Expert ମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମଙ୍ଗଳବାର ଦିନ ରାଜ୍ୟବାସୀଙ୍କ ମଙ୍ଗଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିଛନ୍ତି ପଢ଼ନ୍ତୁ

Share this:

ମଙ୍ଗଳବାର ଦିନ ରାଜ୍ୟବାସୀଙ୍କ ମଙ୍ଗଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ କହିଛନ୍ତି ପଢ଼ନ୍ତୁ ।

ପ୍ରିୟ ଭାଇ ଓ ଭଉଣୀମାନେ ଆପଣମାନକୁ ସମସ୍ତଙ୍କୁ ନମସ୍କାର ଏବଂ ପୂଜା ପାଇଁ ଅଭିନଦନ ।

ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ବୀକାର କରିବାକୁ ହେଉଛି । ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ବାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା ।ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି ।  ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ Social Distance maintain ମଧ୍ୟ କରୁଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର । ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ Covid positive case କମିବା ଆରମ୍ଭ କରିଛି । 26 September ରେ ରାଜ୍ୟରେ positive ସଂଖ୍ୟା ଚାରି ହଜାରରୁ ଅଧିକ ଥିବାବେଳେ   ଦୁଇ ହଜାର ତଳକୁ ଖସିଛି Positivity rate ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ Hotspot ଥିଲା । ପ୍ରତିଦିନ ଶହ ଶହ positive case ବାହାରୁଥିଲା । ଲୋକଙ୍କ ସହଯୋଗ,Community Participation ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞ୍ଜାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ହୋଇଛନ୍ତି । କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କରୋନାର character profile ବହୁତ critical । ତେଣୁ ଆମକୁ Medicine ଓ Vaccine ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।  ଆପଣ European countries କଥା ଦେଖନ୍ତୁ । UK, France, Spain ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା ପରେ କରୋନା  କମିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସଂକ୍ରମଣ ପୁଣି ଥରେ ବହୁତ ବଢ଼ି ଯାଇଛି ଏହା ପୂର୍ବଠାରୁ ଅଧିକ ଭୟଙ୍କର । 1 September ରେ UKରେ daily ବାରଶହରୁ ଅଧିକ positive case ଥିଲା । 8 Octoberରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି Franceରେ 31 Augustରେ ତିନି ହଜାରରୁ ଅଧିକ positive case ଥିବାବେଳେ 10 Octoberରେ ଏହା 26 ହଜାରରୁ ଅଧିକ ହେଲାଣି । ଆମ ଭାରତ କଥା ଦେଖନ୍ତୁ । ଆମେରିକା ପରେ ଭାରତ ଏବେ ବିଶ୍ଵରେ ଦୁଇ ନମ୍ବରରେ ରହିଛି  କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ Onam ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି । Expert ମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ ।  ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ Public place ମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ । ପ୍ରାର୍ଥନା କରନ୍ତୁ । ପରିବାର ସହ ଘରେ ରହି ପରବ ପାଳନ କରନ୍ତୁ । ବାହାରକୁ ଗଲେ Mask ପିନ୍ଧନତୁ ହାତ ଧୁଅନତୁ ଏବଂ ସାମାଜିକ ଦୂରତା ରଖନ୍ତୁ  ଆଉ ଥରେ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା ଆମ ପରିବାର ହଇରାଣ ହେବେ ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ । ତେଣୁ ସଂକ୍ରମଣ ଯେପରି ନବଢ଼ିବ ସେଥିପାଇଁ ଆସନ୍ତୁ ମା ଙ୍କ ପାଖରେ ଶପଥ ନେଇ କାମ କରିବା  ଆପଣ ଓ ଆପଣଙ୍କ ପରିବାରକୁ ପୁଣି ଥରେ ପୂଜା ପାଇଁ ଅଭିନଦନ ।

ବନ୍ଦେ ଉତ୍କଳ ଜନନୀ

RELATED BY