ଓଡ଼ିଶା ଜଣେ ପରୋପକାରୀ,ବିଚକ୍ଷଣ ରାଜନେତାଙ୍କୁ ହରେଇଲା

:ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ

Share this:

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ବାଚସ୍ପତି,ପୂର୍ବତନ ମନ୍ତ୍ରୀ,ପୂର୍ବତନ ବିଧାୟକ, ବାଗ୍ମୀ, ସଂସ୍କୃତି ପ୍ରେମୀ ତଥା ମାହାଙ୍ଗାର ଜନପ୍ରିୟ ରାଜନେତା ଶରତ କୁମାର କରଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ଜଣେ ପରୋପକାରୀ,ବିଚକ୍ଷଣ ରାଜନେତାଙ୍କୁ ହରେଇଲା । ସ୍ବର୍ଗତଃ କରଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଅପୁରଣୀୟ କ୍ଷତି । ମାହାଙ୍ଗା ନିର୍ବାଚନମଣ୍ଡଳୀର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସେକ୍ ମତଲୁବ ଅଲ୍ଲୀଙ୍କର ନିକଟରେ ବିୟୋଗ ଘଟିବା ପରେ ସେହି ମାଟି ପୁଣି ଜଣେ ସୁଯୋଗ୍ୟ ସନ୍ତାନ ଶରତ କୁମାର କରଙ୍କୁ ହରେଇଛି । ମୋର ସ୍ବର୍ଗତଃ କରଙ୍କ ସହ ଦୀର୍ଘଦିନରୁ ଘନିଷ୍ଠ ସମ୍ପର୍କ ଥିଲା । ଯାହାକି ମୋତେ ଅତି ମର୍ମାହିତ କରିଛି ବୋଲି ଶ୍ରୀ ପଟ୍ଟନାୟକ ଦୁଖପ୍ରକାଶ କରି କହିଛନ୍ତି । ସ୍ବର୍ଗତଃ କର ମନ୍ତ୍ରୀ ଓ ବାଚସ୍ପତି ଥିବାବେଳେ ଅନେକ ଗୁଡିଏ ଜନହିତକର କାର୍ଯ୍ୟ କରିଯାଇଛନ୍ତି ଯାହାକି ସବୁଦିନ ପାଇଁ ଲୋକେ ମନେରଖିବେ । ସ୍ବର୍ଗତଃ ଶରତ ବାବୁଙ୍କ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେତିକି ପାରଦର୍ଶିତା ଥିଲା,ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ସେତିକି ଖ୍ୟାତି ଥିଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ବର୍ଗତଃ କରଙ୍କ ଅମର ଆତ୍ମାର ସଦଗତି କାମନା କରି ଏହି ଦୁଖଦ ସମୟରେ ଭଗବାନ ତାଙ୍କ ପରିବାରକୁ ସାହାସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

RELATED BY