ଓଡ଼ିଆକୁ ଭଲପାଆନ୍ତି, ଓଡ଼ିଆ ବୁଝନ୍ତି, ଓଡ଼ିଆ ଖାଦ୍ୟ ପସନ୍ଦ କରନ୍ତି:ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ

ଅଖିଳ ଭାରତ କଂଗ୍ରେସ କମିଟିର

Share this:

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟିର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ ଏକ ଟିଭି ଡିବେଟ୍‌ରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଯିଏକି ଜଣେ ଓଡ଼ିଆଙ୍କୁ ୫ଟ୍ରିଲିୟନରେ କେତୋଟି ଶୂନ ଅଛି ବୋଲି ପ୍ରଶ୍ନ ପଚାରିଥିଲେ । ଏହାର ଉତର ବିଜେପିର ମୁଖପାତ୍ର ଦେଇ ପାରିନଥିଲେ । ଏହି ଭିଡ଼ିଓଟି ପରବର୍ତୀ ସମୟରେ ବହୁ ପରିମାଣରେ ଭାଇରାଲ ହୋଇ ଚର୍ଚ୍ଚିତ ହୋଇଥିଲେ ଶ୍ରୀ ବଲ୍ଲଭ । ରବିବାର ଦିନ ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଦ୍ୱାରା ପ୍ରାୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମ ଜରିଆରେ ସିଧାସଳଖ ଆଲୋଚନା କରିଥିଲେ ଶ୍ରୀ ଗୌରବ ବଲ୍ଲଭ । ଓଡ଼ିଶାର ସାମଜିକ ଗଣମାଧ୍ୟମର କର୍ମକର୍ତା ଓ କଂଗ୍ରେସ କର୍ମୀଙ୍କୁ ସୋସିଆଲ ମିଡିଆରେ କଂଗ୍ରେସ ପାଇଁ ଲଢ଼େଇ କରିବା ଦରକାର କିନ୍ତୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସବୁ ମିଛକୁ ନେଇ ତାଙ୍କ ସହିତ ଯୁକ୍ତି କରିବା ପରିବେର୍ତ କେବଳ ସତ୍ୟ ଉପରେ ଆଧାରିତ ତାଙ୍କ ବିଫଳତାକୁ ନେଇ ପ୍ରଶ୍ନ ପଚାରି ତାଙ୍କୁ ଘେରିବା ଦରକାର ବୋଲି ଶ୍ରୀ ବଲ୍ଲଭ କହିଥିଲେ । ଶ୍ରୀ ବଲ୍ଲଭଙ୍କୁ ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଥିବାବେଳେ ଅଧ୍ୟକ୍ଷତା କରିଥିଲେ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ । ଶ୍ରୀ ଗୌରବ ବଲ୍ଲଭ ଜାମସେଦପୁର ଏକ୍ସଏଲଆରଆଇ ଇନଷ୍ଟଚ୍ୟୁଟରେ ପ୍ରଫେସର ଥିବାବେଳେ ସେଥିରେ ଅଧିକାଂଶ କର୍ମଚାରୀ ଓଡ଼ିଆ ଥିଲେ । ଏବଂ ଯେଉଁ ଫ୍ଲାଟରେ ରହୁଥିଲେ ସେଥିରେ ମଧ୍ୟ ୯୦ଭାଗ ଓଡ଼ିଆଲୋକ ରହୁଥିଲେ । ତେଣୁ ସେ ଓଡ଼ିଆକୁ ଭଲପାଆନ୍ତି, ଓଡ଼ିଆ ବୁଝନ୍ତି, ଓଡ଼ିଆ ଖାଦ୍ୟ ପସନ୍ଦ କରନ୍ତି । ସେଥିପାଇଁ ଶ୍ରୀ ବଲ୍ଲଭ ପ୍ରାରମ୍ଭରେ ନିଜର ବକ୍ତବ୍ୟ ଜୟଜଗନ୍ନାଥ କହି ଆପଣମାନେ କେମିତି ଅଛନ୍ତି ବୋଲି କହିଥିଲେ । ଏହି କରୋନା ମହାମାରୀ ସମୟରେ ର‌୍ୟାଲି, ଧାରଣା ନିଶିଧ ଥିଲାବେଳେ ସୋସିଆଲ ମିଡ଼ିଆହିଁ ଏକମାତ୍ର (ହ୍ୱାର୍ଟସଅପ, ଫେସବୁକ, ଟ୍ୟୁଟର, ୟୁଟ୍ୟୁବ, ଇନଷ୍ଟାଗ୍ରାମ) ମାଧ୍ୟମ ଯାହାକି ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନ ପଚାରି ଘେରିବାପାଇଁ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ପିସିସି ସୋସିଲା ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, କେନ୍ଦ୍ର ସୋସିଆଲ ମିଡିଆ ସଂଯୋକ ବିପିନ ଯାଦବ, ବିନୟ ଦୋକାନିୟା, ସତ୍ୟବ୍ରତ ଗୁରୁ, ଚେତନ ମିଶ୍ର, ଚନ୍ଦନ ରାୟ, ବିଶ୍ୱନାଥ ଦାସ, ମୁକେଶ ଅଗ୍ରୱାଲ,ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥତ ରହି ପ୍ରଶ୍ନ ପଚାରିଥିଲେ । ଏଠାରେ ସୂଚାଇ ଦେଉଛୁକି ଏହା ସୋସିଆଲ ମିଡ଼ିଆର ତୃତୀୟ ଅନ୍‌ଲାଇନ କାର୍ଯ୍ୟକ୍ରମ । ପ୍ରଥମ ଅନଲାଇନ କାର୍ଯ୍ୟକ୍ରମରେ ବକ୍ସର ବିଜେନ୍ଦ୍ର ସିଂହ ଅତିଥି ଭାବରେ ଯୋଗଦେଇଥିଲେ । ସେହିପିର ଦ୍ୱିତୀୟ କାର୍ଯ୍ୟକ୍ରମରେ ଏଆଇସିସିର ମୁଖପାତ୍ର ପୱନ ଖେରାର ଅତିଥିଭାବରେ ଯୋଗଦେଇଥିଲେ ଯାହାକି ପରବର୍ତୀ କାର୍ଯ୍ୟକ୍ରମ କରିବା ପାଇଁ ସୋସିଆଲ ମିଡ଼ିଆ ଟିମ୍‌କୁ ଉତ୍ସାହିତ କରିଥିଲା । ଏହିପରି କାର୍ଯ୍ୟକ୍ରମ ବା ଅଧିବେଶନ ଗୁଡ଼ିକ ଓଡ଼ିଶା କଂଗ୍ରେସର ସୋସିଆଲ ମିଡ଼ିଆ ଦ୍ୱାରା ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସାଧାରଣ ସଂପାଦକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ଯୋଗେ ଜଣାଇଛନ୍ତି । 

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY