ଅପ୍ରେଲ ମାସ ପୂର୍ବରୁ ଉତ୍ସର୍ଗୀକୃତ କୋଭିଡ୍‌ ହସ୍‌ପିଟାଲ୍‌ ପ୍ରସ୍ତୁତ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ:ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ଏହି ଅଲୌକିକ ଯୋଦ୍ଧାବେଶ ସମସ୍ତଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରୁ

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ଧାରଣ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁଙ୍କ ଏହି ଅଲୌକିକ ଯୋଦ୍ଧାବେଶ ସମସ୍ତଙ୍କୁ ଅସୀମ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରୁ ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ଉନ୍ନତି କାମନା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଜାତୀୟ ରାଜପଥ ୨୧୫ର ରିମୁଳି-ରକ୍ସି-ରାଜାମୁଣ୍ଡା ସେକ୍ସନ୍‌ରେ କାନୁପୁର ସ୍ପିଲ୍ ଚାନେଲ୍‌ ଉପରେ ଚାରିଥାକିଆ ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଜରୁରୀକାଳୀନ ଭିତ୍ତିରେ ଶୀଘ୍ର ଶେଷ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଏହି କାର୍ଯ୍ୟ ଅଧିକ ବିଳମ୍ବ ହେଲେ ବ୍ୟୟଭାର ବଢ଼ିବା ସହ ଏହାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ । ମୁଖ୍ୟମନ୍ତ୍ରୀ ପତ୍ରରେ ପୁନର୍ବାର ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ଜନଜାତି ବହୁଳ କେନ୍ଦୁଝର ଜିଲ୍ଲାର ୨୯,୫୭୮ ହେକ୍ଟର ଜମିକୁ ଜଳସେଚିତ କରିବା ସହ ଆନୁଷଙ୍ଗିକ କାର୍ଯ୍ୟର ତ୍ୱରିତ ରୂପାୟନରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବକୁ ଥିବା କାନୁପୁର ଜଳସେଚନ ପ୍ରକଳ୍ପର ତୁରନ୍ତ ନିର୍ମାଣ ସଂପୂର୍ଣ୍ଣ ନିମନ୍ତେ ସମସ୍ତ ପଦକ୍ଷେପ ନେଇଛନ୍ତି ।  ମୁଖ୍ୟମନ୍ତ୍ରୀ ନିତି ଆୟୋଗ ଏହାର ରିପୋର୍ଟ (https://bit.ly/2V7Ivke)ରେ ଓଡ଼ିଶାର କୋଭିଡ୍‌ ପରିଚାଳନାକୁ ଗୁରୁତ୍ୱ ଦେଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଘରୋଇ ସହଭାଗିତାରେ ଓଡ଼ିଶା ମହାମାରୀକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଆଗତୁରା ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲାରେ ଅପ୍ରେଲ ମାସ ପୂର୍ବରୁ ଉତ୍ସର୍ଗୀକୃତ କୋଭିଡ୍‌ ହସ୍‌ପିଟାଲ୍‌ ପ୍ରସ୍ତୁତ କରିବାରେ ଅଗ୍ରଣୀ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ରାଜ୍ୟ ସରକାର ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍‌ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଆଗତୁରା ୪ ମାସର ଦରମା ପ୍ରଦାନ ସହ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେମାନଙ୍କ ଦାୟତ୍ୱ ନିର୍ବାହ ସମୟରେ କୋଭିଡ୍‌ଜନିତ ମୃତ୍ୟୁ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବା ବ୍ୟବସ୍ଥା ଇତ୍ୟାଦି କୋଭିଡ୍‌ ବିରୁଦ୍ଧରେ ଓଡ଼ିଶାର ସଂଗ୍ରାମକୁ ସଶକ୍ତ କରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  ମୁଖ୍ୟମନ୍ତ୍ରୀ କ୍ଲାଡଡ଼୍‌ ଭିତ୍ତିଭୂମି ଓ ଅଭିଗ୍ରହଣ କ୍ଷେତ୍ରରେ ସମ୍ମାନଜନକ ଜି କ୍ଲାଉଡ୍‌ ଏବଂ ଡାଟା ସେଣ୍ଟର ପୁରସ୍କାର ୨୦୨୦ ପାଇଥିବାରୁ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ୫-‘ଟି’ କାର୍ଯ୍ୟକ୍ରମ ଅଧୀନରେ  ପ୍ରଶାସନ ଯୋଗାଇଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ଆପଣାଇବାକୁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।  ମୁଖ୍ୟମନ୍ତ୍ରୀ ରାଜ୍ୟରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଘୋଷଣା କରିଥିବା ମେଗା ପ୍ୟାକେଜ୍‌ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଦୁର୍ଘଟଣା ବୀମା ସହ ମୃତ୍ୟୁ ପରବର୍ତ୍ତୀ ଆର୍ଥିକ ସହାୟତା, ଗୃହ ଓ ଗାଡ଼ି ଋଣରେ ରିହାତି ପରି ବିଭିନ୍ନ ସୁବିଧା ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି । 

RELATED BY

  • ଗଣତନ୍ତ୍ରକୁ କଣ୍ଠରୋଧ କରାଯାଉଛି : ନିରଞ୍ଜନ ପଟ୍ଟନାୟକ

    Share this:ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଦିନ ପବିତ୍ର ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ...
  • ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ

    Share this:ଭୁବନେଶ୍ୱର : ଚଳିତ ବର୍ଷ ଓଡିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ଏବଂ ରଜତ କର, ନନ୍ଦ ପୃଷ୍ଟି, ଶାନ୍ତି...
  • ବିଧାୟକ ମୋହନ ମାଝୀ ମିଛୁଆ

    Share this:ଭୁବନେଶ୍ୱର : ଗତ ୧୭ ତାରିଖରେ କେନ୍ଦୁଝର ଗସ୍ତରେ ଯାଉଥିବା ବେଳେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ କିଛି ଅସାମାଜିକ ଯୁବକ ଆକ୍ରମଣ କରିଥିଲେ । ପରବର୍ତୀ ଅବସ୍ଥାରେ ସେମାନଙ୍କ ଭିତରୁ  ସଂଜୟ ମହାନ୍ତି...
  • ସମଲେଶ୍ବରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ଖୁବଶୀଘ୍ର ଆରମ୍ଭ କରାଯିବ : ୫-ଟି

    Share this:ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ଦିନ...