ପ୍ରତ୍ୟାବର୍ତ୍ତନ ଏକ ଅଧୂରା ପ୍ରେମର

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

Share this:

ଦୁଇଟି ମନ ଓ ହୃଦୟର ମିଳନରେ ଏକ ଅଜଣା ସଂପର୍କ ସୃଷ୍ଟି ହୁଏ ଏବଂ ତାହା କ୍ରମେ ପ୍ରେମରେ ପରିଣତ ହୁଏ । ସେହି ପ୍ରେମ ଦେହରେ ଏକ ନୂତନ ଆନନ୍ଦର ଶିହରଣ ସୃଷ୍ଟି କରେ । କିନ୍ତୁ କେତେକ ପ୍ରେମର ସଂପୂର୍ଣ୍ଣ ମିଳନ ହେବା ପୂର୍ବରୁ ତାହା ବିଚ୍ଛିନ୍ନ ହୋଇଯାଏ ଯାହା କେବେ ସେମାନେ କଳ୍ପନା କରିପାରିନଥିବେ । ଭଗବାନଙ୍କର ଏହା ଏକ ବିଚିତ୍ର ଲୀଳା । କିନ୍ତୁ ସମୟର ବ୍ୟବଧାନରେ ପୁନର୍ବାର ସେହି ବିଚ୍ଛିନ୍ନ ହୋଇଯାଇଥିବା ପ୍ରେମ ଦୁଇଟି ହୃଦୟ ଓ ଆତ୍ମାର ମିଳନ ପାଇଁ, ହୃଦୟର ଦୁଃଖର ଅବସାନ ପାଇଁ ଓ ନୂତନ ପ୍ରେମର ପୁର୍ନମିଳନ ପାଇଁ ଫେରିଆସେ, ଏହା ବିସ୍ମୟକର ହୋଇଥାଏ । ସେଦିନ ତୁଷାର ଅପରାହ୍ନରେ ବିଶ୍ରାମ ନେଉଥିଲେ । ହଠାତ୍ ତାଙ୍କର ମୋବାଇଲରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା ଏବଂ ଅପରପଟରୁ ଏକ ତରୁଣୀର କଣ୍ଠସ୍ୱର ଶୁଭାଯାଇଥିଲା । ସେ କହୁଥିଲା, ନମସ୍କାର ତୁଷାରବାବୁ, ମତେ ଚିହ୍ନି ପାରୁଛନ୍ତି? କହିଲେ ମୁଁ କିଏ? କଣ୍ଠସ୍ୱରରୁ ଦୋଦୋଚିହ୍ନା ହୋଇ ତୁଷାର କହିଥିଲେ, ତୁମେ କ’ଣ ନମିତା କହୁଛ? ସେ କହିଥିଲା, ହଁ ମୁଁ ନମିତା କହୁଛି । ଯାହା ହେଉ ଏତେ ବର୍ଷ ବ୍ୟବଧାନ ପରେ ବି ଆପଣ ମତେ ମନେ ରଖିଛନ୍ତି, କ’ଣ କରିବି, ଆଜି ହଠାତ୍ ଆପଣଙ୍କ କଥା ମୋର ଖୁବ୍ ମନେ ପଡ଼ିଲା, ଏବଂ ଅପାଣଙ୍କ ନମ୍ବର ମୋର ମନେ ଥିଲା, ତେଣୁ ଆପଣଙ୍କୁ ମୁଁ କଲ୍ କଲି । ତୁଷାର ଭାବୁଥିଲେ ନନ୍ଦିତା ସହ ତାଙ୍କ ବିଚ୍ଛେଦର ପ୍ରାୟ ଦଶ ବର୍ଷ ବିତିଯାଇଛି । ନମିତାକୁ ସେ ଭଲ ପାଇ ବସିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ନମିତା କହୁଥିଲା, ମୁଁ ଜୀବନରେ କେବଳ ଆପଣଙ୍କୁ ପାଇବାକୁ ଚାହେଁ, ମୁଁ ବିବାହ ନ କରିପାରେ ଏବଂ ଚାକିରୀ କରି ଯେଉଁଠି ରହିବି, ସେଠାକୁ ଆପଣ ଆସିବେ, ଆମର ପ୍ରେମ ସାର୍ଥକ ହେବ । ପରିସ୍ଥିତି ଦୃଷ୍ଟିରୁ ଆପଣଙ୍କ ସହ ମୋର ବିବାହ ସମ୍ଭବ ନୁହେଁ । ଆପଣ ଅମା ଘରକୁ ଆସୁଥିଲେ ମଧ୍ୟ ମୋର ପିତାମାତା ଆପଣଙ୍କୁ କେବେ ସନ୍ଦେହ କରନ୍ତି ନାହିଁ । ମୁଁ ଆପଣଙ୍କ ସମୀପରେ ବସେ, କଥା ହୁଏ, ଆପଣଙ୍କ ସାନିଦ୍ଧୟ ମତେ ବହୁତ ତୃପ୍ତି ଦିଏ । ମୁଁ କଲେଜରୁ ଫେରିବା ପର୍ଯ୍ୟନ୍ତ ଆପଣ ମତେ ଅପେକ୍ଷା କରି ରହିଥାନ୍ତି । ସମସ୍ତଙ୍କ ଉପସ୍ଥିତିରେ ଆପଣ ଆପଣଙ୍କର ମନର କଥା ମତେ କିଛି କହିପାରନ୍ତି ନାହିଁ । କିନ୍ତୁ ଆପଣଙ୍କ ହୃଦୟର ଭାଷା ମୁଁ ଆପଣଙ୍କ ଆଖିର ବ୍ୟାକୁଳତାରୁ ବୁଝିପାରେ । ଆପଣ ଯେପରି ମତେ ଛାଡ଼ିଯିବାକୁ ଅନିଚ୍ଛୁକ ମୁଁ ଅନୁଭବ କରେ । କିଛି ସମୟପରେ ଆପଣ ଆପଣଙ୍କ ଚାକିରୀ କ୍ଷେତ୍ରକୁ ଚାଲିଯାଆନ୍ତି, ଆପଣ ମୋର ଅନୁରୋଧ ରକ୍ଷା କରି ଆପଣ ମୋ ପାଖୁ ପୁଣି ଚାଲିଆସନ୍ତି, ମୁଁ ଆପଣଙ୍କ ବାଇକ୍ ପଛରେ ବସି ଆପଣଙ୍କ ସହ ବୁଲିଲେ ଆପଣଙ୍କ ଶରୀରରେ ମୋର ବକ୍ଷର ସ୍ପର୍ଶରେ ରୋମାଞ୍ଚିତ ହୋଇଯାଏ । ପାର୍କରେ ବସି ଆମେ ଆଳାପରେ ବ୍ୟସ୍ତ ରହୁ । ଆପଣ ଯେପରି ମୋର ମନ, ପ୍ରାଣ ଓ ହୃଦୟର କେନ୍ଦ୍ରବିନ୍ଦୁ ପାଲଟିଯାଇଥିଲେ । ମୁଁ ନିକଟସ୍ଥ ଏକ କମ୍ପ୍ୟୁଟର ଅଫିସରେ ଚାକିରୀ ପାଇଯାଇଥିଲି । ଆପଣ ଆସି ମତେ ଦେଖାକରନ୍ତି । ମୁଁ ମଧ୍ୟ ଆପଣଙ୍କ ସହିତ ବିଭିନ୍ନ ଦର୍ଶନୀୟ ସ୍ଥାନ ପ୍ରଭୃତି ଯାଇ ବୁଲାବୁଲି କରି ମନର ଉତ୍କଣ୍ଠା ପୂରଣ କରେ । ଆପଣଙ୍କ ସହ ମୋର ସାରା ଜୀବନ ଆପଣଙ୍କ ପ୍ରେମ ଲାଭ କରି ଆନନ୍ଦରେ ରହିବାକୁ ଚାହିଁଁଥିଲି । କିନ୍ତୁ ମୋର ସବୁ ଆଶା, କାମାନା ଓ ଆକାଂକ୍ଷା ଅପୂର୍ଣ୍ଣ ରହିଗଲା । ମୋର ଦୁର୍ଭାଗ୍ୟରୁ ସବୁ କିଛି ଓଲଟପାଲଟ ହୋଇଗଲା, ମୋ ଅଫିସର ଜଣେ କମ୍ପ୍ୟୁଟର ଇଂଜିନିୟର ମତେ ଭଲ ପାଇ ବିବାହ କରିବାକୁ ପ୍ରସ୍ତାବ ଦେଲେ । ମୋର ଭବିଷ୍ୟତ ଆନନ୍ଦମୟ ହେବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇ ମୋର ପିତାମାତାଙ୍କୁ ମୋ ସହିତ ତାଙ୍କର ବିବାହ ପାଇଁ ରାଜି କରାଇଦେଲେ । ମୋର କିଛି ଅନ୍ୟ ଉପାୟ ନଥିଲା । ମୁଁ ଆପଣଙ୍କୁ ମୋର ଅଫିସକୁ ଡକାଇ ଏକ ରୁମରେ ଭିତରୁ କବାଟ ବନ୍ଦ କରି ସବୁ କଥା ଦୁଃଖରେ ଆପଣଙ୍କୁ ଜଣାଇଲି । ମୁଁ ଜାଣେ ଆପଣଙ୍କ ସହିତ ମୋର ବିବାହ ସମ୍ଭବପର ନୁହେଁ, କାରଣ ଆପଣ ବିବାହିତ । ତଥାପି ମୁଁ ଆପଣଙ୍କ ପତ୍ନୀ ନହୋଇ ପାରିଲେ ମଧ୍ୟ ଆପଣଙ୍କ ପ୍ରେମିକା ହୋଇ ଆଜୀବନ ରହିବା ପାଇଁ ଦୃଢ଼ ପରିକର ରହିଥିଲି । ଅପାଣ ନୀରବ ରହିଥିଲେ ଏବଂ ମୋର ଭବିଷ୍ୟତ ଗଠନ ପାଇଁ ଆପଣ ଆପଣଙ୍କର ମୋ ପ୍ରତି ଥିବା ପ୍ରେମକୁ ତ୍ୟାଗ କରିଥିଲେ । ” Love is sacrifice’ ମୋର ମୁଣ୍ଡକୁ ଆଉଁସି ଦେଇ କହିଥିଲେ, ନମିତା, ମନ ଦୁଃଖ କରନାହିଁ, ତୁମ ପ୍ରେମର ସ୍ମୃତି ନେଇ ମୁଁ ଅବଶିଷ୍ଟ ଜୀବନ କଟାଇଦେବି । ତ୍ୟାଗରେ ହିଁ ପ୍ରେମ ଥାଏ । ଶରୀରର ମିଳନ ପ୍ରକୃତ ପ୍ରେମ ନୁହେଁ, ହୃଦୟର ମିଳନ ହିଁ ପ୍ରକୃତ ଅନାବିଳ ପ୍ରେମ । ଆପଣ ଚାହିଁଥିଲେ ସେହି ବନ୍ଦ ରୁମରେ ମୋର ଶରୀରକୁ ଉପଭୋଗ କରିପାରିଥାନ୍ତେ, ସେଥିପାଇଁ ମୁଁ ଆପଣଙ୍କୁ ସେହି ରୁମ୍‌କୁ ଡାକିନେଇ କବାଟ ଭିତରୁ ବନ୍ଦ କରିଦେଇଥିଲି । କିନ୍ତୁ ଅପାଣ ନିର୍ବିକାର ଥିଲେ । ମୋର ଅନ୍ୟକୁ ବିବାହ ପୂର୍ବରୁ ଆପଣଙ୍କ ପାଖରେ ନିଜକୁ ସମର୍ପଣ କରି ମୋର ପ୍ରେମତୃଷ୍ଣା ଆପଣଙ୍କ ଠାରୁ ସେଦିନ ମେଣ୍ଟାଇବାକୁ ଚାହୁଁଥିଲି । ମୋର ଦୁଇ ଆଖିରୁ ଶେଷ ବିଦାୟର ଅଶ୍ରୁ ଝରିଆସୁଥିଲା । ମୁଁ ମୁଣ୍ଡ ତଳକୁ କରି ବସି ରହିଥିଲି । କିପରି ଆପଣଙ୍କ ପ୍ରତି ଥିବା ମୋର ପ୍ରେମକୁ ଜଳାଞ୍ଜଳି ଦେଇ ଅନ୍ୟକୁ ବିବାହ କରିବି ଏବଂ ଆପଣଙ୍କୁ ଦେଇଥିବା ମୋର ପ୍ରେମର ସବୁ ପ୍ରତିଶ୍ରୁତିରୁ କିପରି ଓହରିଯିବି, କିଛି ଭାବିପାରୁ ନଥିଲି ? ମୋର ସୁଖି ବିବାହିତ ଜୀବନର ପ୍ରତିବନ୍ଧକ ହେବାକୁ ଆପଣ ଚାହିଁନଥିଲେ, କହିଥିଲେ, ନମିତା, ତୁମେ ବିବାହ କଲେ ମଧ୍ୟ ମତେ ଫୋନ୍ କରିବ, ତୁମର ସୁବିଧା ଓ ଅସୁବିଧା କଥା ମୋତେ ଜଣାଇବ । ମୋର ସ୍ନେହ ଓ ପ୍ରେମକୁ ନେଇ ତୁମେ ଚାଲିଗଲେ ମଧ୍ୟ ତୁମର ଅମର ପ୍ରେମର ସ୍ମୃତିକୁ ମୁଁ କଦାପି ଭୁଲିପାରିବି ନାହିଁ । ମୋର ହୃଦୟ ମଧ୍ୟରେ ତୁମେ ସେହିପରି ଛନ୍ଦମୟୀ ଚପଳା ପ୍ରେମିକା ହୋଇ ରହିଥିବ । ଜୀବନର ଯେକୌଣସି ପରିସ୍ଥିତିରେ ମୁଁ ତୁମର ଦର୍ଶନ କାମନା କରୁଥିବି, ତୁମେ ସୁଖରେ ରୁହ ମୁଁ ଏତିକି କାମନା କରୁଛି । ଏହା କହି ଆପଣ ମୋଠାରୁ ବିଦାୟ ନେଇ ଚାଲିଯାଇଥିଲେ । ନମିତା କହୁଥିଲା, କ’ଣ ଏତେ ଭାବୁଛନ୍ତି ତୁଷାର ବାବୁ? ତୁଷାରଙ୍କର ପୂର୍ବର ସ୍ମୃତି ଭଙ୍ଗ ହୋଇଯାଇଥିଲା । ସେ ଆଶ୍ଚର୍ଯ୍ୟ ହୋଇ କହିଥିଲେ, ନମିତା, ଏତେ ବର୍ଷ ପରେ ମୋ କଥା କିପରି ମନେ ପଡ଼ିଲା? ନମିତା କହୁଥିଲା, ତୁଷାର ବାବୁ, ଆପଣଙ୍କୁ ମୋର ବିବାହିତ ଜୀବନର ଦୁଃଖ ଓ ନିର୍ଯାତନାର ଅନୁଭୂତି କିପରି ଜଣାଇବି ବୋଲି ଭାବି ପାରୁନଥିଲି ? ଆପଣଙ୍କର ଅତୀତର ସେହି ସ୍ନେହବୋଳା ଦୁଇପଦ କଥା, ମୋର ଶରୀରରେ ଆପଣଙ୍କ ହାତରେ ରୋମାଞ୍ଚକର ସ୍ପର୍ଶକୁ ମୁଁ ସର୍ବଦା ମନେ ରଖିଛି । ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ, ଆପଣଙ୍କୁ ଛାଡ଼ି ମୁଁ ବଡ଼ ଭୁଲ୍ କରିଛି । ଆପଣଙ୍କୁ ପାଇଥିଲେ ମୋର ଜୀବନର ପ୍ରେମ ସାର୍ଥକ ହୋଇଥାନ୍ତା । କିନ୍ତୁ ମୋର ସ୍ୱାମୀ ଜଣେ ମଦ୍ୟପ ଓ ଚରିତ୍ରହୀନ ବୋଲି ପରେ ଜାଣିପାରିଲି । ପ୍ରତ୍ୟହ ତାଙ୍କ ଠାରୁ ମାଡ଼, ଗାଳି ଓ ନିର୍ଯାତନା ସହି ସହି ମୁଁ ଅତିଷ୍ଠ ହୋଇସାରିଲିଣି । ସ୍ୱାମୀ ବୋଲି ଯାହାଙ୍କୁ ବିଶ୍ୱାସ କରିଥିଲି, ତାଙ୍କଠାରୁ ପତ୍ନୀର ସୁଖ ମୁଁ ପାଇପାରୁ ନାହିଁ । ଅଥଚ ସେ ଅନ୍ୟ ସ୍ତ୍ରୀମାନଙ୍କ ସହ ରାତି କଟାଇ ଘରକୁ ଫେରନ୍ତି । ସେମାନଙ୍କ ପଛରେ ଅଜସ୍ର ଅର୍ଥ ବ୍ୟୟ କରନ୍ତି । ମୋର ଏସବୁ ସହ୍ୟ କରିବାର ସୀମା ଟପିଗଲାଣି । ମୁଁ ଏବେ ତାଙ୍କଠାରୁ ସଂପର୍କ ଛିନ୍ନ କରି ଫେରିଆସିବାକୁ ଚାହେଁ । ମୁଁ ଅନ୍ୟ ଗୋଟେ କମ୍ପାନୀରେ ଚାକିରୀ ବୁଝିଛି, ସେଠାରେ ଚାକିରୀ କରିବି । କିନ୍ତୁ ଆପଣ ମତେ ଦେଇଥିବା ପୂର୍ବର ପ୍ରତିଶ୍ରୁତି ପୂରଣ କରିବେ, ମୁଁ ଆପଣଙ୍କ ପ୍ରେମର ପୁର୍ନପ୍ରାପ୍ତି ଚାହେଁ, ଆପଣଙ୍କ ପୂର୍ବର ସେହି ସ୍ନେହ ଓ ପ୍ରେମ ଫେରି ପାଇଲେ ମୋର ଜୀବନର ଶାନ୍ତି ଫେରିପାଇବି । ମୁଁ ଆପଣଙ୍କ ପତ୍ନୀ ହୋଇ ମୋର ଅବଶିଷ୍ଟ ଜୀବନକୁ ଅପାଣଙ୍କ କୋଳରେ ସମର୍ପି ଦେବାକୁ ଚାହେଁ । ଆପଣ ହେଉଛନ୍ତି ମୋର ପବିତ୍ର ହୃଦୟର ପ୍ରକୃତ ସ୍ୱାମୀ । ଅନ୍ୟକୁ ବିବାହ କରି ମୋର ଶରୀର କଳୁଷିତ ହୋଇଥିଲେ ମଧ୍ୟ ମୋର ମନ ଓ ହୃଦୟରେ ଆପଣ ଏବେବି ମୋର ପ୍ରେମର ଦେବତା ରୂପେ ଅଛନ୍ତି । ଆପଣଙ୍କ ଆଲିଙ୍ଗନର ତୃପ୍ତିରେ ମୁଁ ଆତ୍ମହାର ହେବାକୁ ଚାହେଁ, ତୁଷାର ବାବୁ । ଆପଣଙ୍କୁ ନେଇ ମୁଁ ମନ୍ଦିରରେ ଆପଣଙ୍କ ହାତରେ ମୋର ସୀମନ୍ତରେ ସିନ୍ଦୁର ଲଗାଇ ଆପଣଙ୍କର ପତ୍ନୀ ରୂପେ ରହିବାକୁ ଚାହେଁ, ମୋର ଅଧୂରା ପ୍ରେମର ସମାପ୍ତି ଆପଣଙ୍କ ପାଖରୁ ପାଇବାକୁ ଚାହେଁ । ଆପଣ କ’ଣ ମୋର ଏତିକି କାମନା ପୂରଣ କରିବେନି ? ଆପଣ ଯଦି ମତେ ବଞ୍ଚି ରହିବାକୁ ଚାହାଁନ୍ତି, ମୋର ଏହି ଆଶାକୁ ନିଶ୍ଚୟ ପୂରଣ କରିେବେ, ମୁଁ ଆପଣଙ୍କ ନିକଟକୁ ଫେରି ଆସିବାକୁ ଚାହେଁ ଏବଂ ମୋର ପ୍ରେମର ପୁର୍ନମିଳନ ଆପଣଙ୍କ ସହ ହେବାକୁ ଚାହେଁ ତୁଷାର ବାବୁ । ତୁଷାର ବାବୁ ଭାବୁଥିଲେ, ଆଜି ନମିତାର ଅଧୂରା ପ୍ରେମର ପ୍ରତ୍ୟାବର୍ତ୍ତନ ହୋଇଛି । ସେ କହିଥିଲେ, ନମିତା, ବ୍ୟସ୍ତ ହୁଅନାହିଁ, ତୁମର ସମସ୍ତ ଇଚ୍ଛା ମୁଁ ପୂରଣ କରିବି ଏବଂ ତୁମକୁ ମୋର ହୃଦୟର ପ୍ରେମର ପତ୍ନୀର ମର୍ଯ୍ୟାଦା ଦେବି, ଅପେକ୍ଷା କର.. । ନମିତା ଫୋନ୍‌ରେ ଆନନ୍ଦରେ କାନ୍ଦି ପକାଇଥିଲା, କହିଥିଲା, ଆପଣ ମୋର ଅଧୂରା ପ୍ରେମକୁ ସାର୍ଥକ କରିବେ, ଏହି ଆଶା ଓ ବିଶ୍ୱାସ ନେଇ ମୁଁ ଆପଣଙ୍କୁ ଫୋନ୍ କରିଛି ଏବଂ ଆମର ପ୍ରେମର ପୁର୍ନମିଳନ ଆଶାରେ ଆପଣଙ୍କ ପ୍ରତୀକ୍ଷାରେ ରହୁଛି, ନମସ୍କାର । ତୁଷାର ଭାବୁଥିଲେ, ତୁମେ ଯାହାକୁ ଭଲ ପାଅ, ତାକୁ ମୁକ୍ତ ଛାଡ଼ିଦିଅ । ଯଦି ସେ ତୁମ ପାଖକୁ ଫେରିଆସେ, ସେ କେବଳ ତୁମର । ଯଦି ସେ ନଆସେ ସେ କେବେ ତୁମର ନଥିଲା । ଆଜି ନମିତାର ତାଙ୍କ ସହ ଅଧୂର ପ୍ରେମର ପ୍ରତ୍ୟାବର୍ତ୍ତନ ହୋଇଛି ଓ ସେ ନମିତାକୁ ଆଉ ପୁନର୍ବାର ହରାଇବାକୁ ଚାହୁଁନଥିଲେ  ?…

ଶ୍ରୀ କୃଷ୍ଣଚନ୍ଦ୍ର ଦାଶ

୭୦ଏ  , ବିଜେବି ନଗର , ଭୁବନେଶ୍ୱର-୧୪

ମୋ-୯୮୬୧୩୫୧୪୩୬ 

  • Share this:ଭୁବନେଶ୍ୱର: “ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା – ଜଣେ ବି ଗରିବ ଲୋକକୁ ମୁଁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦେବି ନାହିଁ” । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିଚାରଧାରାକୁ କାର୍ଯ୍ୟରେ ପରିଣତ କରି ଖାଦ୍ୟ...
  • Share this:New Delhi/Bhubaneswar : Dr. Brajraj Das, Senior Cardiologist, Apollo Hospitals, Bhubaneswar has been recognised internationally and got fellowship from prestigious Royal College of Physicians of London in 2020....
  • Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • Share this:ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି । ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ...
  • Share this:ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ...

RELATED BY

  • ‘ଶ୍ରେଷ୍ଠ ଷାଠିଏ’ ଉନ୍ମୋଚିତ

    Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • କବିତା ସଂକଳନ “ବିମ୍ବସ୍ନାନ”

    Share this: ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ...
  • ପ୍ରେମ ଏକ ବିଚ୍ଛେଦର

    Share this:ଜୀବନରେ ଏପରି କେତେକ ଘଟଣା ଘଟେ, ଯାହା କେବେ ଭୁଲିହୁଏ ନାହିଁ । ସେହିପରି ଜୀବନରେ ଘଟିଥିବା ପ୍ରେମ ମଧ୍ୟ ଅବିସ୍ମରଣୀୟ ହୋଇ ରହିଯାଏ । ଦୁଇଟି ଆଖିର ଆକର୍ଷଣରେ ପ୍ରେମ ସୃଷ୍ଟି ହୁଏ ଏବଂ ସେହି ପ୍ରେମ...
  • ପ୍ରତାରଣା ଏକ ପ୍ରେମର

    Share this:ମନୁଷ୍ୟ ଜୀବନରେ ବହୁତ କିଛି ଆଶା କରିଥାଏ, ବହୁତ ସୁନ୍ଦର ସୁନ୍ଦର ସ୍ୱପ୍ନ ଦେଖିଥାଏ । ସେହିପରି ତା ଜୀବନରେ ମଧ୍ୟ ପ୍ରେମ ଘଟିଥାଏ, ପ୍ରେମ ଆପେ ଆପେ ହୋଇଯାଇଥାଏ । କିନ୍ତୁ ସେହି ପ୍ରେମ ଯେ ତାର...