ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଗୁରୁମନ୍ତ୍ର ଦେଲେ ଓଡିଶା ପ୍ରଭାରୀ ଡ. ଏ. ଚେଲ୍ଲାକୁମାର

କଂଗ୍ରେସ ଦଳ ଆଗାମୀ ଦିନରେ ଶାସନ କ୍ଷମତାକୁ ଆସି ପାରିବ

Share this:

ଭୁବନେଶ୍ୱର: ବୁଧବାର ଦିନ ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ. ଏ. ଚେଲ୍ଲାକୁମାର ଓ ଶ୍ରୀଯୁକ୍ତ ପଟ୍ଟନାୟକ ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । କଂଗ୍ରେସ ପ୍ରଭାରୀ ଡ. ଏ.ଚେଲ୍ଲାକୁମାର ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ପରାମର୍ଶ ଦେଇ କହିଲେ ଯେ ଆପଣମାନେ ଜିଲ୍ଲାର ଜଣେ ଜଣେ ଟାଣୁଆ ସଂଗଠକ । ଆପଣମାନେ ଦଳକୁ ଆହୁରି ସକ୍ରୀୟ ଓ ସୁଦୃଢ଼ କରିପାରିଲେ କଂଗ୍ରେସ ଦଳ ଆଗାମୀ ଦିନରେ ଶାସନ କ୍ଷମତାକୁ ଆସି ପାରିବ । ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କୁ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ବିଧାୟକ ତଥା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ, ରମେଶ ଜେନା, ଦାଶରଥି ଗମାଙ୍ଗ, ଜର୍ଜ ତିର୍କୀ, ମାନସ ଚୌଧୁରୀ, ଅଂଶୁମାନ ମହାନ୍ତି, ମୀନାକ୍ଷୀ ବାହିନୀପତି, ଗିରିବାଳା ବେହେରା, ବିଶ୍ୱଜିତ୍ ଦାସ, ଅଜିତ ମଙ୍ଗରାଜ, ମନୋରଞ୍ଜନ ତ୍ରିପାଠୀ, ହେମନ୍ତ ଦାସ, ନିହାର ମହାନନ୍ଦ, ସୁବ୍ରତ ଦାସ, ଦିଲ୍ଲୀପ କୁମାର ବେହେରା, ନବକୁମାର ମିଶ୍ର, ସରୋଜ ପଟ୍ଟନାୟକ, ଭରତ ଅୱସ୍ତି, ଭାରତଭୂଷଣ ବେମାଲ, ଗୋବିନ୍ଦ ପାତ୍ର, ଘାସିରାମ ମାଝୀ, ରଂଜିତ ଦାସ, ଦୁର୍ଗାପ୍ରସାଦ ପଣ୍ଡା, ଗୌରିଶଙ୍କର ପଣ୍ଡା, ବେଣୁମାଧବ ତ୍ରିପାଠୀ ପ୍ରମୁଖ ଜିଲ୍ଲା କଂଗ୍ରେସ ସଭାପତିମାନେ ଯୋଗ ଦେଇଥିଲେ । ଆଗାମୀ ଦୁଇଟି ଉପନିର୍ବାଚନ ନିମନ୍ତେ ନିରବଚ୍ଛିନ୍ନ ପ୍ରତିବଦ୍ଧତାର ସହ କଂଗ୍ରେସ ପ୍ରାର୍ଥୀ ଦ୍ୱୟଙ୍କୁ ଜିତାଇବା ନିମନ୍ତେ ସାହଯ୍ୟ ସହଯୋଗ ଓ ପ୍ରଚାର ଉପଲକ୍ଷେ ସମୟ ବାହାର କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ପ୍ରଭାରୀ ଡ. ଏ.ଚେଲ୍ଲାକୁମାର ପରାମର୍ଶ ଦେଇଛନ୍ତି । ଦୁଇମାସ ମଧ୍ୟରେ ଜିଲ୍ଲା ଓ ବ୍ଳକ ପୁର୍ନଗଠନ କରାଯାଇ ଲୋକମାନଙ୍କ ପାଖରେ ଲୋକମାନଙ୍କର ବହୁବିଧ ସମସ୍ୟାକୁ ନେଇ କଂଗ୍ରେସ ଦୃଢ଼ତାର ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଦୃଢ଼ ସଂକଳ୍ପବଦ୍ଧ । ୨୦୨୪ ରେ କଂଗ୍ରେସ ସରକାରକୁ ଫେରାଇ ଆଣିବା ଲକ୍ଷ୍ୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଡ. ଚେଲ୍ଲାକୁମାର ମତବ୍ୟକ୍ତ କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଂଗ୍ରେସ ନେତା ସ୍ୱର୍ଗତ ଗୁରୁପଦ ନନ୍ଦ ଓ ସ୍ୱର୍ଗତ ହରମୋହନ ଦାସଙ୍କ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ଦିବଂଗତ ନେତାଦ୍ୱୟଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରିଶେଷରେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY