ହାଜତ ମୃତ୍ୟୁ ଓଡିଶା ପୋଲିସର ଅମାନବୀୟତା ଓ ବର୍ବରତାର ଅସଲ ମୁଖା ଖୋଲିଛି ଦେଇଛି

ବିଜେପି

Share this:

ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ କରିଦେବା ଅତ୍ୟନ୍ତ ଅମାନବୀୟ । ଏପରିକି ପୋଲିସ୍ ତାଙ୍କ ଘର ଲୋକଙ୍କୁ ଉଠାଇ ନେଇ କେଉଁଠି କେଉଁ ଦୋଷରେ କେଉଁ ଥାନାରେ ରଖିଛି କେହି ଜାଣିନାହାଁନ୍ତି । ଘର ଲୋକଙ୍କୁ ଶବ ଦେଖିବା ପାଇଁ ଦିଆଗଲା ନାହିଁ । ପୋଲିସ ଏଭଳି ଅମାନବୀୟ ଓ ନିନ୍ଦନୀୟ କାର୍ଯ୍ୟ ବିରୁଦ୍ଧରେ ଦିଲ୍ଲୀଠାରେ ରାଷ୍ଟ୍ରୀୟ ପ୍ରବକ୍ତା ଡା,.ସମ୍ବିତ ପାତ୍ର ଜାତୀୟ ମାନବାଧିକାର କମିଶନଙ୍କୁ ଏବଂଭୁବନେଶ୍ଵର ଠାରେ ବିଧାୟକମାନେ ରାଜ୍ୟ ମାନବାଧିକାର କମିଶନକୁ ଭେଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଛନ୍ତି । ହାଜତ ମୃତ୍ୟୁ ଓଡିଶା ପୋଲିସର ଅମାନବୀୟତା ଓ ବର୍ବରତାର ଅସଲ ମୁଖା ଖୋଲି ଦେଇଛି । ଜାତୀୟ ମାନବାଧିକାର କମିଶନଙ୍କୁ ଭେଟି ହାଜତ ମୃତ୍ୟୁ ଘଟଣା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛୁ । କମିଶନ ଆମର ପୁରା ବିଷୟକୁ ଶୁଣିବା ପରେ ଦୁଃଖ ପ୍ରକାଶ କରିବା ସହ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବାର ଡା.ପାତ୍ର ସୂଚନା ଦେଇ କହିଛନ୍ତି । ସେହିପରି ବିଧାୟକ ଜୟନ୍ତ ଷଡଙ୍ଗୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡା.ମୁକେଶ ମହାଲିଙ୍ଗ ଏବଂ ଶୁକ୍ରବାର ଦିନ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଏକ ନିରପେକ୍ଷ କମିଟି ଜରିଆରେ ଏହି ଅମାନବୀୟ ଘଟଣାର ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି ।

  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର :   ପୂର୍ବ ସରକାର ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ‘ଅନ୍ନଦାତା’ଙ୍କ ହାତମୁଠାକୁ ଅଧିକ ମଜବୁତ୍ କରାଯାଇଛି । ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି...
  • Share this:ଭୁବନେଶ୍ଵର:ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ଶୁଶୀଳା ଦେବୀଙ୍କ ପରଲୋକରେ ରାଜ୍ୟ ଜଳ ସଂପଦ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଗଭୀର ଶୋକ ପ୍ରକାଶ । ସ୍ବର୍ଗତ ଅମର ଆତ୍ମାର ସଦଗତି...
  • Share this:ଭୁବନେଶ୍ଵର: କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନ୍‌.ଡି.ଏ. ସରକାର ଗଠନ ହେବା ପରଠାରୁ ଜନଗଣଙ୍କର ମୌଳିକ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ଓ ସାମ୍ବିଧାନିକ ସଂସ୍ଥା ଗୁଡିକ ଉପରେ ନିର୍ମମ ଆକ୍ରମଣ ଆରମ୍ଭ ହୋଇଛି । ସରକାରଙ୍କ ଏକଛତ୍ରବାଦୀ ଆକ୍ରମଣକୁ...
  • Share this:ଭୁବନେଶ୍ଵର : ଗୁରୁବାର ଦିନ ପୁରୀରେ କେ. ରମେଶ୍ ୩୦ବର୍ଷ ବୟସର ଜଣେ ଯୁବକର ପୋଲିସ ହେପାଜତରେ ମୃତ୍ୟୁ ହୋଇଛି । ତାହାପରେ ତାଙ୍କୁ ଅମାନବୀୟ ଭାବରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୋଲିସ୍‌ ସ୍ୱର୍ଗଦ୍ୱାରଠାରେ ଶବ ଦାହ...
  • Share this:ଭୁବନେଶ୍ଵର : ଧାରା ୩୭୦ ଏବଂ ୩୫(କ) ଭାରତୀୟ ସମ୍ବିଧାନର ଅସ୍ଥାୟୀ ଅଙ୍ଗ ଥିଲା । ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବିସ୍ତୃତ ଆଲୋଚନା କରାଯାଇ ଗତ ବର୍ଷ ଅଗଷ୍ଟ ୫ ତାରିଖ ଦିନ ଏହି ଦୁଇଟି ଧାରାକୁ...

RELATED BY