ରାଜ୍ୟର ୮ଟି ଜିଲ୍ଲାରେ ହେବ ତୈଳ ଓ ଗ୍ୟାସର ସନ୍ଧାନ : ଧର୍ମେନ୍ଦ୍ର ପ୍ରଧାନ

ଓଡିଶାର ୫ଟି ବ୍ଲକ ପାଇଁ ଅଏଲ ଇଣ୍ଡିଆର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ

Share this:

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲପି)ଅଧୀନରେ ତୈଳ ଓ ଗ୍ୟାସର ସନ୍ଧାନ ପାଇଁ ରାଜ୍ୟର ୫ଟି ବ୍ଲକ ଅର୍ଥାତ୍ ୮ଟି ଜିଲ୍ଲାରେ ଅଏଲ ଇଣ୍ଡିଆଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡ୍ ମହାନଦୀ ଅବବାହିକାରେ ୫ଟି ବ୍ଲକ ଅର୍ଥାତ୍ ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ । ଅଏଲ ଇଣ୍ଡିଆ ଲିମିଟେଡ୍ ଓଏଏଲପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜି ଠାରୁ ଆରମ୍ଭ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅଏଲ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ଶୁଭାରମ୍ଭ ହୋଇଥିବା ଅଭିଯାନରେ ଅନ୍ୱେଷଣ ସଫଳ ହେଲେ ମହାନଦୀ ଅବବାହିକା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତୈଳ ଓ ଗ୍ୟାସର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ଗେମ-ଚେଞ୍ଜର ଭାବେ ଉଭା ହେବ ଓ ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ । ଏହାସହ ଓଡ଼ିଶା ଉର୍ଜା, ଏଲଏନଜି, ତୈଳ ତଥା ଗ୍ୟାସ କ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ହେବ ।  ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଭାରତର ବିକାଶ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଓଡ଼ିଶାକୁ ପୂର୍ବଦୋୟର ପେଣ୍ଠସ୍ଥଳି କରିବା ଦିଗରେ ଆମେ ଅଗ୍ରସର । ଏହି ଅଭିଯାନ ମହାନଦୀ ଅବବାହିକା ଓ ପାଶ୍ୱର୍ବର୍ତୀ ଅଂଚଳରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ଏବଂ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବ । ଏହି ଭବ୍ୟ ସମାରୋହ ଆୟୋଜନ ପାଇଁ ଶ୍ରୀ ପ୍ରଧାନ ତୈଳ କମ୍ପାନୀ ଅଏଲ ଇଣ୍ଡିଆ ଲିମିଟେଡକୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ମହାନଦୀ ଅବବାହିକା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଭାରତର ତୈଳ ମାନଚିତ୍ରରେ ଏକ ପ୍ରତିଷ୍ଠିତ ତଥା ଗୁରୁତ୍ୱପୂର୍ଣ୍ଣ ହାଇଡ୍ରୋକାର୍ବନ୍ ସଂରକ୍ଷଣ ସ୍ଥାନ ଭାବରେ ଉଭା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:ମହାମହିମ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ୬ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଭାବେ ନିଯୁକ୍ତି ପାଇଥିବା ପ୍ରଫେସର କିଶୋର ବାସା, ସବିତା ଆଚାର୍ଯ୍ୟ, ଅପରାଜିତା ଚୌଧୁରୀ, ଦୀନବନ୍ଧୁ ସାହୁ, ଏନ.ନାଗରାଜୁ ଏବଂ ପ୍ରଫୁଲ୍ଲ...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...

RELATED BY