ରାଜ୍ୟସ୍ତରୀୟ ସାମାଜିକ ଗଣମାଧ୍ୟମ କମିଟି ଗଠିତ

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ

Share this:

ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ହେବାକୁ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ହେବ । ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ କମିଟିର ୪ଜଣ ସାଧାରଣ ସଂପାଦକ ଏବଂ ୪ଜଣ ସଂପାଦଙ୍କୁ ଦାୟିତ୍ୱ ପ୍ରଦାନ କରି କମିଟି ଗଠନ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ । ବାଲେଶ୍ୱର ନିର୍ବାଚନ ପାଇଁ ରାଜ୍ୟ ସାଧାରଣ ସଂପାଦକ ଚେତନ ମିଶ୍ର, ଜୋୟତା ରାୟ ଏବଂ ସଂପାଦକ ରଞ୍ଜିତ ପଣ୍ଡା ଦାୟିତ୍ୱରେ ରହିଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ରେହାନ ଖାଁକୁ ବାଲେଶ୍ୱର ବିଧାନସଭା ପାଇଁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ତିର୍ତୋଲ ଉପ ନିର୍ବାଚନ ପାଇଁ ରାଜ୍ୟ ସାଧାରଣ ସଂପାଦକ ସମ୍ବିତ ଶ୍ରୀଚନ୍ଦନ, ଶୈଳେନ୍ଦୁ ଦାସଙ୍କ ସହ ରାଜ୍ୟ ସଂପାଦକ ଜଗତଜୀବନ ମହାନ୍ତି, ସତ୍ୟବ୍ରତ ଗୁରୁ ଓ ସୁବାଷ ନାୟକ ଦାୟିତ୍ୱରେ ରହିଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ସନ୍ତୋଷୀ ପ୍ରସାଦ ଶତପଥିଙ୍କୁ ତିର୍ତୋଲ ବିଧାନସଭା ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଇଁ ସଂଯୋଜକ ଭାବେ ଗୌତମ ସାହୁ, ସହ ସଂଯୋଜକ ଭାବେ ନବପ୍ରସାଦ ଭୂୟାଁ, ହରନାରାୟଣ ରାଉତ ଓ ରଞ୍ଜିତ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଶ୍ରୀ ମହାନନ୍ଦ । ଜଗତସିଂହପୁର ଜିଲ୍ଲା ପାଇଁ ଜିଲ୍ଲା ସଂଯୋଜକ ଭାବେ ଅଭିନନ୍ଦନ ସେଠୀ, ସଂଗ୍ରାମ କୁମାର ମହାନ୍ତି, ସାରଦା ପ୍ରଶନ୍ନ ସାମଲ ନିଯୁକ୍ତି ପାଇଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସୋସିଆଲ ମିଡ଼ିଆ ସାଧାରଣ ସଂପାଦକ ଶ୍ରୀ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY