ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ଉନ୍ମୋଚିତ

‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’

Share this:

ଭୁବନେଶ୍ୱର: ବରିଷ୍ଠ ପ୍ରଶାସିକା ତଥା ସୁଲେଖିକା ଶୁଭା ଶର୍ମାଙ୍କ ନୂତନ ଉପନ୍ୟାସ ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉନ୍ମୋଚିତ ହୋଇଯାଇଛି । ଗୁରୁବାର ଦିନ ଭୁବନେଶ୍ୱରଠାରେ ଆୟୋଜିତ ଅନ୍‌ଲାଇନ୍‌ ଉତ୍ସବରେ ଜ୍ଞାନପୀଠ ଓ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଲେଖିକା ଡ. ପ୍ରତିଭା ରାୟ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଡ. ପ୍ରତିଭା ରାୟ କହିଲେ ଯେ, ଉପନ୍ୟାସ ରଚନା ଲେଖକ ବା ଲେଖିକାର ବୃତ୍ତି ନୁହେଁ ବରଂ ଏକ ପ୍ରବୃତ୍ତି ଅଟେ । ଏହାକୁ ସୃଷ୍ଟି କରିବା କାଠିକର । ଉପନ୍ୟାସ ଲେଖିବା ଏକ ନିରନ୍ତର ଭାବ ପ୍ରକ୍ରିୟା, ଯଦ୍ଦ୍ୱାରା ଏହାକୁ ଲେଖିବା ନିମନ୍ତେ ଅହର୍ନିଶ ଭାବିବାକୁ ପଡ଼ିଥାଏ । ଲେଖିକା ଶ୍ରୀମତୀ ଶର୍ମାଙ୍କର ଉପନ୍ୟାସଟିକୁ ଡ. ରାୟ ଉଚ୍ଚପ୍ରଶଂସା କରିଥିଲେ । ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଏଭଳି ଉଚ୍ଚକୋଟୀର ସାହିତ୍ୟ ରଚନା ସହିତ ସେଥିରେ ରହିଥିବା ଶବ୍ଦବିନ୍ୟାସ ବେଶ୍‌ ଆକର୍ଷଣୀୟ ବୋଲି କହିଥିଲେ । ସରକାରୀ ସେବାରେ ରହି ବହୁ କବି କବିତା ଲେଖୁଥିବାବେଳେ ଉପନ୍ୟାସକାରଙ୍କ ସଂଖ୍ୟା ନଗଣ୍ୟ । ଶ୍ରୀମତୀ ଶର୍ମା ତାଙ୍କ ଜୀବନରେ ଆହୁରି ଅଧିକ ଉପନ୍ୟାସ ରଚନା କରିଚାଲନ୍ତୁ ଓ ଗଳ୍ପକଥନରେ ତାଙ୍କର ଚଲାପଥ କୁସୁମିତ ହେଉ ବୋଲି ଡ. ରାୟ କହିଥିଲେ । ଏହି ଉତ୍ସବରେ ଯୋଗଦେଇ ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ କହିଲେ ଯେ, ଶୁଭା ଶର୍ମା ଜଣେ ପ୍ରତିଭାଶାଳୀ ଲେଖିକା ଓ ଭାଷା ଉପରେ ତାଙ୍କର ଅଗାଧ ଜ୍ଞାନ ରହିଛି । ତାଙ୍କ ଉପନ୍ୟାସରେ କବିତାସୁଲଭ ଭାବପ୍ରବଣତା ଓ ସାବଲୀଳତା ଅନୁଭୂତ ହେଉଛି । ଉପନ୍ୟାସଟିରେ ସମାଜ ଓ ଯୌଥ ପରିବାରର ଜୀବନଶୈଳୀକୁ ଗଭୀର ଭାବରେ ଅନୁଧ୍ୟାନ କରାଯାଇ ବ୍ୟକ୍ତ କରାଯାଇଛି । ଶ୍ରୀମତୀ ଶର୍ମା ଜଣେ ସୁନାମଧନ୍ୟ ଗାଳ୍ପିକା । ‘ଦି ଆୱାସ୍ଥିସ୍‌ ଅଫ୍‌ ଆମ୍‌ନଗ୍ରି’ ଉପନ୍ୟାସଟିରେ ପାଠକୀୟ ଆଦୃତି ଲାଭ କରିବାର ସମସ୍ତ ଗୁଣ ଭରି ରହିଛି । ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ତନୟା ପଟ୍ଟନାୟକ କହିଲେ ଯେ, ଆମର ଯୌଥ ପରିବାର ବ୍ୟବସ୍ଥାର ବିଶେଷତ୍ୱ ସଂପର୍କରେ ସମସ୍ତେ ଜାଣିପାରୁଛନ୍ତି । ଶୁଭା ଶର୍ମାଙ୍କର ଏହି ଉପନ୍ୟାସଟି ମଜାଳିଆ ଏବଂ ପାଠକମାନଙ୍କୁ ଆକର୍ଷିତ କରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ଆମକୁ ପୁରୁଣା ଯୁଗର ଜୀବନଶୈଳୀର ଅନୁଭବ ଆଣିଦେଉଛି । ଏହି ଭର୍ଚୁଆଲ୍‌ ଉତ୍ସବରେ ପ୍ରମୁଖ  ସମୀକ୍ଷକ ଯୋଗଦେଇ ଉପନ୍ୟାସର ବିଭିନ୍ନ ଦିଗ ସଂପର୍କରେ ସମୀକ୍ଷା କରି ଉପନ୍ୟାସଟି କିଶୋର ଓ ତରୁଣ ବର୍ଗର ପାଠକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତି ଲାଭ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି । ପୁରୁଣା ସମୟ ଓ ନୂଆ ସମୟ ମଧ୍ୟରେ ସଂପର୍କ, ସଂଘାତ ଓ ସମନ୍ୱୟ ଏବଂ ପୁରାତନ ମୂଲ୍ୟବୋଧ ଆଧାରରେ ନୂଆ ଯୁଗର ଜୀବନଜୀବିକାର ଆକଳନ ହେଉଛି ଉପନ୍ୟାସର ବିଷୟବସ୍ତୁ, ଯାହାକୁ ଲେଖିକା ଏକ  ଖାଣ୍ଟି ଭାରତୀୟ ପରିବାରକୁ କେନ୍ଦ୍ର କରି ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରିଛନ୍ତି । ଭାରତୀୟ ଯୌଥ ପରିବାର ମଧ୍ୟରେ ସଂପର୍କ, ସଂପ୍ରୀତି ଓ ଭାବଗତ ଐକ୍ୟକୁ ଅତି ନିଖୁଣ ଭାବରେ ଏଥିରେ ପରିପ୍ରକାଶ କରାଯାଇଛି । ଲେଖିକା କହିଛନ୍ତି ଯେ, ସାଂପ୍ରତିକ ଯୁଗରେ ବ୍ୟସ୍ତବହୁଳ ଜୀବନ ଓ ଦ୍ରୁତ ବିକାଶ ପରିପ୍ରେକ୍ଷୀରେ ବ୍ୟକ୍ତିମାନଙ୍କର ପରିବାର ଓ ଘର ପ୍ରତି ଆସକ୍ତି ଆସିଛି । ଅପ୍ରତ୍ୟାଶିତ ଭାବରେ ଅପ୍ରତ୍ୟାଶିତ ସ୍ଥାନରେ ଏହା ଘଟୁଛି । ୱାଟସ୍‌ଆପ୍‌ର ଫରୱାର୍ଡ ଆମକୁ ପୁରୁଣା ଦିନ ବିଷୟରେ ସ୍ମରଣ କରାଉଛି । ସଂପ୍ରତି ଦେଖାଯାଉଥିବା ଟୁଇଟର ଟ୍ରେଣ୍ଡ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଆମକୁ ୧୯୭୦, ୧୯୮୦ ଏପରିକି ୧୯୯୦ ଦଶକର ପୁରୁଣା କଥା ମନେପକାଇ ଦେଇପାରିଛି । ଲେଖିକା ତାଙ୍କ ଜୀବନର ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ଯେତେବେଳେ ଗ୍ରୀଷ୍ମ ଛୁଟିରେ ଅଧିକ ସମୟ କାର୍ଡ ଖେଳ ଓ ମଜାମଉଜରେ ସମୟ ଅତିବାହିତ ହେଉଥିଲା । ଏବେ ଲୋକମାନେ ସେମାନଙ୍କର ସ୍ମାର୍ଟଫୋନ ବିନା ସମୟ କଟାଇ ପାରୁନାହାନ୍ତି । ପରିବାର ସମ୍ମୁଖୀନ ହେଉଥିବା ଘଟଣାବଳୀ ଯଥା ହଜି ଯାଇଥିବା ରନି, ଚୋରି ହୋଇଥିବା ଅଣ୍ଡା ଆଦି ମଧ୍ୟରେ ଗଳ୍ପର ରହସ୍ୟର ଉନ୍ମୋଚନ ନିମନ୍ତେ ଆଗେଇ ଆସିଛନ୍ତି କିଶୋରୀ ଲକ୍ଷ୍ମୀ ଓ ଗୁଡ଼ୁ । ଆବିର୍ଭାବ ହୋଇଛନ୍ତି ଗୈରିକ ବସ୍ତ୍ର ଅଭିହିତ ଗୁରୁଜୀ, ଉତ୍‌ଥାନ, ପତନ, ଆଶା ଆଶଙ୍କା ମଧ୍ୟରେ ଗତି କରୁଥିବା କାହାଣୀର ସୂତ୍ରଧର ହେଉଛନ୍ତି ମାତାଜୀ, ଯିଏ ଘଟଣାପ୍ରବାହକୁ ଗତିଶୀଳ କରାଉଛନ୍ତି । ପରିବାର ହେଉଛି ଆମ୍‌ନଗ୍ରିର ସ୍ୱାଦିଷ୍ଟ ରସଯୁକ୍ତ, ରହସ୍ୟମୟ ଆମ୍ବ ଭଳି ଯାହା ପରିବାରକୁ ମଧୁମୟତାର ବନ୍ଧନରେଏକାଠି ବାନ୍ଧି ରଖିଛି । ଲେଖିକା ଶ୍ରୀମତୀ ଶର୍ମା ଲେଡ଼ି ଶ୍ରୀରାମ କଲେଜ ଓ ଜେଏନ୍‌ୟୁରୁ ଶିକ୍ଷା ସମାପ୍ତି ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ବିଭିନ୍ନ ସ୍ଥାନରେ ଓ ପଦପଦବୀରେ କାର୍ଯ୍ୟ କରିଆସିଛନ୍ତି । ସଂପ୍ରତି ସେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଭାବେ ଅବସ୍ଥାପିତ । ଯୋଗ, ଭ୍ରମଣ, ସନ୍ତରଣ ଓ ‘ବନସାଇ’ ସଂଗ୍ରହରେ ରୁଚି ରଖିଥିବା ଶ୍ରୀମତୀ ଶର୍ମାଙ୍କର ଏହା ଦ୍ୱିତୀୟ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ପୁସ୍ତକ ‘ଫ୍ଲାଇ ଅନ୍‌ ଦି ୱାଲ୍‌ ଆଣ୍ଡ ଅଦର ଷ୍ଟୋରିସ୍‌’ ବହୁଳ ପାଠକୀୟତା ହାସଲ କରିବା ସହିତ ଉଭୟ ସମାଲୋଚକ ଓ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା: ଯାହା ହିନ୍ଦୀ ଓ ଅର୍ନ୍ତଜାତୀୟ(ଇଟାଲିଆନ୍‌ ଓ ହେବ୍ରୁ) ଭାଷାରେ ମଧ୍ୟ ଅନୂଦିତ ହୋଇଛି । ନିୟୋଗୀ ବୁକ୍ସ ଦ୍ୱାରା ପ୍ରକାଶିତ ଓ ଅଦ୍ୟ ଉନ୍ମୋଚିତ ପୁସ୍ତକଟି ଆମାଜନ୍‌ ଓ ଅନ୍ୟାନ୍ୟ ବୁକ୍‌ ଷ୍ଟୋରରେ ଉପଲବ୍ଧ ହେବ ।

  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...
  • Share this:ଭୁବନେଶ୍ୱର : ଗୁରୁବାର ଦିନ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ  ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ୍‌...

RELATED BY

  • ଓଡ଼ିଆ ସାହିତ୍ୟର ଆଧୁନିକୀକରଣ ହେବା ଦରକାର : ଧର୍ମେନ୍ଦ୍ର ପ୍ରଧାନ

    Share this:କଟକ : ଓଡ଼ିଆ ଜାତିର ସାହିତ୍ୟିକ କୃତିକୁ ଲମ୍ବା ସମୟ ଧରି ସଂରକ୍ଷଣ କରିବା ସହ ଓଡିଆ ସାହିତ୍ୟକୁ ଆଧୁନିକୀକରଣ ଭାବେ ଉପସ୍ଥାପିତ କରିପାରିଲେ ହିଁ ଓଡ଼ିଆ ଜାତି ଏବଂ ସାହିତ୍ୟ ସମୃଦ୍ଧ ହୋଇପାରିବ ବୋଲି ସୋମବାର ମାସିକ...
  • ‘ପ୍ରେମିକାର ସାନ ଭଉଣୀ’ ଓ ‘ଛୋଟ ଛୋଟ ଜୀବନ’ ଉନ୍ମୋଚିତ

    Share this:ଭୁବନେଶ୍ୱର: ବହିଟିଏ ବରଂ ଥାକରେ ରହୁ, କିନ୍ତୁ ଏହା ଛପା ଜାରିରହୁ । ଡିଜିଟାଲ ବିପ୍ଳବ ବହିର ପ୍ରଚାର ପ୍ରସାରରେ ସହାୟକ ହୋଇପାରେ, କିନ୍ତୁ ଛପା ବହିଟିଏ ପଢ଼ିବାର ମଜ୍ଜା ତାହା ଦେଇପାରିବ ନାହିଁ । ସେହିପରି କାହାଣୀଟିଏ...
  • ‘ଶ୍ରେଷ୍ଠ ଷାଠିଏ’ ଉନ୍ମୋଚିତ

    Share this: ଭୁବନେଶ୍ୱର:ବିଶିଷ୍ଟ ଗାଳ୍ପିକ ତଥା ପ୍ରଶାସକ ଶ୍ରୀ ବିଜୟ ନାୟକଙ୍କ ଦ୍ୱାରା ଲିଖିତ ଗଳ୍ପଗୁଡ଼ିକୁ ନେଇ ପ୍ରସ୍ତୁତ ଗଳ୍ପ ସଂକଳନ ‘ଶ୍ରେଷ୍ଠ ଷାଠିଏ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଗାଳ୍ପିକ ଶ୍ରୀ ନାୟକ...
  • କବିତା ସଂକଳନ “ବିମ୍ବସ୍ନାନ”

    Share this: ଭୁବନେଶ୍ବର: ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ “ବିମ୍ବସ୍ନାନ”କୁ ଉନ୍ମୋଚନ କରିଛନ୍ତି । ରାଜ୍ୟପାଳଙ୍କ ପାଖରେ ପ୍ରକାଶକ ବନୋଜ ତ୍ରିପାଠୀ ଓ କବି ତଥା ରାଜ୍ୟପାଳଙ୍କ ପିଆରଓ ରକ୍ଷକ...