ଛତିଶଗଡ କାର୍ଯ୍ୟକାରିଣୀ ବୈଠକ,ବିଜେପି ସର୍ବଦା ଜନଜାତିଙ୍କ ବିକାଶ ପାଇଁ ସମର୍ପିତ : ଧର୍ମେନ୍ଦ୍ର ପ୍ରଧାନ

ଆତ୍ମନିର୍ଭର ଭାରତ ଏବଂ ଲୋକାଲ ଫର୍ ଭୋକାଲ ଭଳି ଉଦ୍ୟମ ଛତିଶଗଡ ରାଜ୍ୟ ସବୁଠୁ ଅଧିକ ଲାଭ ନେଇପାରିବ

Share this:

ଭୁବନେଶ୍ୱର: ବିଜେପି କ୍ଷମତାରେ ରହୁ କିମ୍ବା ବିରୋଧୀ ଦଳ ଭୂମିକାରେ ସର୍ବଦା ଗରିବ, ବଞ୍ଚିତ ଏବଂ ଜନଜାତିଙ୍କ ବିକାଶ ପାଇଁ ସମର୍ପିତ ରହିବ ବୋଲି ସୋମବାର ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛତିଶଗଡ କାର୍ଯ୍ୟକାରିଣୀ ବୈଠକରେ ଯୋଡିହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ଆହ୍ୱାନକୁ ସଠିକ୍ ଭାବରେ କ୍ରିୟାନ୍ୱୟନ କରିବା ପାଇଁ ଦାୟିତ୍ୱ ନେବାକୁ କାର୍ଯ୍ୟକର୍ତା ମାନଙ୍କୁ ସେ ଆହ୍ୱାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନୂଆ କୃଷି ନୀତି କାରଣରୁ ଛତିଶଗଡ ସମେତ ଭାରତବର୍ଷର ସବୁ ଚାଷୀମାନେ ଲାଭବାନ ହେବେ । ଏହି ନୂଆ ନୀତି ଆସିବା ଦ୍ୱାରା ଚାଷୀମାନେ ଯେକୌଣସି ସ୍ଥାନରେ ନିଜର କୃଷିଜାତ ସାମଗ୍ରୀକୁ ବିକ୍ରି କରି ନିଜ ହିସାବରେ ସଠିକ୍ ମୂଲ୍ୟପାଇପାରିବେ । ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ କରିବ । ସେହିପରି ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମିକୁ ମଜବୁତ୍‌ କରିବ ଏବଂ ଛତିଶଗଡର ଚାଷୀମାନେ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ କରିବା କରିବା ସହ ଅନେକ ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀଙ୍କ କୃଷି ନୀତିରେ ସଂସ୍କାର କାରଣରୁ ଛତିଶଗଡରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତ ଏବଂ ଲୋକାଲ ଫର୍ ଭୋକାଲ ଭଳି ଉଦ୍ୟମ ଛତିଶଗଡ ଭଳି ରାଜ୍ୟ ସବୁଠୁ ଅଧିକ ଲାଭ ନେଇପାରିବ ବୋଲି ସେ କହିଛନ୍ତି । ଅପରପକ୍ଷରେ କରୋନା ମହାମାରୀର ଘଡିସନ୍ଧି ମୁହୂର୍ତରେ ଗରିବ ଓ ଅସହାୟଙ୍କୁ ଖାଦ୍ୟାନ୍ନ ଦେବା ପାଇଁ ପ୍ରଧାନମନ୍ତ୍ରୀ ‘ଗରିବ କଲ୍ୟାଣ ଯୋଜନା’ ଆରମ୍ଭ କରି ଭାରତ ଓ କରୋନା ମୁକାବିଲାକୁ ମଜବୁତ୍ କରିଛନ୍ତି । ନିକଟରେ ପ୍ରତିଷେଧକ ଟୀକା ନଆସିବା ପର୍ଯ୍ୟନ୍ତ କରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଜନଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ଦେଶର ସାଧାରଣ ଜନତାଙ୍କୁ ଠିକ୍ ଭାବରେ ମାସ୍କ ପିନ୍ଧିବା, ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ଏବଂ ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ପାଇଁ ଆହ୍ୱାନ କରିଛନ୍ତି । ତେବେ ଏହି ଜନଆନ୍ଦୋଳନରେ ସବୁ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ କାମ କରିବାକୁ କାର୍ଯ୍ୟକର୍ତା ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY