକୁ ଖୋଲାଖୋଲି ଉଲ୍ଲଂଘନ କରି ଖୋଲା ଟ୍ରକ ଏବଂ ହାଇୱା ଦ୍ୱାରା ଅଧିକ ପରିମାଣର ପାଉଁଶ ନିଆଯାଉଥିବା କାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୁଷିତ ହେଉଛି । ଗତ ୧୨ ତାରିଖ ଦିନ ବେଦାନ୍ତ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟର ଏବଂ କୋର୍ଟ ପଛ ପାଶ୍ୱର୍ସ୍ଥିତ ପଞ୍ଚପଡ଼ା ଡମ୍ପିଙ୍ଗ୍ ୟାର୍ଡ ନିକଟସ୍ଥ କପୁମାଲ ନାଳରେ ମିଶି ପ୍ରଭାହିତ ପାଣିକୁ ଦୁଷିତ ହୋଇଥିଲା । ପିଏଚଡି ଦ୍ୱାରା ଏହି ଦୁଷିତ ଓ ବିଷାକ୍ତ ପାଣିକୁ ଝାରସୁଗୁଡା ସହର ଭିତର ଅନେକାଞ୍ଚଳକୁ ପାନୀୟ ଜଳ ଯୋଗାଣ କରାଯାଇଥିବା କାରଣରୁ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଛି ବୋଲି ମୁଖ୍ୟ ଶାସନସଚିବଙ୍କୁ ଦାବୀ କରାଯାଇଛି ।  ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟ ଭିତରେ ଗତି କରୁଛି । ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରିତୀର ପରିଚୟ ଅଟେ ।  ରାଜ୍ୟ ସରକାର ତୁରନ୍ତ ଏଭଳି ଗୁରୁତର ସଂକଟର ସମସ୍ୟା ପାଇଁ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଦାବୀ କରାଯାଇଛି । ଏହି ଅବସରରେ ବିଧାୟକ ମୋହନ ମାଝୀ, ନାଉରୀ ନାଏକ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ସୁବାଷ ପାଣିଗ୍ରାହୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ,ପ୍ରକାଶ ସୋରେନ, ସୁକାନ୍ତ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ ।ସେହିପରି ବର୍ତମାନ କୋଭିଡ-୧୯ କଟକଣା ଥିବା ସତ୍ୱେ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ଦିନ ବେଦାନ୍ତ କଂପାନୀର ପାଉଁଶ ଗଦାସ୍ଥଳୀ ବୃଦ୍ଧି ସକାଶେ ଆବଶ୍ୟକୀୟ ଜମିଗ୍ରହଣ ପାଇଁ ଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ବର୍ତମାନ ସମୟରେ ଏହା ବାସ୍ତବ ପକ୍ଷେ ଅସମ୍ଭବ ଥିବା କାରଣରୁ ଧାର୍ଯ୍ୟ ଦିନ ଘୁଞ୍ଚାଇବାକୁ ବିଜପେି ସୋମବାର ଦିନ ପ୍ରଦୁଷଣ ନିୟନ୍ତ୍ରଣ ରାଜ୍ୟ ମୁଖ୍ୟଙ୍କୁ ଅନୁରୋଧ କରିଛି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକ, ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏହି ପ୍ରସଙ୍ଗରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY