ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି

ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଦିନ ବନ୍ଦ ରହିବ

Share this:

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ରାଉରକେଲାର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍‌ଓ ୯୦୦୧-୨୦୧୫ ପ୍ରମାଣପତ୍ର ମିଳିଥିବାରୁ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି । କୋଭିଡ୍‌-୧୯ ଆହ୍ୱାନ ସତ୍ତ୍ଵେ ଏହି ପରିବର୍ତ୍ତନକାରୀ ଉଦ୍ୟମ ତୃଣମୂଳସ୍ତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍‌-୧୯ ମହାମାରୀ ସମୟରେ ପେନସନ୍‌ଭୋଗୀମାନଙ୍କୁ ସେମାନଙ୍କର ଜୀବିତ ପ୍ରମାଣପତ୍ର ଦାଖଲରେ ସହାୟତା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୫-‘ଟି’ ଅନ୍ତର୍ଗତ ‘ଦ୍ୱାର ପାଖରେ ଜୀବିତ ପ୍ରମାଣପତ୍ର ଦାଖଲ’ ଯୋଜନା ଆରମ୍ଭ କରିଛନ୍ତି । ସରକାରୀ କାର୍ଯ୍ୟାଳୟକୁ ନଯାଇ ପେନ୍‌ସନ୍‌ଭୋଗୀମାନଙ୍କୁ ସେମାନଙ୍କର ଜୀବିତ ପ୍ରମାଣପତ୍ର ଦାଖଲ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି । ଡିସେମ୍ବର ୨୦୨୦ରେ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଏହା ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀ କ୍ଷମତାର ୭୫ ପ୍ରତିଶତ ( ଗ୍ରୁପ୍‌-ଏ ଅଧିକାରୀଙ୍କ ସମେତ)କୁ ନେଇ କାର୍ଯ୍ୟ କରିବ ଏବଂ ଏହା ସୁନିଶ୍ଚିତ କରାଯିବ ଯେ କାର୍ଯ୍ୟାଳୟର କାର୍ଯ୍ୟରେ ବ୍ୟାଘାତ ହେବ ନାହିଁ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଦିନ ବନ୍ଦ ରହିବ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ମର୍ମରେ ଆଦେଶନାମା ଜାରି କରାଯାଇଛି(ସଂଲଗ୍ନ) । ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ନଭେମ୍ବର ୨୭୬ ରୁ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ୫ଟି ମାମଲା ଦାୟର କରାଯାଇଥିବାବେଳେ ୧୦ ଜଣ ବ୍ୟକ୍ତିଙ୍କୁ ଗିରଫ, ୫୮୭ ଟି ଗାଡ଼ି ଜବତ ଏବଂ ୧୮,୭୪,୩୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

RELATED BY