ଛାତ୍ର ବିଜେଡିର ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ

ନବ ନିଯୁକ୍ତ ଯୁବ ଓ ଛାତ୍ର ବିଜେଡି ପଦାଧିକାରୀଙ୍କୁ ନେଇ

Share this:

ଭବାନୀପାଟଣା : ଭବାନୀପାଟଣା ବ୍ଳକ ଛାତ୍ର ବିଜେଡି ତରଫରୁ କର୍ଲାପଡା ଠାରେ ବିଜୁ ଜନତା ଦଳର ନବ ନିଯୁକ୍ତ ଯୁବ ଓ ଛାତ୍ର ବିଜେଡି ପଦାଧିକାରୀଙ୍କୁ ନେଇ ଏକ ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲାରୁ ନେତୃତ୍ୱ ନେଉଥିବା ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଯୁବ ବିଜେଡି ରାଜ୍ୟ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ସହ ସମ୍ପାଦକ ରବି ପଟ୍ଟନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ ପ୍ରମୁଖଙ୍କୁ ସାମାଜିକ ଦୂରତା ରଖି ସଦର ବ୍ଳକର ଛାତ୍ର ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କୋଭିଡ ମହାମାରୀ ନେଇ ତୃଣମୂଳସ୍ତରରେ ସଚେତନତାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହୋଇଥିବା ‘ଜନ ସଚେତନତା ଅଭିଯାନ’ ରେ ଯୁବ ଓ ଛାତ୍ର ବିଜେଡି କର୍ମକର୍ତା ସକ୍ରିୟ ଅଂଶଗ୍ରହଣ କରିବା, ତୃଣମୂଳ ସ୍ଥରରେ ସଂଗଠନକୁ ମଜଭୁତ କରିବା, ରକ୍ତଦାନ ଶିବିର ଆୟୋଜନ କରିବା ଆଦି ସମ୍ପର୍କରେ ଏହି ସଭାରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଳକ ଛାତ୍ର ବିଜେଡି ସଭାପତି ନିଳାମ୍ବର ସାହୁ ସଭାପତିତ୍ତ୍ବ କରିଥିବା ବେଳେ ଛାତ୍ର ବିଜେଡି ଉପ ସଭାପତି ମନୋଜ ସାହୁ, ଯୁବନେତା ସୁଶୀଲ ସାହୁ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ପ୍ରଧାନ, ସେଁପୁର ସମିତି ସଭ୍ୟ କୁନା ଜୁଆର, ଛାତ୍ର ନେତା ଅରବିନ୍ଦ ସାହୁ, ତୁରାଙ୍ଗ ବାଗ, କୈଳାସ ସାହୁ,ପୁର୍ଣ୍ଣ ନାଗ, ଶ୍ରୀକାନ୍ତ ପ୍ରଧାନ, କିଶୋର ସୁନା, ଦୟା ନାଏକ, ପ୍ରବୀଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED BY