ବିହାରୀବାସୀ ପୁଣି ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ୍‌ ସରକାରକୁ ନିଶ୍ଚିତ ସମର୍ଥନ କରିବେ : ଧର୍ମେନ୍ଦ୍ର ପ୍ରଧାନ

ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି

Share this:

ବିହାର/ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରୁଥିବା ବେଳେ ବିହାରବାସୀ ଏହି ନିର୍ବାଚନରେ ପୁଣି ଥରେ ମୋଦି-ନୀତିଶଙ୍କ ଡବଲ ଇଞ୍ଜିନ ସରକାରକୁ ନିଶ୍ଚିତ ସମର୍ଥନ କରିବେ ବୋଲି ସେଠାରେ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ବିହାରର ବାଙ୍କା, ଭାଗଲପୁର, ପାଟନାରେ ନିର୍ବାଚନ ପ୍ରଚାର କରିବା ପରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ବିକାଶ ଦ୍ରୁତଗାମୀ ହୋଇଛି । ବିହାର ଠାରୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ଗରିବଙ୍କୁ ଘର, ବିଜୁଳି, ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । କୃଷି, ଉଦ୍ୟୋଗ, ସ୍ୱାସ୍ଥ୍ୟ, ଶିକ୍ଷା ତଥା ସବୁ କ୍ଷେତ୍ରରେ ଉନ୍ନତି ହୋଇଛି । ତେଣୁ ଏହି ବିକାଶର କାମକୁ ଆଗକୁ ନେବା ପାଇଁ ମୋଦି ସରକାରଙ୍କ ଅନୁଗାମୀଙ୍କୁ ଜିତାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ କଂଗ୍ରେସ ଦଳ ପାଖରେ କୌଣସି ପ୍ରସଙ୍ଗ ନାହିଁ । କଂଗ୍ରେସ ଦଳର ନେତା ପାକିସ୍ତାନର ଭାଷା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପୂର୍ବ ଭାରତର ବିକାଶ ନହେଲେ ସମଗ୍ର ଭାରତର ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ତେଣୁ ବିହାର ସମେତ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ । ସେହିପରି ଭାରତ ଧୀରେଧୀରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ରୂପେ ଉଭା ହେଉଛି । ତେବେ ଭାରତକୁ ବିଶ୍ୱଗୁରୁ କରିବା ପାଇଁ ମୋଦି ସରକାରଙ୍କ ହାତ ମୁଠାକୁ ଅଧିକ ଟାଣ କରିବାର ଆବଶ୍ୟକତା ରହିଛି । ଏହି  ଅବସରରେ ଶ୍ରୀ ପ୍ରଧାନ ଆଗାମୀ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ବିହାରରକୁ ଆର୍ଥିକ ରୂପେ ସମ୍ପନ୍ନ କରି ମୁଖ୍ୟସ୍ରୋତରେ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମରତ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିହାରରେ ଦୀର୍ଘ ଦିନରୁ ଅଚଳ ପଡିଥିବା ବରୋନି ବିଶୋଧନାଗାରକୁ କାର୍ଯ୍ୟକ୍ଷମ କରାଗଲା । ସେହିପରି ନିକଟରେ ବିହାରରେ ଗ୍ୟାସର ଚାହିଦାକୁ ପୂରଣ କରିବା ନିମନ୍ତେ ପାରାଦୀପ-ହଳଦିଆ-ଦୁର୍ଗାପୁର-ମୁଜାଫରପୁର ପାଇପଲାଇନର ବାଙ୍କା ପର୍ଯ୍ୟନ୍ତସଂପ୍ରସାରଣ ଏବଂ ବିହାରର ବାଙ୍କା ଠାରେ ଏଲପିଜି ବଟଲିଂ ପ୍ଲାଂଟ୍ ଏବଂ ଚମ୍ପାରନରେ ଏଲପିଜି ବଟଲିଂ ପ୍ଲାଂଟ୍‌ର ଲୋକାର୍ପଣ କରାଯାଇଛି ବୋଲି ସେ କହିଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY