ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା

Share this:

ଭୁବନେଶ୍ୱର: କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି । ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋତ୍କୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ । ଏହା ଦର୍ଶକମାନଙ୍କ ନିମନ୍ତେ ସଂପୂର୍ଣ୍ଣ ଦେୟମୁକ୍ତ ରହିବ । ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବଆୟୋଜିତ ହେଉଛି । ଉତ୍କୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ ଚଳିତ କୋଣାର୍କ ଉତ୍ସବ ୨୦୨୦କୁ ଅଧିକ ମନୋଜ୍ଞ କରି ଗଢ଼ ତୋଳିବ । ବହୁ ପ୍ରତିଭାବାନ ନୃତ୍ୟ ବିଶାରଦ ଓ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତ ନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଏବଂ କଥକ ଦଳଗତ ନୃତ୍ୟ ପରିବେଷଣ କରିବାରକାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧ ତାରିଖ ଦିନ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଦଳ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଦେବୀ ନୃତ୍ୟାଳୟ ପକ୍ଷରୁ ଶିଲା ଉନ୍ନିକି୍ରଷ୍ଣନ୍‌ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୨ ତାରିଖ ଦିନ ମଣିପୁରୀ ନର୍ତ୍ତଣାଳୟ ପକ୍ଷରୁ ବିମ୍ଭାବତୀ ଦେବୀ ଓ ଦଳ ଏବଂ ଦ୍ୱିତୀୟପର୍ଯ୍ୟାୟରେ ସଂଜଳୀ ଏନ୍‌ଜେମ୍ବଲ୍‌ ପକ୍ଷରୁ ଶର୍ମିଳା ମୁଖାର୍ଜୀ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୩ ତାରିଖରେ ନୃତ୍ୟାନ୍ତର ପକ୍ଷରୁ ମଧୁଲିତା ମହାପାତ୍ର ଓ ଦଳ ଓଡ଼ିଶୀ ନୃତ୍ୟ ଏବଂ କଳାସମର୍ପଣ ଫାଉଣ୍ଡେସନ୍‌ ପକ୍ଷରୁ ବସନ୍ତକଳାଲକ୍ଷ୍ମୀ ନର୍ସିଂହଚାରୀ ଓ ଦଳ କୁଚିପୁଡ଼ି ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୪ ତାରିଖ ଦିନ ରନନ୍‌ ପକ୍ଷରୁ ବିକ୍ରମ ଅୟଙ୍ଗାର ଓ ଦଳ କଥକ ନୃତ୍ୟ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ପକ୍ଷରୁ ବିଚିତ୍ରାନନ୍ଦ ସ୍ୱାଇଁ ଏବଂ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଅନ୍ତିମ ଦିବସରେ ଜିକେସିଏମ୍‌ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ଅଦିତି ମଙ୍ଗଳ ଦାସ ଓ ଦଳ କଥକ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କିଲୋମିଟର ଦୂରରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଛି । ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକାଠାରୁ ରାତି ୭ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ବିଶ୍ୱବ୍ୟାପି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପ୍ରତ୍ୟେକ ଦିନ ସେମାନଙ୍କର ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ ଦେଶ ଭିତରରୁ ଯଥା ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତନାମା ୭୦ ଜଣ ବାଲୁକା କଳା ଶିଳ୍ପୀ ୨୫ଟି ଷ୍ଟଲ୍‌ରେ ସେମାନଙ୍କର ବାଲୁକା କଳା ପ୍ରଦର୍ଶନ କରିବେ ।  ଚଳିତ ବର୍ଷ କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷତଃ ଦର୍ଶକମାନଙ୍କର ପ୍ରବେଶ, ସାମାଜିକ ଦୂରତ୍ୱ ପାଳନ ଓ ସାନିଟାଇଜେସନ୍‌ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା ହୋଇଛି ।

  • Share this:ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ସହ ସାଗର ବୀନା ଠାରେ ବିପିସିଏଲର ବୀନା ରିଫାଇନାରୀ ନିକଟରେ ନବନିର୍ମିତ ୨୦୦ ଅକ୍ସିଜେନ୍ ସୁବିଧା ଥିବା ଶଯ୍ୟା ବିଶିଷ୍ଟ ଅସ୍ଥାୟୀ...
  • Share this:Bhubaneswar: Chief Minister Shri Naveen Patnaik Friday released a Collection of Poems ‘Beyond Here and Other Poems’. Written by senior bureaucrat Shri Bishnupada Sethi, ‘Beyond Here and Other...
  • Share this:ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ...
  • Share this:ଭୁବନେଶ୍ୱର:୨୦୨୦ ମସିହାରୁ  ବର୍ତ୍ତମାନ ସୁଦ୍ଧା ସମୁଦାୟ ୮,୩୭, ୨୨୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୭,୬୪, ୬୭୩ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ।  ୩୧୬୭ ଜଣ କୋଭିଡ୍‌-୧୯ ରୋଗୀଙ୍କର  ମୃତ୍ୟୁ ହୋଇଛି...
  • Share this:ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଛତିଶଗଡ଼ରେ ସେଲର ଭିଲାଇ ଇସ୍ପାତ୍ କାରଖାନା ପରିସରରେ ଅକ୍ସିଜେନ୍ ସଂଯୁକ୍ତ ୧୧୪ ବେଡ୍ ବିଶିଷ୍ଟ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟରର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ...

RELATED BY