କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଏମ୍‌ଆର୍‌ଆଇ ପରୀକ୍ଷଣ ସୁବିଧା ଲୋକାର୍ପିତ

‘ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି’ : ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ

Share this:

ଭୁବନେଶ୍ୱର: ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଅଭିଯାନକୁ ଅଧିକ ସଶକ୍ତ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଏମ୍‌ଆର୍‌ଆଇ ପରୀକ୍ଷା ସୁବିଧା ଉପଲବ୍ଧ କରାଇବା ଏପରି ପ୍ରୟାସରେ ଏକ ମାଇଲଖୁଣ୍ଟ ବିବେଚିତ ହେବ । ଏହା ଫଳରେ ସହଜରେ ଓ କମ ମୂଲ୍ୟରେ ଏମ୍‌ଆର୍‌ଆଇ ପରୀକ୍ଷା କରାଯାଇପାରିବ । ରାଜ୍ୟର ଅନ୍ୟ ହସ୍‌ପିଟାଲ୍‌ମାନଙ୍କରେ ଏପରି ସୁବିଧା ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି । ଗୁରୁବାର ଦିନ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ପିପିପି ମୋଡ୍‌ରେ ପ୍ରତିଷ୍ଠିତ ଏମ୍‌ଆର୍‌ଆଇ ପରୀକ୍ଷା ବ୍ୟବସ୍ଥାକୁ ମନ୍ତ୍ରୀ ଶ୍ରୀ ଦାସ ଲୋକାର୍ପଣ କରିଛନ୍ତି । ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀମାନଙ୍କର ଏମ୍‌ଆର୍‌ଆଇ ଟେଷ୍ଟ କରାଯାଇପାରିବ । ଏଠାରେ ଏହି ବ୍ୟବସ୍ଥାରେ ମସ୍ତିଷ୍କର ଆନ୍‌ଜିଓ, ଭେନୋଗ୍ରାମ୍‌ ଓ ସ୍ପେକେଫ୍ରାସ୍କୋପି ପରୀକ୍ଷା, ଅର୍‌ବିଟ୍‌, ମେରୁଦଣ୍ଡ, ମଣିବନ୍ଧ, କହୁଣି, କାନ୍ଧ, ଆଣ୍ଠୁ ଇତ୍ୟାଦି ଖଞ୍ଜା, ମୁହଁ ଓ ବେକ, ତଳିପେଟ, ହାତ, ଗୋଡ଼ ଓ ପାଦ ଇତ୍ୟାଦିର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ପରୀକ୍ଷା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ରାଜ୍ୟରେ ପିପିପି ମୋଡ୍‌ରେ ହୋଇଥିବା ଏହି ସର୍ବପ୍ରଥମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମଣିପାଲ୍‌ ହେଲ୍‌ଥ ମ୍ୟାପ୍‌ ଡାଇଗ୍ନୋଷ୍ଟିକ୍ସ ସ୍ୱାସ୍ଥ୍ୟାନୁଷ୍ଠାନ ସହିତ ରାଜିନାମା କ୍ରମେ ଆରମ୍ଭ ହୋଇଛି । ମଣିପାଲ୍‌ ସହିତ ରାଜ୍ୟ ସରକାର ଏଥି ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଚୁକ୍ତି ସଂପାଦନ କରିଥିଲେ । ଅଗଷ୍ଟ ମାସରୁ କାର୍ଯ୍ୟ ଆରମ୍ଭ ହୋଇ ଚଳିତ ମାସ ୨୦ ତାରିଖରେ ସଂପୂର୍ଣ୍ଣ ହୋଇଥିଲା । ଏଥି ପାଇଁ ଆନୁମାନିକ ୮ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ସମେତ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ, ଅଧୀକ୍ଷକ ଡାକ୍ତର ବିରଞ୍ଚି ନାରାୟଣ ବାରିକ ଓ ଉପଅକ୍ଷୀକ୍ଷକ ଡାକ୍ତର ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

  • Share this:ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି...
  • Share this:ଭୁବନେଶ୍ୱର : ମଙ୍ଗଳବାର ପ୍ରିୟ ଭାଇ ଓ ଭଉଣୀମାନେ, ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା...
  • Share this:ଭୁବନେଶ୍ୱର : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାମ ଚାଲିଛି । ଏହି କାର୍ଯ୍ୟର କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶର ଚିଠା...
  • Share this:ଭୁବନେଶ୍ୱର : ୧୭ ତାରିଖରେ କେନ୍ଦୁଝର ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଯାଉଥିବା ସମୟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ ।...
  • Share this:ଭୁବନେଶ୍ୱର : ଗତ ୧୭ ତାରିଖରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ  ସଂଜୟ ମହାନ୍ତି...

RELATED BY

  • ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ

    Share this:ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି...
  • ବିଧାୟକ ମୋହନ ମାଝୀ ମିଛୁଆ

    Share this:ଭୁବନେଶ୍ୱର : ଗତ ୧୭ ତାରିଖରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ  ସଂଜୟ ମହାନ୍ତି...
  • ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ : ୫-ଟି

    Share this:ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ଦିନ...
  • ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ

    Share this:ଭୁବନେଶ୍ୱର: ନେମାଳ ଅଚ୍ୟୁତାନନ୍ଦ ବିଦ୍ୟାପୀଠର ୧୯୯୩ ମସିହା ଦଶମ ଶ୍ରେଣୀ ବ୍ୟାଚର ଏକ ପ୍ରାରମ୍ଭିକ ବନ୍ଧୁମିଳନ ଉତ୍ସବ ଚିତ୍ରୋତ୍ପଳା ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ଅଧ୍ୟାପକ ବିନୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ...