୫ଟି ଏୟାରପୋର୍ଟ ପାଇଁ ଦାବି

ଓଡିଶାକୁ ଅଣଦେଖା

Share this:

ଭୁବନେଶ୍ୱର : କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗକୁ ବ୍ୟାପକ ଓ ବିକଶିତ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥକୁ ସୁଗମ ଓ ଏହା ମାଧ୍ୟମ ରେ ଅର୍ଥନୈତିକ ବିକାଶ କୁ ସୁନିଶ୍ଚିତ କରିବାକୁ ଉଡାଣ ଯୋଜନାରେ ଦେଶରେ ୧୦୦ ଟି ଏୟାରଷ୍ଟ୍ରିପକୁ ବିକଶିତ କରିବାକୁ ଯୋଜନା କରିଛନ୍ତି । ଓଡିଶାରେ ମଧ୍ୟ ତିନୋଟି ଏୟାର ଷ୍ଟ୍ରିପ ଏହି ଯୋଜନାରେ ଅଛି ହେଲେ ଆଉ ପାଞ୍ଚୋଟି ଏୟାରଷ୍ଟ୍ରିପ ରଙ୍ଗେଈଲୁଣ୍ଡା,କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ ଓ ରାସଗୋବିନ୍ଦପୁରରେ ଏହି ଯୋଜନାରେ ସାମିଲ କରି ବିମାନ ଚଳାଚଳକୁ ସୁଗମ କଲେ ଓଡିଶାର ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶା ନାଗରିକ ସମାଜ, ଆମ ଜନତା ଅଧିକାର ଓ ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ଦାବି କରିଛି । କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ, ରଙ୍ଗେଈଲୁଣ୍ଡା ଓ ରାସଗୋବିନ୍ଦପୁରରେ ଏୟାରଷ୍ଟ୍ରିପ ନିର୍ମାଣ ହେଲେ ଏହା ଓଡିଶା ତଥା ଦେଶର ବିକାଶ ରେ ଆଉ ଏକ ନୂଆ ଫର୍ଦ ଯୋଡି ହେବ । ସପ୍ତାଶ୍ଚର୍ଯ୍ୟ କୋଣାର୍କ ଓ ପୁରୀ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ପରିଚୟ ପାଇବ । କଳିଙ୍ଗନଗର ଶିଳ୍ପ,ଖଣି ର ବିକାଶ ସହ ଯାଜପୁର ଜିଲ୍ଲାର ବୌଦ୍ଧକୀର୍ତ୍ତିର ପ୍ରଚାର ଓ ପ୍ରସାର ରେ ସହାୟକ ହେବ । ରଙ୍ଗେଈଲୁଣ୍ଡା ଯୋଗୁଁ ଗୋପାଳପୁର ବନ୍ଦର, ବେଳାଭୂମି, ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶ ସହିତ ପଡୋଶୀ ରାଜ୍ୟ ମଧ୍ୟ ଲାଭ ପାଇବ । ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ଉପକୃତ ହେବେ । ପାରାଦ୍ୱୀପ ବନ୍ଦର ସହ ଅନେକ ବଡ଼ ବଡ଼ ଶିଳ୍ପ କଳକାରଖାନା ରେ ଏହା ବେଶ ସହାୟକ ହେବ ସେହିପରି ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ ଶିମିଳିପାଳ ଅଭୟାରଣ୍ୟ, ଖଣିଖଦାନ ବିକାଶ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡିଶାର ଆଦିବାସୀ ଅଞ୍ଚଳର ବିକାଶ ହୋଇ ପାରିବ ବୋଲି ଆମ ଜନତା ଅଧିକାରର ରାଜ୍ୟ ଆବାହକ ମନୋଜ ଜେନା , ଓଡିଶା ନାଗରିକ ସମାଜ ର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ର ଅଧ୍ୟକ୍ଷ ନିଳାଞ୍ଚଳ ପାତ୍ର, ସଭ୍ୟ ଶୁଭାଶିଷ ଦାସ, ଆମ ଜନତା ଅଧିକାର ର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ ପ୍ରମୁଖ ଦାବି କରି ଏକ ଦାବିପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀକୁ ମଧ୍ୟ ଅନୁରୂପ ଦାବି କରିବାକୁ ସଂଗଠନ ଅନୁରୋଧ କରିଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY