ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୧୧,୭୮୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ,୧୫୯୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି

 ୮,୩୬୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଭୂତପୂର୍ବ ପ୍ରଧାନ ମନ୍ତ୍ରୀ ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ୩ ଲକ୍ଷରୁ ଅଧିକ ଆରୋଗ୍ୟ ସଂଖ୍ୟା ସହ କୋଭିଡ୍‌-୧୯ ମହାମାରୀ ବିରୁଦ୍ଧ ସଂଗ୍ରାମରେ ରାଜ୍ୟ ଅନ୍ୟ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଅସୀମ ବଳିଦାନ ସ୍ୱୀକାର କରିଥିବା ଏବଂ ସଂପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ରକ୍ତଦାନ କରି ନାବାଳକର ଜୀବନ ବଞ୍ଚାଇଥିବା ଆମ୍ବୁଲାନ୍ସ କର୍ମଚାରୀ ସୁଜିତ ସାହୁଙ୍କୁ ସାଧୁବାଦ ଜଣାଇଛନ୍ତି । କୋଭିଡ୍‌ ସଂକଟ ମଧ୍ୟରେ ମାନବିକତା ଦେଖାଇ ସେ ସୃଷ୍ଟି କରିଥିବା ଉଦାହରଣ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌-୧୯ରେ ସଂକ୍ରମିତ ଡାକ୍ତର ଓ କୋଭିଡ୍‌ ଯୋଦ୍ଧାମାନଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରଠାରେ ସେମାନଙ୍କ ଚିକିତ୍ସା ପାଇଁ ଏକ କୋଭିଡ୍‌ ହସ୍‌ପିଟାଲ୍‌ର ବ୍ୟବସ୍ଥା କରିଛନ୍ତି । ଏହା କୋଭିଡ୍‌ ବିରୁଦ୍ଧ ସଂଗ୍ରାମକୁ ଅଧିକ ସଶକ୍ତ କରିବ ବୋଲି ସେ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଆହତ ମହିଳାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ  ସେବା ମନୋଭାବର ଉଦାହରଣ ସାଜିଥିବା ଟ୍ରାଫିକ୍‌ କର୍ମଚାରୀ ପ୍ରିୟଙ୍କା ବରୁଆଙ୍କୁ ସାଧୁବାଦ ଜଣାଇଛନ୍ତି । ତାଙ୍କ କର୍ତ୍ତବ୍ୟ ନିଷ୍ଠା ଓ ବୃତ୍ତିଗତ ଦକ୍ଷତା ପ୍ରଶଂସନୀୟ ଏବଂ ପ୍ରେରଣାର ଉତ୍ସ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ  ଗୁରୁବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟବୈଠକରେ ପୁରୀ, ତାଳଚେର ଓ ସୁନ୍ଦରଗଡ଼ରେ ନିର୍ମାଣାଧୀନ ୩ଟି ମେଡିକାଲ କଲେଜର ତୃଣମୂଳସ୍ତରରେ ଥିବା ସମସ୍ୟାଗୁଡ଼ିକୁ ନେଇ ସମୀକ୍ଷା କରିଛନ୍ତି । ତାଳଚେରଠାରେ ନିର୍ମାଣାଧୀନ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ସୁନ୍ଦରଗଡ଼ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଏବଂ ପୁରୀଠାରେ ନିର୍ମାଣାଧୀନ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର କାର୍ଯ୍ୟ ଅଗ୍ରଗତି ବିଷୟ ନେଇ  ବୈଠକରେ ସମୀକ୍ଷା ହୋଇଥିଲା । ଏହିସବୁ ଅନୁଷ୍ଠାନରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଚିକିତ୍ସା ଉପଲବ୍ଧ ହେବ ।ପୁରୀ ମେଡିକାଲ୍‌ କଲେଜରେ ୨୦୨୧-୨୨ ବର୍ଷରୁ ନାମଲେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲ । । ଉପରୋକ୍ତ ପ୍ରତ୍ୟେକମେଡିକାଲ୍‌ କଲେଜରେ ପ୍ରତି ବର୍ଷ ୧୦୦ ଲେ ଖାଏଁ ଛାତ୍ରଛାତ୍ରୀ ନାମଲେଖାଇ ପାରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ସଂପୃକ୍ତ ବିଭାଗ, ଏନ୍‌ଟିପିସି ଓ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ବୁଧବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୫୪,୨୪,୭୬୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୧୧,୭୮୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ୩,୦୧,୭୭୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।  ୧୫୯୨ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି । ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୮,୩୬୬ ରହିଛି ।  ୮,୩୬୬ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରହିଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY